ଦୁର୍ନୀତି ରୋକିବା ପାଇଁ ମୁଖ୍ୟ ସଚିବଙ୍କ କଡ଼ା ଆଭିମୁଖ୍ୟ: ସମସ୍ତ ବିଭାଗ ଓ ଜିଲ୍ଲାପାଳମାନଙ୍କୁ ଦେଲେ ଏହି ନିର୍ଦ୍ଦେଶ

ଭୁବନେଶ୍ୱର: ଦୁର୍ନୀତି ରୋକିବା ଦିଗରେ ପ୍ରଶାସନିକ ବ୍ୟବସ୍ଥାର ସୁଦୃଢୀକରଣ ଏବଂ ପ୍ରତିକାରାତ୍ମକ ସତର୍କତା ଅବଲମ୍ବନ ସଂପର୍କରେ ରାଜ୍ୟ ମୁଖ୍ୟ ଶାସନ ମନୋଜ ଆହୁଜା କଡ଼ା ଆଭିମୁଖ୍ୟ ଗ୍ରହଣ କରି ଏ ସଂପର୍କରେ ଦୃଢ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟ ଶାସନ ସଚିବ ଏ ସଂପର୍କରେ ବିଭିନ୍ନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ପ୍ରମୁଖ ଶାସନ ସଚିବ, ରାଜ୍ୟ ଦୁର୍ନୀତି ନିବାରଣ ନିର୍ଦ୍ଦେଶାଳୟର ମହା ନିର୍ଦ୍ଦେଶକ, ସମସ୍ତ ବିଭାଗର କମିଶନର ତଥା ଶାସନ ସଚିବ, ସମସ୍ତ ରାଜସ୍ୱ ଆୟୁକ୍ତ ଏବଂ ଜିଲ୍ଲାପାଳମାନଙ୍କୁ ଉଲ୍ଲେଖିତ ଏକ ପତ୍ରରେ ଜଣାଇଛନ୍ତି ଯେ, ରାଜ୍ୟ ସରକାର ସ୍ୱଚ୍ଛ, ପାରଦର୍ଶୀ ଓ ନାଗରିକକୈନ୍ଦ୍ରିକ ପ୍ରଶାସନ ପ୍ରତି ପ୍ରତିବଦ୍ଧ। ନିକଟରେ ଦୁର୍ନୀତି ନିବାରଣ ବିଭାଗଦ୍ୱାରା ଚିହ୍ନଟ ହୋଇଥିବା ଦୁର୍ନୀତି ମାମଲାଗୁଡ଼ିକ ସୂଚାଉଛି ଯେ, ଏ କ୍ଷେତ୍ରରେ ସକ୍ରିୟ ଓ ନିରନ୍ତର ଧ୍ୟାନ ଦେଇ ପ୍ରତିକାରାତ୍ମକ ପଦକ୍ଷେପ ନେବାର ଆବଶ୍ୟକତା ରହିଛି । କେବଳ ଦୋଷୀଙ୍କୁ ଦଣ୍ଡ ଦେବା କାର୍ୟ୍ୟାନୁଷ୍ଠାନ ଦ୍ଵାରା ଏହାର ସମାଧାନ ହୋଇପାରିବ ନହିଁ ; ବରଂ ଦୁର୍ନୀତିର ମୂଳ କାରଣଗୁଡ଼ିକୁ ପ୍ରଶାସନିକ, ଆଇନଗତ, ସାମାଜିକ, ଆର୍ଥିକ ଓ ଶିକ୍ଷାମୂଳକ ପଦକ୍ଷେପ ମାଧ୍ୟମରେବ୍ୟବସ୍ଥାଗତ ପ୍ରଣାଳୀରେ ଦୂର କରିବା ପାଇଁ ସୁଦୃଢ ପଦକ୍ଷେପ ଆବଶ୍ୟକ। ଏ ସଂପର୍କରେ “ସନ୍ଥାନମ କମିଟି” ସୁପାରିଶ ଅନୁସାରେ ବିଭାଗମାନେନିଜେ ନିଜେ ସମ୍ବେଦନଶୀଳ କ୍ଷେତ୍ରଗୁଡ଼ିକୁ ଚିହ୍ନଟ କରି, ମାମଲା ସୃଷ୍ଟି ହେବା ପୂର୍ବରୁସେଥିପ୍ରତି ଆଗୁଆ ପଦକ୍ଷେପ ନେବା ବିଶେଷ ଗୁରୁତ୍ଵ ରଖୁଛି । ପ୍ରତିରୋଧାତ୍ମକଦୁର୍ନୀତି ନିବାରଣ ସଚେତନତା ମାଧ୍ୟମରେ ଅଧିକ ନିୟାମକତା, ଇଚ୍ଛାଧୀନ କ୍ଷମତା, ସେବା ପ୍ରଦାନରେ ଏକାଧିକାର, ଦୁର୍ବଳ ଅଭିଯୋଗ ଶୁଣାଣି ବ୍ୟବସ୍ଥା, ଯାଞ୍ଚ ପ୍ରଣାଳୀରେ କୋହଳ ବ୍ୟବସ୍ଥାଏବଂ ଜନସଚେତନାର ଅଭାବ ପରି ବିଷୟଗୁଡ଼ିକର ସମାଧାନ କରିପାରିବ । ଦୁର୍ନୀତି ନିବାରଣ ପ୍ରତି ଗୁରୁତ୍ୱପୂର୍ଣ୍ଣ ଧ୍ୟାନ ଆକର୍ଷଣକାରୀ କ୍ଷେତ୍ରଗୁଡ଼ିକ ମଧ୍ୟରେ : କ୍ରୟ ଏବଂ ଚୁକ୍ତି ପରିଚାଳନା, ମାନବ ସମ୍ବଳ ପରିଚାଳନା, ସେବା ପ୍ରଦାନ, ସର୍ବସାଧାରଣଙ୍କ କାର୍ୟ୍ୟ ନିରୀକ୍ଷଣ ବ୍ୟବସ୍ଥା, ବ୍ୟବସାୟ କରିବାର ସୁବିଧା (ଇଜ୍ ଅଫ୍ ଡୁଇଙ୍ଗ ବିଜନେସ)ଏବଂ ‘ଜନ ବିଶ୍ୱାସ ବିଲ୍’ କାର୍ୟ୍ୟକାରୀ କରିବା ଉପରେ ଗୁରୁତ୍ୱ ଦିଆଯାଇଛି ।
କ୍ରୟ ଏବଂ ଚୁକ୍ତି ପରିଚାଳନାକ୍ଷେତ୍ରରେ ଇ-କ୍ରୟ (ପ୍ରୋକ୍ୟୋରମେଣ୍ଟ), ଇ-ଟେଣ୍ଡରିଂ ଏବଂ ତୃତୀୟ ପକ୍ଷ ସାର୍ଟିଫିକେସନ୍ ଅବଲମ୍ବନ କରିବାଦ୍ୱାରା ଇଚ୍ଛାଧୀନ କ୍ଷମତାର ବ୍ୟବହାର ସମ୍ଭାବନା କମିଥାଏ ଏବଂ ସ୍ୱଚ୍ଛତା ସୁନିଶ୍ଚିତ ହୁଏ। ଉଦାହରଣସ୍ୱରୂପ, ଯେଉଁସବୁ ବିଭାଗମାନେ ଆରମ୍ଭରୁ ଶେଷ ପର୍ୟ୍ୟନ୍ତ ସମସ୍ତ ପର୍ୟ୍ୟାୟରେ ଅନଲାଇନ୍ ଟେଣ୍ଡରିଂ ବ୍ୟବହାର କରୁଛନ୍ତି, ସେଥିରେ ପକ୍ଷପାତିତା ସଂପର୍କିତ ଅଭିଯୋଗ ଉଲ୍ଲେଖନୀୟ ଭାବେ ହ୍ରାସ ପାଇଥିବା ଦେଖାଯାଇଛି।ମାନବ ସମ୍ବଳ ପରିଚାଳନାରେ ସ୍ୱଚ୍ଛତା ଅବଲମ୍ବନକୁ ଗୁରୁତ୍ୱ ଦିଆଯାଇ ଅନଲାଇନ୍ ବଦଳୀ ନୀତିର କାର୍ୟ୍ୟକାରିତା ଏବଂ ସମ୍ବେଦନଶୀଳ ପଦବୀରେ କର୍ମଚାରୀମାନଙ୍କର ପର୍ୟ୍ୟାୟକ୍ରମିକ ପରିବର୍ତ୍ତନ,ଅନୁଚିତ ଲାଭ ପ୍ରବୃତ୍ତିକୁ ନିରୁତ୍ସାହିତ କରେ। କିଛି ବିଭାଗନ୍ୟାୟସଙ୍ଗତ ଓ ସ୍ୱଚ୍ଛତାର ସହ ଅନଲାଇନ୍ ବଦଳୀ ପ୍ରଣାଳୀ ପରିଚାଳନା କରୁଛନ୍ତି, ଯାହାକି ଅନ୍ୟ ବିଭାଗମାନଙ୍କ କ୍ଷେତ୍ରରେ ମଧ୍ୟ ଅନୁସରଣ କରାଯିବା ଆବଶ୍ୟକ ।
ନିୟମଗୁଡ଼ିକର ସରଳୀକରଣ ଏବଂଡିଜିଟାଲ୍ ପ୍ଲାଟଫର୍ମ ବ୍ୟବହାର, ଓଡ଼ିଶା ଲୋକସେବା ଅଧିକାର ଅଧିନିୟମ,୨୦୧୨ ଅଧୀନରେ ନାଗରିକମାନଙ୍କୁ ମଧ୍ୟସ୍ଥି ବିନା ନିଜର ଅଧିକାରଗୁଡ଼ିକ ପ୍ରାପ୍ତ କରିବାରେ ସାହାଯ୍ୟ କରିଛି।‘ଆମ ଶାସନ’ପରି ପ୍ରୟାସଗୁଡ଼ିକ ନାଗରିକଙ୍କୁ ସେବାପ୍ରଦାନ ସମ୍ପର୍କରେ ସିଧାସଳଖ ମତାମତ(ଫିଡବ୍ୟାକ) ପ୍ରଦାନର ସୁଯୋଗ ପ୍ରଦାନ କରୁଛି, ଯାହା ଫଳରେଉତ୍ତରଦାୟିତ୍ୱ ବୃଦ୍ଧି ପାଇଛି।ଓ୍ୱାମିସ୍ଏବଂଓ୍ୱାର୍କ ପାସ୍ ବୁକ୍ପରି ବ୍ୟବସ୍ଥା ନାଗରିକମାନଙ୍କୁ ନିଜ ଅଞ୍ଚଳର ପ୍ରକଳ୍ପଗୁଡ଼ିକର ଭୌତିକ ଏବଂ ଆର୍ଥିକ ପ୍ରଗତି ସମ୍ପର୍କରେତତ୍କାଳିକ ସୂଚନାପ୍ରଦାନ କରୁଛି, ଯାହା ଫଳରେ ଅନୀତିମୂଳକ ହସ୍ତକ୍ଷେପର ସମ୍ଭାବନା କମିଛି।ବ୍ୟବସାୟ କରିବାର ସୁବିଧା (ଇଜ୍ ଅଫ୍ ଡୁଇଙ୍ଗ ବିଜନେସ୍) ଏବଂ ‘ଜନ ବିଶ୍ୱାସ ବିଲ୍’, ବ୍ୟବସାୟ ସମ୍ପର୍କୀୟ ନିୟମାବଳୀର ସୁଧାର ଏବଂ ସାଧାରଣ ବା ସାମାନ୍ୟ ଉଲ୍ଲଂଘନକୁ ଅପରାଧୀକରଣରୁ ମୁକ୍ତ କରିବା ଅତିରିକ୍ତ ଇଚ୍ଛାଧିନ କ୍ଷମତାର ବ୍ୟବହାର ଓଦୁର୍ନୀତିର ସୁଯୋଗକୁ କମାଇଥାଏ।
ମୁଖ୍ୟ ଶାସନ ସଚିବ ଦୁର୍ନୀତି ପ୍ରତି କଡ଼ା ଆଭିମୁଖ୍ୟ ଓ ପଦକ୍ଷେପ ଗ୍ରହଣ କରିବାକୁ ସମସ୍ତ ବିଭାଗ ଏବଂ ଜିଲ୍ଲାପାଳମାନଙ୍କୁ ଦୃଢ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଆଭ୍ୟନ୍ତରୀଣ ସଚେତନତା କମିଟି ( ଇଣ୍ଟରନାଲ ଭିଜିଲାନ୍ସ କମିଟି ) ଗଠନ କରି ସମ୍ବେଦନଶୀଳ କ୍ଷେତ୍ରଗୁଡ଼ିକୁ ଚିହ୍ନଟ ପୂର୍ବକ ସ୍ୱଳ୍ପ ମିଆଦୀ ଓ ଦୀର୍ଘମିଆଦୀ କାର୍ୟ୍ୟଯୋଜନା ପ୍ରସ୍ତୁତ କରିବା, ଇଜ୍ଅଫ୍ଡୁଇଙ୍ଗବିଜନେସ୍, ଓ୍ୱାମିସ୍, ଇ-ଟେଣ୍ଡରିଂ, ଇ-ପ୍ରୋକ୍ୟୁରମେଣ୍ଟ, ଓ୍ୱାର୍କପାସ୍ବୁକ୍, ଡିବିଟିଜରିଆରେଅର୍ଥପ୍ରେରଣଏବଂଅନ୍ଲାଇନ୍ମାନବସମ୍ବଳପରିଚାଳନାବ୍ୟବସ୍ଥାପାଇଁପ୍ରଯୁକ୍ତି-ଭିତ୍ତିକ ସୁଧାରଗୁଡ଼ିକୁ କାର୍ୟ୍ୟକାରୀ କରିବା ଏବଂ ସେଥିରେ ଅଧିକ ଉନ୍ନତି ଆଣିବା, କର୍ମଚାରୀମାନଙ୍କ ପର୍ୟ୍ୟାୟକ୍ରମିକ ପରିବର୍ତ୍ତନ, ନ୍ୟାୟସଙ୍ଗତ ଓ ସ୍ୱଚ୍ଛତା ଅବଲମ୍ବନ ପୂର୍ବକ ଅନଲାଇନ୍ ବ୍ୟବସ୍ଥାରେ ବଦଳି ଏବଂ କାର୍ୟ୍ୟରେ ସାଧୁତା ଅବଲମ୍ବନ ସନ୍ଦେହ ରହୁଥିବା ଅଧିକାରୀମାନଙ୍କୁ ଗୁରୁତ୍ୱପୂର୍ଣ୍ଣ(ସମ୍ବେଦନଶୀଳ) ପଦବୀରୁ ନିବୃତ୍ତରଖିବା ସହ ସ୍ୱଚ୍ଛତାର ସହ ମାନବ ସମ୍ବଳ ପରିଚାଳନା କାର୍ୟ୍ୟକାରୀ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଆହୁରି ମଧ୍ୟ ଓଡ଼ିଶା ଲୋକସେବା ଅଧିକାର ଅଧିନିୟମ ଅଧୀନରେ ଥିବା ସମସ୍ତ ସେବାର ସମୟସୀମାକୁ କାର୍ୟ୍ୟାଳୟରେ ପ୍ରଦର୍ଶନ କରିବା,ଡ୍ୟାସବୋର୍ଡ ମାଧ୍ୟମରେ କାର୍ୟ୍ୟାନୁଷ୍ଠାନ ଓ କାର୍ୟ୍ୟକଳାପକୁ ନିରୀକ୍ଷଣ କରି ନାଗରିକମାନଙ୍କୁ ସଶକ୍ତ କରିବା, ଦୁର୍ନୀତି ପ୍ରତି ଶୂନ ସହନଶୀଳତା(ଜିରୋ ଟଲେରାନ୍ସ) ସଂସ୍କୃତିକୁ ପ୍ରତିଷ୍ଠିତ କରିବା ପାଇଁ ସମୟ ସମୟରେ ସମୀକ୍ଷା, ବରିଷ୍ଠ ଅଧିକାରୀମାନଙ୍କ ସହିତ ଖୋଲା ଆଲୋଚନା ଏବଂ ଫିଡବ୍ୟାକ୍ ର ସଂରଚିତ ନିରୀକ୍ଷଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ଏହି ନିର୍ଦ୍ଦେଶଗୁଡ଼ିକସମସ୍ତ ଅଧିକାରୀଙ୍କ ନିକଟରେ ଯେପରି ନିଶ୍ଚିତ ଭାବରେ ପହଁଚିବ ଏବଂ ନିର୍ଦ୍ଦେଶିତ ଅନୁସାରେ ଏହାର କାର୍ୟ୍ୟାନୁଷ୍ଠାନ ସୁନିଶ୍ଚିତ ହେବ, ସେ ସଂପର୍କରେ ମୁଖ୍ୟ ଶାସନ ସଚିବ ଗୁରୁତ୍ୱାରୋପ କରିଛନ୍ତି ।ଦୃଢ଼ ପ୍ରତିରୋଧାତ୍ମକ ସଚେତନତା ଢାଞ୍ଚା ବାସ୍ତରେ ଏକ ଜନକୈନ୍ଦ୍ରିକ ସରକାର ପ୍ରତିଷ୍ଠାକୁ ସାକାର କରିବାରେ ସାହାଯ୍ୟ କରିବବୋଲିମୁଖ୍ୟ ଶାସନ ସଚିବ ଶ୍ରୀ ଆହୁଜା ତାଙ୍କ ପତ୍ରରେ ଉଲ୍ଲେଖ କରିଛନ୍ତି ।

  • Related Posts

    ବି.ଏଡ୍‌, ଏମ୍‌.ଏଡ୍‌., ବିଏଚ୍‌.ଏଡ୍‌. ନାମଲେଖା ପାଇଁ ପ୍ରଥମ ମେଧାତାଲିକା ପ୍ରକାଶ

    ଭୁବନେଶ୍ୱର: ଦୁଇବର୍ଷିଆ ବି.ଏଡ୍‌, ଏମ୍‌.ଏଡ୍‌., ବିଏଚ୍‌.ଏଡ୍‌. ପାଠ୍ୟକ୍ରମରେ ନାମଲେଖା ପାଇଁ ପ୍ରଥମ ମେଧାତାଲିକା ମଙ୍ଗଳବାର ସାମ୍‌ସ ପୋର୍ଟାଲରେ ପ୍ରକାଶ ପାଇଛି। ମୋଟ ୪୪,୨୨୨ ଜଣ ଛାତ୍ରୀଛାତ୍ର ଚଏସ୍‌ ଲକିଙ୍ଗ୍‌ କରିଥିବାବେଳେ ପ୍ରଥମ ମେଧାତାଲିକାରେ ୨୮୨୫ ଛାତ୍ରୀଛାତ୍ର ନାମଲେଖା ପାଇଁ ଚୟନ ହୋଇଛନ୍ତି।…

    Continue reading
    ‘ଜ୍ଞାନଦୋୟ-ଶିକ୍ଷାରୁ ସମୃଦ୍ଧି’ ଯୋଜନା ସମ୍ପର୍କିତ ମାର୍ଗଦର୍ଶିକା ଜାରି

    ଭୁବନେଶ୍ୱର: କେଜିରୁ ପିଜି ପର୍ଯ୍ୟନ୍ତ ମାଗଣା ଶିକ୍ଷା ଯୋଜନାରେ ନିୟମିତ ସ୍ନାତକ ଓ ସ୍ନାତକୋତ୍ତର ପାଠ୍ୟକ୍ରମରେ ନାମଲେଖା ଓ ପୁନଃନାମଲେଖା ପାଇଁ ଛାତ୍ରୀଛାତ୍ରଙ୍କୁ ନିର୍ଦ୍ଧାରିତ ଫି’ ଦେବାକୁ ପଡ଼ିବ ନାହିଁ। ଆଡ୍‌ମିଶନ ଫି’, ଡେଭଲପ୍‌ମେଣ୍ଟ ଫି’ ସମେତ ଯୋଜନାରେ ଅନ୍ତର୍ଭୁକ୍ତ ଅନ୍ୟାନ୍ୟ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ