ନୂଆଦିଲ୍ଲୀ: ଲଗାଣ ବର୍ଷା ଯୋଗୁଁ ଉବୁଟୁବୁ ଦିଲ୍ଲୀ । ଚାରିଆଡେ ଜଳବନ୍ଦୀ ପରିସ୍ଥିତି ସୃଷ୍ଟି ହୋଇଛି । ଗତକାଲି ରାତିରୁ ଦିଲ୍ଲୀ-ଏନସିଆରରେ ପ୍ରବଳ ବର୍ଷା ଯୋଗୁ ଅନେକ ଅଞ୍ଚଳରେ ଜଳବନ୍ଦୀ ପରିସ୍ଥିତି ସୃଷ୍ଟି ହୋଇଛି । କାଳନ୍ଦୀ କୁଞ୍ଜ, ମଥୁରା ରୋଡ୍, ରିଙ୍ଗ ରୋଡ୍, ଜିଟି କର୍ଣ୍ଣାଲ୍ ରୋଡ୍, ରୋହିଣୀ, ମଧୁବନ ଚୌକ୍, ଆନନ୍ଦ ବିହାର ଭଳି ଆହୁରି ଅନେକ ଅଞ୍ଚଳରେ ପ୍ରବଳ ବର୍ଷା ଯୋଗୁ ଟ୍ରାଫିକ୍ ଜାମ୍ ରହିଛି । ପ୍ରବଳ ବର୍ଷା ପାଇଁ ଜଳମଗ୍ନ ହୋଇଛି ସମଗ୍ର ଅଞ୍ଚଳ । ଅନ୍ୟପଟେ ହରିନଗର ଜଇତପୁରରେ କାନ୍ଥ ଭୁଶୁଡି ବଡ ଅଘଟଣ ଘଟିଛି । ରାତି ସାରା ଲଗାଣ ବର୍ଷା ଯୋଗୁଁ କାନ୍ଥ ପଡି ୭ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।
ଏସିଆର ଦୀର୍ଘତମ ମାଲଗାଡି ‘ରୁଦ୍ରାସ୍ତ୍ର’ ର ଟ୍ରାଏଲ ରନ୍ ସଫଳ
ନୂଆଦିଲ୍ଲୀ: ଭାରତୀୟ ରେଳବାଇ ପକ୍ଷରୁ ଏସିଆର ଦୀର୍ଘତମ ମାଲଗାଡି ‘ରୁଦ୍ରାସ୍ତ୍ର’ର ସଫଳ ପରୀକ୍ଷଣ (ଟ୍ରାଏଲ ରନ୍) କରାଯାଇଛି। ଅଗଷ୍ଟ ୭ରେ ଉତ୍ତର ପ୍ରଦେଶର ଚାନ୍ଦାଉଲି ଅନ୍ତର୍ଗତ ଗଞ୍ଜଖ୍ବାଜା ଷ୍ଟେସନରୁ ଝାଡ଼ଖଣ୍ଡର ଗରୱା ରୋଡ ପର୍ଯ୍ୟନ୍ତ ୨୦୯ କିମି ରାସ୍ତାକୁ ଏହି ମାଲଗାଡି…