ଦିଲ୍ଲୀ-ସାହରନପୁର-ଡେରାଡୁନ ଏକ୍ସପ୍ରେସୱେରେ ପରିବେଶ ଅନୁକୂଳ ବୈଶିଷ୍ଟ୍ୟ ଅନୁଧ୍ୟାନ କଲେ ଓଡ଼ିଶାର ଗଣମାଧ୍ୟମ ପ୍ରତିନିଧି ଦଳ

ଭୁବନେଶ୍ୱର:ପିଆଇବି, ଭୁବନେଶ୍ୱର ଆନୁକୂଲ୍ୟରେ ଉତ୍ତରାଖଣ୍ଡ ଯାଇଥିବା ଓଡ଼ିଶା ଗଣମାଧ୍ୟମ ପ୍ରତିନିଧି ଦଳ ଆଜି ଗସ୍ତର ଶେଷ ପର୍ଯ୍ୟାୟରେ ଦିଲ୍ଲୀ-ସାହରନପୁର-ଡେରାଡୁନ ଏକ୍ସପ୍ରେସ ୱେ ପ୍ରକଳ୍ପ ପରିଦର୍ଶନ କରିଛନ୍ତି। ଆଧୁନିକ ରାଜପଥ ଭିତ୍ତିଭୂମି ବିକାଶ ସମୟରେ କିଭଳି ପରିବେଶଗତ ଦୀର୍ଘସ୍ଥାୟିତ୍ୱ ଏବଂ ବନ୍ୟାପ୍ରାଣୀ ସୁରକ୍ଷା ପ୍ରତି ବିଶେଷ ଧ୍ୟାନ ଦିଆଯାଉଛି ତାହା ଏହି ପ୍ରକଳ୍ପରେ ଦେଖିବାକୁ ମିଳିଛି। ଏହି ପରିଦର୍ଶନ ପରେ ବିକାଶ ଆବଶ୍ୟକତା ଏବଂ ପରିବେଶ ସଂରକ୍ଷଣ ମଧ୍ୟରେ ସନ୍ତୁଳନ ବଜାୟ ରଖାଯାଇ ବୃହତ ଯୋଗାଯୋଗ ପ୍ରକଳ୍ପ କିଭଳି ନିର୍ମାଣ କରାଯାଉଛି ତାହା ବୁଝିବାରେ ଏହି ପ୍ରତିନିଧି ଦଳ ସଫଳ ହୋଇଛି।
ପିଆଇୟୁ ବସନ୍ତ ବିହାରର ପ୍ରକଳ୍ପ ନିର୍ଦ୍ଦେଶକ ସୌରଭ ସିଂହ ପ୍ରତିନିଧିମଣ୍ଡଳୀକୁ ସ୍ୱାଗତ କରିଥିଲେ। ସେ ଏହି ଏକ୍ସପ୍ରେସୱେର ଅଗ୍ରଗତି ଏବଂ ଆଞ୍ଚଳିକ ସଂଯୋଗୀକରଣକୁ ସୁଦୃଢ଼ କରିବାରେ ଏହାର ଗୁରୁତ୍ୱପୂର୍ଣ୍ଣ ଭୂମିକା ବିଷୟରେ ସୂଚନା ଦେଇଥିଲେ। ସେ କହିଥିଲେ, ଏହି ପ୍ରକଳ୍ପ ସମ୍ପୂର୍ଣ୍ଣ ହେବା ପରେ ଦିଲ୍ଲୀ ଓ ଡେରାଡୁନ ମଧ୍ୟରେ ଯାତ୍ରା ସମୟ ଯଥେଷ୍ଟ ହ୍ରାସ ପାଇବ। ଏହା ସମଗ୍ର ଅଞ୍ଚଳରେ ପରିବହନ ବ୍ୟବସ୍ଥାରେ ଉନ୍ନତି ଆଣିବ।
ରାଜାଜୀ ଜାତୀୟ ଉଦ୍ୟାନ ନିକଟବର୍ତ୍ତୀ ପରିବେଶଗତ ସମ୍ବେଦନଶୀଳ ଅଞ୍ଚଳ ଦେଇ ଯାଇଥିବା ରାଜପଥର ଅଂଶ ନିର୍ମାଣ ସମୟରେ ବିଶେଷ ଧ୍ୟାନ ଦିଆଯାଇଛି ବୋଲି ଅଧିକାରୀମାନେ କହିଛନ୍ତି। ଏଥିରେ ବନ୍ୟପ୍ରାଣୀଙ୍କ ସୁରକ୍ଷା ସୁନିଶ୍ଚିତ କରିବା ଏବଂ ଜଙ୍ଗଲ ପରିଦୃଶ୍ୟରେ ପ୍ରାଣୀଙ୍କ ପ୍ରାକୃତିକ ଗତିବିଧିକୁ ସଂରକ୍ଷଣ କରିବା ପାଇଁ ଅଭିନବ ଇଞ୍ଜିନିୟରିଂ ପଦକ୍ଷେପ ଗ୍ରହଣ କରାଯାଇଛି।
ଏହି ପରିଦର୍ଶନ ସମୟରେ, ରାଜାଜୀ ଜାତୀୟ ବନଖଣ୍ଡର ସହାୟକ ବନ ସଂରକ୍ଷକ ଅଜୟ ଲିଙ୍ଗୱାଲ, ଏନଏଚଏଆଇର ସାଇଟ୍ ଇଞ୍ଜିନିୟର ସୁମିତ ସିଂହଙ୍କ ସହିତ ପ୍ରତିନିଧିମଣ୍ଡଳୀ ଆଲୋଚନା କରିଥିଲେ। ସେମାନେ ଏହି ପ୍ରକଳ୍ପର ବନ୍ୟପ୍ରାଣୀ ସଂରକ୍ଷଣ ପଦକ୍ଷେପ ବିଷୟରେ ବିସ୍ତୃତ ଭାବରେ ବର୍ଣ୍ଣନା କରିଥିଲେ। ଏଥିରେ ସ୍ୱତନ୍ତ୍ର ବନ୍ୟପ୍ରାଣୀ ଅଣ୍ଡରପାସ୍, ଇକୋ-ବ୍ରିଜ୍ ଏବଂ ପ୍ରାକୃତିକ କରିଡର ନିର୍ମାଣ କରାଯାଇଛି । ଏହାଦ୍ଵାରା ପ୍ରାଣୀମାନଙ୍କର ବାସସ୍ଥଳୀ କ୍ଷତିଗ୍ରସ୍ତ ହେବ ନାହିଁ ଏବଂ ସେମାନେ ସୁରକ୍ଷିତ ଭାବରେ ରାଜପଥ ପାର କରିପାରିବେ।
ବିସ୍ତୃତ ପରିବେଶଗତ ଅଧ୍ୟୟନ ପରେ ଏପରି ବୈଶିଷ୍ଟ୍ୟଗୁଡ଼ିକ ଡିଜାଇନ୍ କରାଯାଇଛି ଏବଂ ଏଗୁଡ଼ିକ ବନାଞ୍ଚଳରେ ଭିତ୍ତିଭୂମି ବିକାଶର ଏକ ପ୍ରମୁଖ ଉପାଦାନ ହୋଇପାରିଛି ବୋଲି ପ୍ରତିନିଧିମଣ୍ଡଳୀକୁ ଅବଗତ କରାଯାଇଥିଲା। ଏହି ପଦକ୍ଷେପ ସ୍ଥାନୀୟ ଅଞ୍ଚଳରେ ପରିବେଶର ଦୀର୍ଘସ୍ଥାୟିତ୍ୱ ବଜାୟ ରଖିବା ସହିତ ବନ୍ୟପ୍ରାଣୀଙ୍କ ସହ ଜଡିତ ସଡ଼କ ଦୁର୍ଘଟଣାକୁ ରୋକିବାରେ ସହାୟକ ହେବ।
ପ୍ରକଳ୍ପର ଏଭଳି ସୁଚିନ୍ତିତ ଯୋଜନା ପ୍ରସ୍ତୁତିକୁ ଓଡ଼ିଶାର ଗଣମାଧ୍ୟମ ପ୍ରତିନିଧି ଦଳ ପ୍ରଶଂସା କରି କହିଥିଲେ, ଏହି ଏକ୍ସପ୍ରେସସ୍ ୱେ ଦୀର୍ଘସ୍ଥାୟୀ ଯୋଗାଯୋଗ ଲାଗି ପ୍ରଗତିଶୀଳ ଆଭିମୁଖ୍ୟକୁ ପ୍ରତିନିଧିତ୍ୱ କରୁଛି। ଏହା ପରିବେଶ ସୁରକ୍ଷା ସହିତ ଭିତ୍ତିଭୂମି ବିକାଶ ମଧ୍ୟରେ ସନ୍ତୁଳନ ପ୍ରତିଷ୍ଠା କରୁଛି।
ଭାରତରେ ଭିତ୍ତିଭୂମି ପ୍ରକଳ୍ପ ନିର୍ମାଣ ସମୟରେ ସଂଯୋଗୀକରଣକୁ ଉନ୍ନତ କରିବା ସହିତ ଜୈବ ବିବିଧତାକୁ ସୁରକ୍ଷା ଦେବା ପାଇଁ କିପରି ଅଭିନବ ଓ ଦାୟିତ୍ୱପୂର୍ଣ୍ଣ ପଦ୍ଧତି ଗ୍ରହଣ କରାଯାଉଛି ସେ ସମ୍ପର୍କରେ ପ୍ରତିନିଧି ଦଳ ଏହି ଗସ୍ତ ସମୟରେ ଜ୍ଞାନ ଆହରଣ କରିପାରିଛନ୍ତି।
ଓଡ଼ିଶାର ଏହି ପ୍ରତିନିଧି ଦଳରେ ବିଭିନ୍ନ ଗଣମାଧ୍ୟମ ସଂସ୍ଥାର ନଅ ଜଣ ବରିଷ୍ଠ ସାମ୍ବାଦିକ ଏବଂ ସମ୍ପାଦକ ସାମିଲ ରହିଛନ୍ତି ।

  • Related Posts

    ଜନଗଣନା ୨୦୨୭ର ପ୍ରଥମ ପର୍ଯ୍ୟାୟ ଗୃହଗଣନା ଏବଂ ଗୃହତାଲିକା-୨୦୨୬ ଅବସରରେ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା

    ପ୍ରିୟ ଭାଇ ଓ ଭଉଣୀମାନେ!ଭାରତ ସରକାରଙ୍କ ଗୃହ ମନ୍ତ୍ରଣାଳୟର ଓଡ଼ିଶାସ୍ଥିତ ଜନଗଣନା ନିର୍ଦ୍ଦେଶାଳୟ ଏବଂ ଓଡ଼ିଶା ସରକାରଙ୍କ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ସମନ୍ୱୟରେ ଜନଗଣନା କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି। ଓଡ଼ିଶାର ୩୦ଟି ଜିଲ୍ଲାରେ ଜନଗଣନାର ପ୍ରଥମ ପର୍ଯ୍ୟାୟରେ ଗୃହଗଣନା…

    Continue reading
    ଆଉ ବଜାରରେ ବିକ୍ରି ହେବନି ରନ୍ଧନ ଗ୍ୟାସ୍ : ଯୋଗାଣ ମନ୍ତ୍ରୀ

    ଭୁବନେଶ୍ୱର: ଆଉ ବଜାରରେ ବିକ୍ରି ହେବନି ରନ୍ଧନ ଗ୍ୟାସ୍। ଏହା ବେଆଇନ୍ । ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଆଜି ଏହି ବଡ଼ ସୂଚନା ଦେଇଛନ୍ତି । କେବଳ ସୀକୃତି ପ୍ରାପ୍ତ ଦୋକାନୀ ବା ଏଜେନ୍ସି ହିଁ ଗ୍ୟାସ୍ ବିକ୍ରି କରିପାରିବେ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ