ଦୁଇ ଦିନିଆ ଓଡ଼ିଶା ସହରାଞ୍ଚଳ ସମ୍ମିଳନୀ-୨୦୨୫; ସଶକ୍ତ ସହର, ସଶକ୍ତ ନାଗରିକ-ବିକାଶଶୀଳ ଓଡ଼ିଶା

ଭୁବନେଶ୍ବର,୧୫।୧୦ : ଓଡ଼ିଶା ସରକାରଙ୍କ ଗୃହନିର୍ମାଣ ଓ ନଗରଉନ୍ନୟନ ବିଭାଗ ଦ୍ଵାରା ଚଳିତ ଅକ୍ଟୋବର ୨୩ ଓ ୨୪ ତାରିଖରେ ଭୁବନେଶ୍ୱରର ଲୋକ ସେବା ଭବନ ପରିସରରେ ଥିବା କନଭେନସନ ସେଣ୍ଟର ଅଡିଟୋରିୟମରେ ଏକ ଦୁଇଦିନିଆ ଓଡ଼ିଶା ସହରାଞ୍ଚଳ ସମ୍ମିଳନୀ-୨୦୨୫ ଆୟୋଜନ କରାଯାଉଛି ।
ଏହି ସମ୍ମିଳନୀ “ନିରନ୍ତର ସହରାଞ୍ଚଳ ବିକାଶ ଏବଂ ବିକଶିତ ଓଡ଼ିଶା ୨୦୩୬ ଏବଂ ବିକଶିତ ଭାରତ ୨୦୪୭ ଦିଗରେ” ବିଷୟବସ୍ତୁ ଉପରେ ଅନୁଷ୍ଠିତ ହେବ। ଏହି କାର୍ଯ୍ୟକ୍ରମରେ ରାଜ୍ୟର ସମସ୍ତ ସହରାଞ୍ଚଳ ସ୍ଥାନୀୟ ସଂସ୍ଥା (ୟୁଏଲବି) ଗୁଡ଼ିକୁ ଏକତ୍ର କରି ସହରାଞ୍ଚଳ ଶାସନ, ସେବା ପ୍ରଦାନ ଏବଂ ନିରନ୍ତର ଅଭିବୃଦ୍ଧିର ପ୍ରମୁଖ ଦିଗ ଉପରେ ବିଚାର-ବିମର୍ଶ ହେବ। ଏହି ସମ୍ମିଳନୀକୁ ଗୃହନିର୍ମାଣ ଓ ନଗରଉନ୍ନୟନ ବିଭାଗ ମନ୍ତ୍ରୀ ଡ. କୃଷ୍ଣ ଚନ୍ଦ୍ର ମହାପାତ୍ର ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ବିଭାଗର ବରିଷ୍ଠ ଅଧିକାରୀମାନଙ୍କ ସମେତ ବିଭିନ୍ନ ସହରାଞ୍ଚଳ ଅନୁଷ୍ଠାନର ପ୍ରତିନିଧି ଏବଂ ରାଜ୍ୟର ସମସ୍ତ ୟୁଏଲବିର ପ୍ରତିନିଧିମାନେ ଏହି ଆଲୋଚନାରେ ଅଂଶଗ୍ରହଣ କରିବେ। ଏନେଇ ମନ୍ତ୍ରୀ ଡକ୍ଟର ମହାପାତ୍ର କହିଛନ୍ତି “ଓଡ଼ିଶାର ସହରଗୁଡ଼ିକ କେବଳ ଅର୍ଥନୈତିକ ଅଭିବୃଦ୍ଧିର ଇଞ୍ଜିନ ନୁହେଁ, ବରଂ ଆମର ସାମୂହିକ ଆକାଂକ୍ଷାର ଦର୍ପଣ। ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ, ଆମେ ସ୍ଥାୟୀ, ନମନୀୟ ଏବଂ ନାଗରିକ କୈନ୍ଦ୍ରିକ ସହରୀ ଇକୋସିଷ୍ଟମ ନିର୍ମାଣ କରିବାକୁ ପ୍ରତିଶ୍ରୁତିବଦ୍ଧ। ଓଡ଼ିଶା ସହରାଞ୍ଚଳ ସମ୍ମିଳନୀ ୨୦୨୫ ‘ବିକାଶିତ୍ ଓଡ଼ିଶା’ ର ରୋଡମ୍ୟାପ୍ ପ୍ରସ୍ତୁତ କରିବାରେ ଏବଂ ‘ବିକାଶିତ୍ ଭାରତ’ ର ଜାତୀୟ ଦୃଷ୍ଟିକୋଣରେ ଯୋଗଦାନ ଦେବାରେ ଏକ ମାଇଲଖୁଣ୍ଟ ହେବ” I
ସମ୍ମିଳନୀର ଉଦ୍ଦେଶ୍ୟ ଉପରେ ଦୃଷ୍ଟିକୋଣ ଯୋଡ଼ିବା ସହିତ, ଗୃହନିର୍ମାଣ ଓ ନଗରଉନ୍ନୟନ ବିଭାଗର ପ୍ରମୁଖ ସଚିବ ଶ୍ରୀମତୀ ଉଷା ପାଢ଼ୀ କହିଛନ୍ତି “ଓଡ଼ିଶା ସହରାଞ୍ଚଳ ସମ୍ମିଳନୀ-୨୦୨୫ ଏକ ସହଯୋଗୀ ପ୍ଲାଟଫର୍ମ ଭାବରେ ପରିକଳ୍ପନା କରାଯାଇଛି ଯେଉଁଠାରେ ସମସ୍ତ ସହରାଞ୍ଚଳ ସ୍ଥାନୀୟ ସଂସ୍ଥା ବିଚାର, ନବସୃଜନ ଏବଂ ସର୍ବୋତ୍ତମ ଅଭ୍ୟାସ ବାଣ୍ଟିପାରିବେ। ଆମର ଧ୍ୟାନ ସ୍ଥାନୀୟ ଅନୁଷ୍ଠାନଗୁଡ଼ିକୁ ସୁଦୃଢ଼ କରିବା, ସହରାଞ୍ଚଳ ସେବା ପ୍ରଦାନକୁ ବୃଦ୍ଧି କରିବା ଏବଂ ପ୍ରଭାବୀ, ସ୍ୱଚ୍ଛ ଏବଂ ନାଗରିକ-ପ୍ରଥମ ଶାସନ ପାଇଁ ଡିଜିଟାଲ ରୂପାନ୍ତରଣକୁ ପ୍ରୋତ୍ସାହିତ କରିବା ଉପରେ ରହିଛି। ଏହି ସାମୂହିକ ଆଲୋଚନା ନିରନ୍ତର ଏବଂ ସମାବେଶୀ ସହରାଞ୍ଚଳ ବିକାଶ ଦିଗରେ ଆମର ଯାତ୍ରାକୁ ମାର୍ଗଦର୍ଶନ କରିବ” ସହ ଏହି ଦୁଇଦିନ ନାଗରିକ କୈନ୍ଦ୍ରିକ ପ୍ରଶାସନକୁ ସୁଦୃଢ଼ କରିବା, ସହରାଞ୍ଚଳ ଭିତ୍ତିଭୂମି, ସଡ଼କ ଏବଂ ଜଳ ନିଷ୍କାସନ ବ୍ୟବସ୍ଥାରେ ଉନ୍ନତି ଆଣିବା, ଜଳ ଯୋଗାଣ ଏବଂ ପରିମଳ ସେବାକୁ ବୃଦ୍ଧି କରିବା ଏବଂ ସୁଜୋଗ, ଓ. ଆର. ଟି. ପି. ଏସ୍. ଏ., ଓ. ଏସ୍. ଡବ୍ଲ୍ୟୁ. ଏ. ଏସ୍. ଏବଂ ସମନ୍ୱିତ କଲ୍ ସେଣ୍ଟର (୧୯୨୯) ଭଳି ଡିଜିଟାଲ ପ୍ରଶାସନିକ ପଦକ୍ଷେପକୁ ପ୍ରୋତ୍ସାହନ ଦେବା ଉପରେ ଗୁରୁତ୍ୱ ଦିଆଯିବ। ଆର୍ଥିକ ଏବଂ ପ୍ରଶାସନିକ ଦୃଷ୍ଟିରୁ ସଶକ୍ତ ସହରାଞ୍ଚଳ ସ୍ଥାନୀୟ ସଂସ୍ଥା (ୟୁଏଲବି) ନିର୍ମାଣ ଉପରେ ମଧ୍ୟ ଏହା ବିଚାର-ବିମର୍ଶ କରିବ, ଯାହା ସମାବେଶୀ ଏବଂ ଉତ୍ତରଦାୟୀ ସହରାଞ୍ଚଳ ବିକାଶକୁ ଆଗେଇ ନେବାରେ ସକ୍ଷମ ହେବ। ଏହି ସମ୍ମିଳନୀରେ ସକ୍ରିୟ ଅଂଶଗ୍ରହଣ ସୁନିଶ୍ଚିତ କରିବା ଲାଗି ସମସ୍ତ ସହରାଞ୍ଚଳ ସ୍ଥାନୀୟ ସଂସ୍ଥା (ୟୁଏଲବି) ମାନଙ୍କୁ ବିଭାଗ ତରଫରୁ ସୁଚିତ କରାଯାଇଛି। ପ୍ରତ୍ୟେକ ୟୁଏଲବିର ପ୍ରତିନିଧିତ୍ୱ ପିଡି (ଡ଼ୁଡା), ମ୍ୟୁନିସିପାଲ କମିଶନର/କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରତିନିଧି ଦଳର ମୁଖ୍ୟ ଭାବେ ଜଣେ ମ୍ୟୁନିସିପାଲ ଇଞ୍ଜିନିୟର (ଏ. ଇ./ଜେ. ଇ.) ଙ୍କ ସହିତ ଯୋଗଦେବାକୁ କୁହାଯାଇଛି ।
ଓଡ଼ିଶା ସହରାଞ୍ଚଳ ସମ୍ମିଳନୀ-୨୦୨୫ କୁ ଜ୍ଞାନ ଆଦାନପ୍ରଦାନ, ଅଭିଜ୍ଞତା ବିନିମୟ ଏବଂ ସହଯୋଗୀ ଯୋଜନା ପାଇଁ ଏକ ଗତିଶୀଳ ପ୍ଲାଟଫର୍ମ ଭାବରେ ପରିକଳ୍ପନା କରାଯାଇଛି, ଯାହା ସ୍ଥାୟୀ, ସମାବେଶୀ ଏବଂ ଜନ କୈନ୍ଦ୍ରିକ ସହରାଞ୍ଚଳ ଶାସନ ପ୍ରତି ରାଜ୍ୟର ପ୍ରତିବଦ୍ଧତାକୁ ପୁନର୍ବାର ନିଶ୍ଚିତ କରେ I

  • Related Posts

    ବିପଦସଙ୍କୁଳ କାଠ ପୋଲ ଭରଷାରେ ଦେସିଙ୍କୁଳି ଗ୍ରାମବାସୀ

    ଦେବଗଡ଼:ନିର୍ବାଚନ ପରେ ନିର୍ବାଚନ ଯାଉଛି ସତ କିନ୍ତୁ ଜିଲ୍ଲାରେ ବଦଳୁନି ଗ୍ରାମାଞ୍ଚଳର ଗମନାଗମନର ଚିତ୍ର।ନାଳ ଉପରେ ଥିବା ପୁରୁଣା ପୋଲଟି ବହୁ ବର୍ଷ ହେବ ବର୍ଷାରେ ଧୋଇ ଯିବାରୁ ଭୁସୁଡି ପଡିବା ସହିତ ନାଳ ଉପରେ ପୋଲ ନିର୍ମାଣ କରିବା ପାଇଁ…

    Continue reading
    ବିଭିନ୍ନ ପ୍ରମୁଖ ଯୋଜନାର ସମନ୍ୱୟରେ ସୁଦୃଢ଼ ହେବ ସ୍କୁଲ ଶିକ୍ଷା ବ୍ୟବସ୍ଥା- ଧର୍ମେନ୍ଦ୍ର ପ୍ରଧାନ

    ନୂଆଦିଲ୍ଲୀ, ମଇ ୨୯ – କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁକ୍ରବାର ନୂଆଦିଲ୍ଲୀ ଠାରେ ‘ସମଗ୍ର ଶିକ୍ଷା ଅଭିଯାନ’ ଅଧୀନରେ ପାଣ୍ଠି ପ୍ରଦାନ ଏବଂ ଏହାର ବିନିଯୋଗ ନେଇ ଏକ ବିସ୍ତୃତ ସମୀକ୍ଷା ବୈଠକ କରିଛନ୍ତି । ଶିକ୍ଷା ମନ୍ତ୍ରଣାଳୟର…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ