
ଦେବଗଡ଼:ଶାରଦୀୟ ଦୁର୍ଗା ପୂଜା ଅବସରରେ ପ୍ରଧାନପାଟରୋଡ ସ୍ଥିତ ଉତ୍କଳ ଦୁର୍ଗାପୂଜା କମିଟି,ଖପରସାହିସ୍ଥିତ ଜୟଦୁର୍ଗା କ୍ଲବ,ଏନଏଚ ଷ୍ଟୋରସ୍ଥିତ ଫ୍ରେଣ୍ଡସ୍ କ୍ଲବ,ପୁରୁଣାଗଡ ରଥଦାଣ୍ଡି ସାହି,ମଠସାହି ସ୍ଥିତ ମନୋରମା କ୍ଲବ ଏବଂ ବାରକୋଟ ବ୍ଲକର ବଳମ ଗ୍ରାମର ଜାଗୃତି କ୍ଲବ ଦୁର୍ଗାପୂଜା କମିଟି ପକ୍ଷରୁ ପ୍ରସ୍ତୁତିକୁ ଜୋରଦାର କରାଯାଇଛି।ଏନଏଚ ଷ୍ଟୋରସ୍ଥିତ ଫ୍ରେଣ୍ଡସ୍ କ୍ଲବରେ ପୂଜା ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଅନ୍ନଭୋଗର ବ୍ୟବସ୍ଥା କରାଯାଇଥିବା କମିଟି ପକ୍ଷରୁ ସୂଚନା ଦିଆଯାଇଛି।ପ୍ରଧାନପାଟରୋଡ ସ୍ଥିତ ଉତ୍କଳ ଦୁର୍ଗାପୂଜା କମିଟି ପକ୍ଷରୁ ମଧ୍ୟ ପ୍ରସ୍ତୁତି ଜୋର ଜାର କରାଯାଇଥିବାବେଳେ ବିଭିନ୍ନ କାର୍ଯ୍ୟକ୍ରମ ସହ ଅନ୍ନଭୋଗର ବ୍ୟବସ୍ଥା କରାଯାଇଥିବା କମିଟି ସୁତ୍ରରୁ ପ୍ରକାଶ।ସେହିପରି ଖପରସାହିସ୍ଥିତ ଜୟଦୁର୍ଗା କ୍ଲବ ପକ୍ଷରୁ ମଧ୍ୟ ଚଳିତବର୍ଷ ପୁଜାକୁ ଆକର୍ଷଣୀୟ କରିବା ପାଇଁ ପ୍ରସ୍ତୁତି ଜୋର ଜାର କରାଯାଇଥିବାବେଳେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ରାବଣ ପୋଡି ଉତ୍ସବ କରାଯିବ ବୋଲି କମିଟି ସୁତ୍ରରୁ ପ୍ରକାଶ।ଠିକ ସେହିପରି ଭାବେ ବାରକୋଟ ବ୍ଲକର ବଳମ ଗ୍ରାମରେ ଜାଗୃତି କ୍ଲବ କମିଟି ପକ୍ଷରୁ ମଧ୍ୟ ଦୁର୍ଗା ପୂଜା ଅନୁଷ୍ଠିତ ହେବ।ପୂଜା ଅବସରରେ କମିଟି ପକ୍ଷରୁ ନୃତ୍ୟ ପ୍ରତିଯୋଗିତା,ଫୁଟବଲ ପ୍ରତିଯୋଗିତା,ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ଟିକେଟ ସୋ ଅପେରା ଅନୁଷ୍ଠିତ ହେବ ବୋଲି କମିଟି ପକ୍ଷରୁ ସୂଚନା ଦିଆଯାଇଛି।







