ଦିବ୍ୟାଙ୍ଗ କରିଦେବ ସିଗାରେଟ୍ ଧୂଆଁ !

ସିଗାରେଟ୍ ଟାଣୁଥିବା ଯେକୌଣସି ବ୍ୟକ୍ତିକୁ କାହିଁକି ସିଗାରେଟ୍ ଟାଣୁଛ ପ୍ରଶ୍ନ କଲେ ସେ ନିହାତି କହିବେ ଟେନସନ୍ କୁ ଟିକେ କମେଇବା ପାଇଁ ଟାଣିଦେଉଛୁ ଆଉ । ହେଲେ ଏ ସିଗାରେଟ୍ କ’ଣ ସତରେ ଟେନସନ୍ କମାଏ? ବର୍ତ୍ତମାନ ସିଗାରେଟକୁ ଯୁବପିଢୀ ଫ୍ୟାସନ୍ ତାଲିକାରେ ବି ସାମିଲ୍ କରିଦେଇଛନ୍ତି କହିଲେ କିଛି ଭୁଲ୍ ହେବନାହିଁ । କର୍ପୋରେଟ୍ ସେକ୍ଟର କର୍ମଚାରୀଙ୍କଠାରୁ ଆରମ୍ଭ କରି କଲେଜ୍ ପିଲା ପର୍ଯ୍ୟନ୍ତ ସମସ୍ତଙ୍କୁ ସିଗାରେଟ୍ ଯେମିତି ଏକ ଫ୍ୟାସନ୍ ଷ୍ଟାଇଲ୍ ଭଳି ଲାଗୁଛି । ବାପା-ମା’ ଘରେ ଛୋଟ ପିଲା ଥିବା ସତ୍ୱେ ସିଗାରେଟ୍ ଟାଣି ଧୂଆଁ ଏମିତି ଛାଡୁଛନ୍ତି ଯେମିତି କୌଣସି ଟ୍ରେନ୍ ଇଞ୍ଜିନ୍ । ଏଥିରେ ସମସ୍ୟା କ’ଣ ହେଉଛି ଜାଣିଛନ୍ତି ଭୁଲ୍ କରୁଛନ୍ତି ଆପଣ ହେଲେ ଦଣ୍ଡ ପାଉଛି ଆପଣଙ୍କ ଛୁଆ । ଏକ ସର୍ଭେରୁ ସାମ୍ନାକୁ ଆସିଛି ଯେ ସେକେଣ୍ଡ ହେଣ୍ଡ ସ୍ମୋକିଙ୍ଗ୍ ଯାହାକୁ ପେସିବ୍ ସ୍ମୋକିଙ୍ଗ୍ ମଧ୍ୟ କୁହାଯାଏ ଏହା ଆପଣଙ୍କ ଛୁଆ ପାଇଁ ବିପଦ ସାବ୍ୟସ୍ତ ହୋଇପାରେ । ବଡ଼ ହେଲେ ଏଭଳି ପିଲାଙ୍କ କ୍ଷେତ୍ରରେ ର୍ୟୁମେଟାଇଡ୍ ଅର୍ଥରାଇଟିସର ଆଶଙ୍କା ୭୫ % ପର୍ଯ୍ୟନ୍ତ ବଢିଯାଏ । ଏହାର ଅର୍ଥ ଧୂମପାନ କେବଳ ଆପଣଙ୍କ ପାଇଁ ହିଁ ନୁହଁ ଆପଣଙ୍କ ଛୁଆ ପାଇଁ ମଧ୍ୟ ହାନିକାରକ । ତେବେ ଆସନ୍ତୁ ଜାଣିବା କ’ଣ ଏହି ସେକେଣ୍ଡ ହ୍ୟାଣ୍ଡ ସ୍ମୋକିଙ୍ଗ୍?

 

ଜଣେ ବ୍ୟକ୍ତି ଯେତେବେଳେ ସିଗାରେଟ୍ ଟାଣନ୍ତି ଏହାର ସଂପୂର୍ଣ୍ଣ ମାତ୍ରା ଫୁସଫୁସ୍ କୁ ନଯାଇ କିଛି ଧୂଆଁ ମାଧ୍ୟମରେ ବାୟୁରେ ମିଶିଯାଏ ଏବଂ ବାୟୁ ଦ୍ୱାରା ଅନ୍ୟ ଜଣଙ୍କ ଭିତରକୁ ଧୂଆଁ ପ୍ରବେଶ କରେ । ଏହି ପ୍ରକିୟାକୁ ସେକେଣ୍ଡ ହ୍ୟାଣ୍ଡ ସ୍ମୋକିଙ୍ଗ୍ ବୋଲି କୁହାଯାଏ ଯାହାର ଅଧିକ ପ୍ରଭାବ ଛୋଟଛୁଆଙ୍କ ଉପରେ ପଡ଼େ । ର୍ୟୁମେଟାଇଡ୍ ଅର୍ଥରାଇଟିସରେ ଶରୀରର ଇମ୍ୟୁନ୍ ସିଷ୍ଟମ୍ ହିଁ ଗଣ୍ଠି ଉପରେ ଭାରି ପଡ଼ିଯାଏ , ଯାହାଦ୍ୱାରା ଗଣ୍ଠି ଦରଜ ଏବଂ ଫୁଲିବା ଭଳି ସମସ୍ୟା ମଧ୍ୟ ଦେଖାଯାଏ । ଚଲାବୁଲା କରିବା ବେଳେ କଷ୍ଟ ଅନୁଭବ ହୁଏ । ଯେଉଁ ଲୋକଙ୍କ ଭିତରେ ଏଭଳି ସମସ୍ୟା ଦେଖାଯାଏ ସେମାନଙ୍କ ଚିକିତ୍ସା ଉପରେ ଧ୍ୟାନ ଦିଆଯିବା ସହ କିଛି ଖାଦ୍ୟପେୟ ଉପରେ କଣ୍ଟ୍ରୋଲ୍ କରିବାର ଆବଶ୍ୟକତା ପଡ଼ିଯାଏ । ଅବହେଳା ହେଲେ ସମସ୍ୟା ସ୍ଥାୟୀ ରୂପ ନେଇ ଦିବ୍ୟାଙ୍ଗତା ଆଡ଼କୁ ମଧ୍ୟ ନେଇପାରେ ।

 

ସର୍ଭେ ଅନୁସାରେ ର୍ୟୁମେଟାଇଡ୍ ଅର୍ଥରାଇଟିସ ଏକ ଜଟିଳ ସମସ୍ୟା । ତେଣୁ ଏଥିରେ ସାବଧାନ ରହିବା ମଧ୍ୟ ନିହାତି ଜରୁରୀ । ପରିବାରରେ ଯଦି ଏହି ସମସ୍ୟା ଆଗରୁ ରହିଛି ତାହେଲେ ସେକେଣ୍ଡ ହ୍ୟାଣ୍ଡ ସ୍ମୋକ୍ କରିବା ଆଦୌ ଠିକ୍ ନୁହଁ । ଏଥିରେ ପିଲାଙ୍କ ଫୁସଫୁସ୍ ସମ୍ବନ୍ଧ ସମସ୍ୟା ମଧ୍ୟ ଦେଖାଯାଏ । ବିଶେଷଜ୍ଞଙ୍କ ମତରେ ତମ୍ବାଖୁର ଧୂଆଁରେ ୪୦୦୦ ରୁ ଅଧିକ ରାସାୟନିକ ତତ୍ତ୍ୱ ରହିଥାଏ । ଯେଉଁଥିରେ ୨୫୦ ରୁ ଅଧିକ ରୋଗ ହେବାର ସମ୍ଭାବନା ରହିଥାଏ । ଫୁସଫୁସ୍ ସହ ଏହା ହୃଦରୋଗ ସମସ୍ୟା ମଧ୍ୟ ବଢାଏ ଏବଂ କ୍ୟାନ୍ସର ଭଳି ସମସ୍ୟା ହେବାର ଯଥେଷ୍ଟ ସମ୍ଭାବନା ରହିଥାଏ । ସିଗାରେଟ୍ ଧୂଆଁର ସଂସ୍ପର୍ଶରେ ଆସୁଥିବା ପ୍ରତିଟି ଲୋକ ପାଇଁ ଏହା ବିପଦ ସୃଷ୍ଟି କରେ କହିଲେ କିଛି ଭୁଲ୍ ହେବନି । ଶିଶୁଙ୍କ ବିକଶିତ ଅଙ୍ଗ ପାଇଁ ସିଗାରେଟ୍ ଧୂଆଁ ଜହର ଭଳି କାମ କରେ । ଛୋଟପିଲା ଏବଂ ଗର୍ଭବତୀଙ୍କ ଉପସ୍ଥିତିରେ ସିଗାରେଟ୍ ଟାଣିବାର ଭୁଲ୍ ଆଦୌ କରନ୍ତୁ ନାହିଁ । ପରିବାର ଭିତରେ କିମ୍ବା କୌଣସି ଜନଗହଳିପୂର୍ଣ୍ଣ ସ୍ଥାନରେ ମଧ୍ୟ ଧୂମପାନ କରିବା ଠାରୁ ଦୂରେଇ ରୁହନ୍ତୁ । ଆପଣଙ୍କ ଛୋଟ ପ୍ରୟାସ ଅନ୍ୟର ଜୀବନକୁ ସରଳ , ସୁସ୍ଥମୟ କରିବାରେ ସହାୟକ ହେବ ।

  • Related Posts

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରେମ କରୁଛନ୍ତି କି ? ଜାଣିରଖନ୍ତୁ ଏସବୁ କଥା । ଯଦି ମନେରଖିବେ କେବେ ଆପଣଙ୍କର ଗାର୍ଲଫ୍ରେଣ୍ଡ ସହ ହେବନି ଝଗଡ଼ା । ତା ହେଲେ ପଢ଼ିନିଅନ୍ତୁ ଟ୍ଟକଣ କଣ ଇଚ୍ଛାଥାଏ ଗାର୍ଲଫ୍ରେଣ୍ଡଙ୍କର । ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ଇଚ୍ଛାଥାଏ, ଦିନର ପ୍ରଥମ…

    Continue reading
    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ଆଜିକାଲି ଦମ୍ପତିମାନେ ପ୍ରାୟତଃ ସାମାନ୍ୟ କଥାକୁ ନେଇ ଝଗଡ଼ା କରନ୍ତି। କେତେକ ସମୟରେ, ଏହି ଛୋଟ ଛୋଟ ସମସ୍ୟା ଛାଡପତ୍ର ପର୍ଯ୍ୟନ୍ତ ବଢ଼ିଯାଏ। ଆଜିର ସମୟରେ ଦମ୍ପତିଙ୍କ ମଧ୍ୟ ସ୍ଲିପ୍ ଡିଭୋର୍ସ ମଧ୍ୟ ବଢୁଛି। ତେବେ ଏହି ସ୍ଲିପ୍ ଡିଭୋର୍ସ କ’ଣ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ