ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ୨ ମୃତ

ଯାଜପୁର: ପାଣିକୋଇଲି ଛକରେ ଥିବା ପଣ୍ଡା ଅଳଙ୍କାର ନାମକ ସୁନା ଦୋକାନରୁ ଲୁଟ ଉଦ୍ୟମ ବେଳେ ଦୁର୍ବୃତ୍ତଙ୍କ ଗୁଳିମାଡ଼ । ସୁନା ଦୋକାନର ୨ କର୍ମଚାରୀଙ୍କ ସହ ରାସ୍ତା କଡରେ ଥିବା ଇଲେକ୍ଟ୍ରି କର୍ମଚାରୀଙ୍କ ଉପରକୁ ଗୁଳିମାଡ଼ I ଏଥିରେ ବିଦ୍ୟୁତ କର୍ମଚାରୀ ଓ ଜଣେ ସୁନା ଦୋକାନୀ କର୍ମଚାରୀଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି I ମୃତକମାନେ ହେଲେ ବିଦ୍ୟୁତ କର୍ମଚାରୀ ନୀଳମାଧବ ପଣ୍ଡା ଓ ସୁନା ଦୋକାନୀ କର୍ମଚାରୀ ସୁନୀଲ ରାୟ । ଏହି ଘଟଣା ପରେ ଉତ୍ତେଜନା ଦେଖା ଦେଇଛି।

ପାଣିକୋଇଲି ଛକରେ ଥିବା ପଣ୍ଡା ଅଳଙ୍କାରରୁ ଲୁଟ କରିବା ପାଇଁ ୨ ଜଣ ଦୁବୃର୍ତ୍ତ ଏକ ବାଇକରେ ଆସିଥିଲେ। ତେବେ ଦୋକାନ ବନ୍ଦ ଥିବାରୁ ଫେରାର ହେବା ସମୟରେ ଦୁର୍ବୃତ୍ତମାନେ ସୁନା ଦୋକାନର ୨ କର୍ମଚାରୀ ଓ ନିକଟରେ ଥିବା ବିଦ୍ୟୁତ କର୍ମଚାରୀଙ୍କ ଉପରକୁ ଗୁଳିମାଡ କରିଥିଲେ। ଏଥିରେ ୩ ଜଣ ଗୁରୁତର ହୋଇଥିଲେ। ଗୁରୁତରମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ନୀଳମାଧବ ପଣ୍ଡା ଓ ସୁନୀଲ ରାୟଙ୍କୁ ଡାକ୍ତର ମୃତ ଘୋଷଣା କରିଛନ୍ତି I ଅନ୍ୟ ଜଣେ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି।

ସେପଟେ ଫେରାର ହୋଇଯାଉଥିବା ସମୟରେ ୨ ଜଣ ଦୁର୍ବୃତ୍ତଙ୍କୁ ସ୍ଥାନୀୟ ଲୋକେ କାବୁ କରିଛନ୍ତି। ଏହି ଘଟଣା ପରେ ଉତ୍ତେଜନା ଦେଖା ଦେଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନଭିନ କରିବା ସହ ଘଟଣାସ୍ଥଳରୁ ବନ୍ଧୁକ ଜବତ କରିଛି।

  • Related Posts

    ସୌମ୍ୟ ହତ୍ୟା ମାମଲା :୧୧ ଅଭିଯୁକ୍ତଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କଲା କ୍ରାଇମବ୍ରାଞ୍ଚ

    ବାଲିଅନ୍ତାର ବହୁଚର୍ଚ୍ଚିତ ସୌମ୍ୟ ହତ୍ୟାକାଣ୍ଡ ମାମଲାରେ ବଡ଼ ଖବର । ଏହି ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚ ଆଜି କୋର୍ଟରେ ୧୧ ଜଣ ଅଭିଯୁକ୍ତଙ୍କ ବିରୋଧରେ ୭୬୭ ପୃଷ୍ଠାର ଏକ ବିସ୍ତୃତ ଚାର୍ଜସିଟ୍ ଦାଖଲ କରିଛି । ଦୀର୍ଘ ଦିନର ତଦନ୍ତ ପରେ…

    Continue reading
    ପାଠ୍ୟପୁସ୍ତକ ତ୍ରୁଟି ମାମଲା; ୨୦୦ରୁ ୨୫୦ ଜଣ ସମ୍ପୃକ୍ତ କହିଲେ କ୍ରାଇମବ୍ରାଞ୍ଚ ଡିଜି

    ଭୁବନେଶ୍ୱର: ସ୍କୁଲ ପାଠ୍ୟପୁସ୍ତକ ତ୍ରୁଟି ମାମଲାରେ କ୍ରାଇମବ୍ରାଞ୍ଚ ଟିମ୍ ବିଭିନ୍ନ ଦିଗକୁ ନେଇ ତଦନ୍ତ ଜାରି ରଖିଛି । ଏହି ଘଟଣାରେ ମଙ୍ଗଳବାର କ୍ରାଇମବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ର ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ଦେଇଛନ୍ତି । ଏହି ମାମଲାରେ ପ୍ରାୟ ୨୦୦ରୁ ୨୫୦…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ