ଦୁଇ କିଡନୀ ନଷ୍ଟ, ଜୀବନ ପାଇଁ ସଂଘର୍ଷ କରୁଛନ୍ତି ଚିନୁ ବାରିକ

ଚିକିତ୍ସା ପାଇଁ ଆବଶ୍ୟକ ୭–୮ ଲକ୍ଷ ଟଙ୍କା, ସହଯୋଗ ପାଇଁ ଆକୁଳ ନିବେଦନ

ନିମାପଡ଼ା: ମୁଁ ବଞ୍ଚିଲେ ମୋ ପରିବାର ବଞ୍ଚିବ। ଆପଣ ମାନେ ଚାହିଁଲେ ମୋ ଜୀବନ ରହିବ, ଏମିତି ଲୁହ ଛଳ ଛଳ ଆଖିରେ ଶଯ୍ୟା ଉପରେ ଶୋଇ ନେହୁରା ହୋଇ କୁହନ୍ତି ଦୁଇଟି କିଡନୀ ହରାଇ ଥିବା ପୁରୀ ଜିଲ୍ଲା ନିମାପଡ଼ା ବ୍ଲକ ଅନ୍ତର୍ଗତ ମିଟେଇପୁର ଗ୍ରାମର ଚିତ୍ତରଞ୍ଜନ ବାରିକ (ଚିନୁ) । ଚିନୁ ଗାଡି ଚଳାଇ ସେଥିରେ ଯାହା ରୋଜଗାର କରନ୍ତି ପରିବାର ପ୍ରତିପୋଷଣ କରିଥାନ୍ତି। କିନ୍ତୁ ଆଜି ନିଜ ଜୀବନ ବଞ୍ଚାଇବା ପାଇଁ ସେ ଗୁରୁତର ସଂଘର୍ଷ କରୁଛନ୍ତି। ପରିବାରର ଏକମାତ୍ର ରୋଜଗାରିଆ ବ୍ୟକ୍ତି ଭାବେ ଚିନୁ ନିଜ ଜୀବନକୁ ପରିବାର ପାଇଁ ସମର୍ପିତ କରିଥିଲେ। ହେଲେ ହଠାତ୍ ଗୁରୁତର ଅସୁସ୍ଥତା ତାଙ୍କ ପରିବାରକୁ ଗଭୀର ସଙ୍କଟ ମଧ୍ୟକୁ ଠେଲି ଦେଇଛି। ଚିନୁଙ୍କ ପରିବାର କହିଲେ ତାଙ୍କ ସ୍ତ୍ରୀ ମାନସୀ ବାରିକ, ମାତ୍ର ୪ ବର୍ଷର ଏକ ଛୋଟ ଝିଅ ଏବଂ ବିଧବା ମା’ ନୟନା ବାରିକ ଅଛନ୍ତି। ଚିନୁଙ୍କ ରୋଜଗାର ଉପରେ ହିଁ ପରିବାରର ଦୈନନ୍ଦିନ ଜୀବନ ନିର୍ଭର କରୁଥିଲା।
ପ୍ରାୟ ଏକ ବର୍ଷ ପୂର୍ବରୁ ଚିନୁଙ୍କ ଦେହ ଧୀରେ ଧୀରେ ଖରାପ ହେବାକୁ ଲାଗିଥିଲା। ବିଭିନ୍ନ ସ୍ଥାନରେ ଚିକିତ୍ସା ଓ ଅନେକ ପରୀକ୍ଷା-ନିରୀକ୍ଷା ପରେ ତାଙ୍କ ଦୁଇଟି କିଡନୀ ଗୁରୁତର ଭାବେ କ୍ଷତିଗ୍ରସ୍ତ ହୋଇଥିବା ଜଣାପଡ଼ିଛି। ଏହି ଖବର ପରିବାର ପାଇଁ ଏକ ବଡ଼ ଆଘାତ ପାଲଟିଛି।
ବର୍ତ୍ତମାନ ଚିନୁଙ୍କ ଜୀବନ ବଞ୍ଚାଇବା ପାଇଁ କିଡନୀ ପ୍ରତିରୋପଣ କରାଯିବାର ଯୋଜନା ରହିଛି। ତାଙ୍କ ଧର୍ମପତ୍ନୀ ମାନସୀ ବାରିକ ନିଜର ଗୋଟିଏ କିଡନୀ ଦାନ କରି ସ୍ୱାମୀଙ୍କ ଜୀବନ ବଞ୍ଚାଇବାକୁ ଆଗେଇ ଆସିଛନ୍ତି। ଜଣେ ସ୍ତ୍ରୀଙ୍କ ଏହି ତ୍ୟାଗ ଏବଂ ସ୍ୱାମୀଙ୍କୁ ବଞ୍ଚାଇବାର ଏହି ଉଦ୍ୟମ ପରିବାର ପାଇଁ ଆଶାର ଆଲୋକ ସୃଷ୍ଟି କରିଛି। କିନ୍ତୁ ଚିକିତ୍ସା ଓ ଅପରେଶନ ପାଇଁ ଆବଶ୍ୟକ ଅର୍ଥ ଯୋଗାଡ଼ କରିବା ଏବେ ପରିବାର ପାଇଁ ସବୁଠାରୁ ବଡ଼ ସମସ୍ୟା ହୋଇଛି। ଉପଲବ୍ଧ ସରକାରୀ ସହାୟତା/କାର୍ଡର ଅର୍ଥ ଚିକିତ୍ସା ଖର୍ଚ୍ଚ ପାଇଁ ପର୍ଯ୍ୟାପ୍ତ ହେଉନଥିବାରୁ ଆହୁରି ପ୍ରାୟ ୭ରୁ ୮ ଲକ୍ଷ ଟଙ୍କା ଆବଶ୍ୟକ ହେଉଛି। ଜଣେ ଗାଡ଼ି ଚାଳକ ଭାବେ ଦିନରାତି ପରିଶ୍ରମ କରି ପରିବାର ଚଳାଉଥିବା ଚିନୁ ଆଜି ନିଜେ ଅନ୍ୟମାନଙ୍କ ସହଯୋଗ ଅପେକ୍ଷାରେ ଅଛନ୍ତି। ତାଙ୍କ ୪ ବର୍ଷର ଛୋଟ ଝିଅ ଏବେ ମଧ୍ୟ ନିଜ ବାପାଙ୍କ ଗୁରୁତର ଅସୁସ୍ଥତାର ଗଭୀରତା ବୁଝିପାରୁନାହିଁ। ଝିଅଟି ତାଙ୍କ ବାପାଙ୍କୁ ସୁସ୍ଥ ହୋଇ ଘରକୁ ଫେରିବା ଅପେକ୍ଷାରେ ରହିଛି। ବିଧବା ମା’ ଓ ସ୍ତ୍ରୀଙ୍କ ଆଶା ମଧ୍ୟ ଏବେ ଚିନୁଙ୍କ ଜୀବନ ଉପରେ ନିର୍ଭର କରୁଛି। ଏହି କଠିନ ସମୟରେ ସମାଜର ଦୟାଳୁ ବ୍ୟକ୍ତି, ସ୍ୱେଚ୍ଛାସେବୀ ସଂଗଠନ, ସାମାଜିକ କର୍ମୀ, ବଦାନ୍ୟ ବ୍ୟକ୍ତିବିଶେଷ ଏବଂ ସମସ୍ତ ସହୃଦୟ ଜନସାଧାରଣଙ୍କୁ ଚିତ୍ତରଞ୍ଜନ ବାରିକଙ୍କ ଚିକିତ୍ସା ପାଇଁ ନିଜ ସାମର୍ଥ୍ୟ ଅନୁଯାୟୀ ଆର୍ଥିକ ସହଯୋଗ କରିବାକୁ ପରିବାର ପକ୍ଷରୁ ନିବେଦନ କରାଯାଇଛି।
ଆପଣଙ୍କର ଛୋଟ ଏକ ସହଯୋଗ ହୁଏତ ଜଣେ ମଣିଷର ଜୀବନ ବଞ୍ଚାଇପାରିବ। ଆପଣଙ୍କ ସହଯୋଗରେ ଚିନୁ ପୁଣି ନିଜ ପରିବାର ମଧ୍ୟକୁ ଫେରିପାରିବେ ଏବଂ ତାଙ୍କ ୪ ବର୍ଷର ଝିଅଟି ବାପାଙ୍କ ସ୍ନେହରୁ ବଞ୍ଚିତ ହେବାରୁ ରକ୍ଷା ପାଇପାରିବ।
ସହଯୋଗ ଓ ଯୋଗାଯୋଗ ପାଇଁ:
ମୋ – ୯୫୫୬୬୪୩୮୮୫
ଠିକଣା:
ଚିତ୍ତରଞ୍ଜନ ବାରିକ (ଚିନୁ)
ପିତା ସ୍ୱର୍ଗତ ନବଘନ ବାରିକ
ଗ୍ରାମ: ମିଟେଇପୁର 
ପୋଷ୍ଟ : ବନ୍ତୁଗ୍ରାମ
ଥାନା/ବ୍ଲକ: ନିମାପଡ଼ା
ଜିଲ୍ଲା: ପୁରୀ
ଓଡ଼ିଶା – ୭୫୨୧୦୬
ନିମାପଡ଼ାରୁ ବସନ୍ତ ନାୟକଙ୍କ ରିପୋର୍ଟ

  • Related Posts

    ଶୋଇଥିବା ଶିଶୁକୁ ଝୁଣିଦେଲା କୁକୁର

    କୋଷାଗୁମୁଡ଼ା: ବୁଲା କୁକୁରର ଦୌରାତ୍ମ୍ୟ । ଘରେ ପଶି ଶୋଇଥିବା ଶିଶୁକୁ ଝୁଣି ଲହୁଲୁହାଣ କରିଦେଇଛି । ଶିଶୁର ମୁହଁ ସହ ଶରୀରର ବିଭିନ୍ନ ଅଂଶକୁ କାମୁଡ଼ି କ୍ଷତାକ୍ତ କରିଦେଇଛି । ଏଭଳି ହୃଦୟ ବିଦାରକ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା…

    Continue reading
    ବଡ଼ ଭାଇକୁ ହତ୍ୟା କଲା ସାନ

    ବ୍ରଜରାଜନଗର: ଝାରସୁଗୁଡ଼ାଜିଲ୍ଲା ଲଖନପୁର ଥାନା ଅନ୍ତର୍ଗତ କୁଶ୍ରାଲୋଇ ଖପରପଡ଼ା ଗାଁରେ ଭାଇ ହାତରେ ଭାଇର ହତ୍ୟା ଭଳି ଅଭାବନୀୟ ଘଟଣା ଘଟିଛି। ମୃତକ ଜଣକ ଅଢାପଡା (ଖପରପଡ଼ା)ର ସୁଦର୍ଶନ ଓରାମ (୩୯) ଓ ଅଭିଯୁକ୍ତ ତାଙ୍କ ସାନ ଭାଇ କିଶୋର ଓରାମ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ