
ଦେବଗଡ଼:ରାଜ୍ୟ ସରକାର ଦେବଗଡ଼ ଜିଲ୍ଲାର ବିକାଶରେ ଉଦାସୀନତା ମନୋଭାବ ପ୍ରତିବାଦରେ ଜିଲ୍ଲା କଂଗ୍ରେସ ସଭାପତି ସେମ ହେମ୍ରମ ଆସନ୍ତା ୧୪ ତାରିଖରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ୩୬ ଘଣ୍ଟିଆ ଉପବାସରେ ବସିବେ ବୋଲି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ହେମ୍ରମ ସୂଚନା ଦେଇଛନ୍ତି। ଏହାସହିତ ଶ୍ରୀ ହେମ୍ରମ ଦେବଗଡ଼ ଜିଲ୍ଲାର ଜନସାଧାରଣଙ୍କ ସ୍ୱାସ୍ଥ୍ୟ ସେବା ପାଇଁ ପୁରୁଣା ମେଡିକାଲକୁ ସିଏଚସି ମାନ୍ୟତା, ଜିଲ୍ଲାରେ ହାତୀ ଆକ୍ରମଣର ଶିକାର ହୋଇ ମୃତ୍ୟୁ ବରଣ କରିଥିବା ବ୍ୟକ୍ତିଙ୍କ ପରିବାରକୁ ଆର୍ଥିକ କ୍ଷତି ପୁରଣ ସହ ପରିବାର ଜଣେ ସଦସ୍ୟଙ୍କୁ ସରକାରୀ ଚାକିରୀ ପ୍ରଦାନ,ଜିଲ୍ଲାର ଆଦିବାସୀଙ୍କୁ ତୁରନ୍ତ ଜଙ୍ଗଲ ଜମି ପଟ୍ଟା ପ୍ରଦାନ,କୃଷି ପ୍ରଧାନ ଦେବଗଡ଼ ଜିଲ୍ଲାରେ ବେକାର ଯୁବକଙ୍କ ନିଯୁକ୍ତି ପାଇଁ କୃଷି ଭିତ୍ତିକ ଶିଳ୍ପ ସ୍ଥାପନ ସହ ପର୍ଯ୍ୟଟନର ବିକାଶ ପାଇଁ ଘୋଷଣା ନୁହଁ ବାସ୍ତବିକ ଯୋଜନା ପ୍ରସ୍ତୁତ, ଜିଲ୍ଲାର କୃଷି ପାଇଁ ଉଦ୍ଧିଷ୍ଟ ଏକମାତ୍ର ଗୋହିରା ମଧ୍ୟମ ଜଳସେଚନ ପ୍ରକଳ୍ପର ପଙ୍କ ଉଦ୍ଧାର,ପର୍ଯ୍ୟଟନ ସ୍ଥାନର ବିକାଶ ,ତାଳଚେର- ବିମଳାଗଡ ରେଳ ପ୍ରକଳ୍ପ କାର୍ଯ୍ୟ ତ୍ବରାନ୍ବିତ କରିବା ପାଇଁ ଦାବି କରିଛନ୍ତି।ସେହିପରି ସରକାରଙ୍କ ସ୍ଲୋଗାନ ବିକାଶ ଧାରା ଓଡିଶା ସାରା ଦେବଗଡ଼ ଜିଲ୍ଲାର କୌଣସି ବିକାଶ ହୋଇନଥିବା ଶ୍ରୀ ହେମ୍ରମ ଅଭିଯୋଗ କରିଛନ୍ତି। ଏହାର ପ୍ରତିବାଦରେ ଶ୍ରୀ ହେମ୍ରମ ୧୪ ତାରିଖ ଠାରୁ ୩୬ ଘଣ୍ଟିଆ ଉପବାସରେ ବସିବେ ବୋଲି ସୂଚନା ଦେଇଛନ୍ତି। ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ନଗର କଂଗ୍ରେସ ସଭାପତି ରେବତୀ ମୋହନ ପଟ୍ଟନାୟକ, ଜିଲ୍ଲା କଂଗ୍ରେସ ସାଧାରଣ ସମ୍ପାଦକ ଆକାଶ ଦାଶ, ଆଦିବାସୀ କଂଗ୍ରେସ ସଭାପତି ସୁଶୀଲ ଗୁଡ଼ିଆ,ଏସସି ସେଲ୍ ସଭାପତି ରମେଶ ଚନ୍ଦ୍ର ପାତ୍ର, ଛାତ୍ର କଂଗ୍ରେସ ସଭାପତି ଆନନ୍ଦ କୁଲା, ଜିଲ୍ଲା କଂଗ୍ରେସ ସମ୍ପାଦକ ଗୋଲଖ ଚନ୍ଦ୍ର ନାଏକ, ସୁଶୀଲ ମାଝୀ,କୃଷକ ରାଜ୍ୟ ସଂଯୋଜକ ଦେବେନ୍ଦ୍ର ଗଡନାୟକ ଓ ସନ୍ତୋଷ ଉଦାବର୍ ଉପସ୍ଥିତ ଥିଲେ।




