ଦେଶର ସର୍ବଶ୍ରେଷ୍ଠ ପାଞ୍ଚଗୋଟି ବିକଶିତ ରାଜ୍ୟ ଭିତରେ ଓଡିଶାକୁ ସ୍ଥାନ ଦେବା ଆମର ପ୍ରଥମ, ଏକମାତ୍ର ଲକ୍ଷ୍ୟ:ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର, ୨୯/08: ଇଣ୍ଡିଆନ୍ ଚାମ୍ବର ଅଫ୍ କମର୍ସ (ଆଇସିସି)  ଓ  ଲଘୁ ଉଦ୍ୟୋଗ ଭାରତୀ ପକ୍ଷରୁ ବିକଶିତ ଓଡ଼ିଶା ‘ଓଡିଶାର ଅଭିବୃଦ୍ଧି ଇଞ୍ଜିନକୁ ସଶକ୍ତ କରିବା’ ଉପରେ ଏକ ଆଲୋଚନାଚକ୍ର ର ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗ ଦେଇ କହିଛନ୍ତି ଯେ ଦେଶର ସର୍ବଶ୍ରେଷ୍ଠ ପାଞ୍ଚଟି ବିକଶିତ ରାଜ୍ୟ ଭିତରେ ଓଡିଶାକୁ ସ୍ଥାନ ଦେବା ଆମ ସରକାରଙ୍କ ପ୍ରଥମ ଏବଂ ଏକମାତ୍ର ଲକ୍ଷ୍ୟ। ନିଜ ବକ୍ତବ୍ୟରେ ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଇ କହିଥିଲେଯେ ଆଗାମୀ ମାସରେ ହେବାକୁ ଥିବା GST ସଂସ୍କାର, ଦେଶର ବାଣିଜ୍ୟ କ୍ଷେତ୍ରରେ ଏକ ବିରାଟ ପରିବର୍ତ୍ତନ ଆଣିବ। କାରଣ GST ଦର କମ ହେଲେ ଦେଶରେ consumption ବୃଦ୍ଧି ହେବ, consumption ବୃଦ୍ଧି ହେଲେ ଅଧିକ ମାନୁଫାକ୍‌ଚରିଂ ହେବ, ଅଧିକ ରୋଜଗାର ବଢିବ। ଆମର ଏହି ଲକ୍ଷ୍ୟ ହାସଲ ପାଇଁ କୃଷି, ଶିଳ୍ପ ଓ ସାମାଜିକ ବିକାଶକୁ ଗ୍ରୋଥ୍ ଇଞ୍ଜିନ୍ ଭାବେ ନେଇ ଆମେ କାର୍ଯ୍ୟ ଆରମ୍ଭ କରିଛୁ। ଆମର ସାମଗ୍ରିକ ବିକାଶ ଆବଶ୍ୟକ।

ଖଣିଜ ସମ୍ପଦର ଉପଯୋଗରେ ରାଜ୍ୟକୁ ଶିଳ୍ପ ସମୃଦ୍ଧ କରିବା ସହିତ ଏକ ମାନୁଫାକ୍‌ଚରିଂ ହବ୍‌ରେ ପରିଣତ କରିବା ପାଇଁ ଆମର ଉଦ୍ୟମ ଅବ୍ୟାହତ ରହିଛି। ଆହୁରି ମଧ୍ୟ ଏହି ଲକ୍ଷ୍ୟ ହାସଲ ପାଇଁ ଆମର ଖଣି ଏବଂ ଧାତୁ, କେମିକାଲ୍‌ସ-ପେଟ୍ରୋକେମିକାଲ୍‌ସ, ଆଇ.ଟି, ଷ୍ଟାର୍ଟଅପ, କୃଷି ଏବଂ ଖାଦ୍ୟ ପ୍ରକ୍ରିୟାକରଣ, ପର୍ଯ୍ୟଟନ, ଏମ୍‌ଏସ୍‌ଏମ୍‌ଇ ଆଦି କ୍ଷେତ୍ରର ବିକାଶକୁ ମଧ୍ୟ ଗୁରୁତ୍ୱ ଦେଉଛୁ। ଓଡିଶାରେ ବିକାଶ କୌଣସି ଗୋଟେ ନିର୍ଦ୍ଦିଷ୍ଟ କ୍ଷେତ୍ର ବା ବର୍ଗଙ୍କ ପାଇଁ ହେବନାହିଁ। ଏହା ହେବ ସମାବେଶୀ ବିକାଶ। ଏଥିପାଇଁ ଆମେ ଏକ ଭିଜନ ଡକୁମେଣ୍ଟ ପ୍ରସ୍ତୁତ କରିଛୁ, ଏହା ହେଉଛି ଆମ ରାଜ୍ୟର ସାଢେ ଚାରିକୋଟି ଲୋକଙ୍କ ସାମୂହିକ ସ୍ୱପ୍ନର ଦସ୍ତାବିଜ୍ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ସମୃଦ୍ଧ ଓଡିଶା ଗଠନ ପାଇଁ ଆମକୁ ସବୁ କ୍ଷେତ୍ରରେ ଦକ୍ଷତା ହାସଲ କରିବାକୁ ପଡିବ। ଶିକ୍ଷା, ସ୍ୱାସ୍ଥ୍ୟଠୁ ଆରମ୍ଭ କରି କୃଷି ପର୍ଯ୍ୟନ୍ତ ସମସ୍ତ କ୍ଷେତ୍ରରେ ଆତ୍ମନିର୍ଭର ହେବାକୁ ପଡିବ। ବିଶ୍ୱସ୍ତରୀୟ ଭିତ୍ତିଭୂମି ନିର୍ମାଣ କରିବାକୁ ପଡିବ। ଏହା ସହିତ ଦକ୍ଷ ମାନବ ସମ୍ବଳ ସୃଷ୍ଟି, ପର୍ଯ୍ୟାପ୍ତ ନିଯୁକ୍ତି ସୁଯୋଗ, ପ୍ରଯୁକ୍ତି ବିଦ୍ୟା, ପର୍ଯ୍ୟଟନ ଏବଂ ସବୁଜ ଶକ୍ତି କ୍ଷେତ୍ରରେ ଓଡିଶାକୁ ଅଗ୍ରଣୀ କରିବାକୁ ପଡିବ। ଆମର ବିକଶିତ ଓଡ଼ିଶା ୨୦୩୬ର ରୋଡମ୍ୟାପ ତିନୋଟି ମୁଖ୍ୟ ମାର୍ଗଦର୍ଶିକା ଉପରେ ଆଧାରିତ । ପ୍ରଥମଟି ହେଲା People first – ଆମର ପ୍ରତ୍ୟେକ ନୀତି ଓ କାର୍ଯ୍ୟକ୍ରମର କେନ୍ଦ୍ରରେ ରହିଛନ୍ତି ଜନସାଧାରଣ। ଦ୍ୱିତୀୟଟି ହେଉଛି Prosperity for all – ରାଜ୍ୟର ବିକାଶ କେବଳ ସାମଗ୍ରିକ ଉନ୍ନତି ଦ୍ଵାରା ସମ୍ଭବ।
ତୃତୀୟଟି ହେଉଛି Technology-Led-Development – ଭବିଷ୍ୟତକୁ ଦୃଷ୍ଟିରେ ରଖି ଓଡ଼ିଶାକୁ ଶିଳ୍ପ କ୍ଷେତ୍ରରେ ଯୁଗ ଉପଯୋଗୀ କରିବା, ଆଧୁନିକ ଟେକ୍ନୋଲୋଜିକୁ ଗ୍ରହଣ କରିବା ବୋଲି ମୁଖ୍ୟମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ।

ସେ କହିଥିଲେ ଯେ, ବର୍ତ୍ତମାନ ଓଡିଶା ପ୍ରାୟ ୮୦ ହଜାର କୋଟି ଟଙ୍କାର ବିଭିନ୍ନ ରେଳ ପ୍ରକଳ୍ପ, ୧୨ ହଜାର କୋଟିରୁ ଅଧିକ ରାଜପଥ ଓ ସଡକ ପ୍ରକଳ୍ପ କେନ୍ଦ୍ର ସରକାରଙ୍କ ସହୟତାରେ ନିର୍ମିତ ହେଉଛି। ଏଥି ସହିତ, କିଛି ଦିନ ତଳେ କେନ୍ଦ୍ର ସରକାର ୮୩୦୮ କୋଟି ଟଙ୍କା ବ୍ୟୟରେ କ୍ୟାପିଟାଲ ରିଜିୟନ ରିଂ ରୋଡ ଘୋଷଣା କରିଛନ୍ତି। ଆମ ସରକାର ବି ଆଗାମୀ ପାଞ୍ଚ ବର୍ଷରେ ୭୫ ହଜାର କିଲୋମିଟରର ଉଚ୍ଚ ମାନର ସଡକ ନିର୍ମାଣ କରିବେ। ସେହିପରି ବିମାନ ବନ୍ଦର ଭିତ୍ତିଭୂମିରେ ମଧ୍ୟ ଉନ୍ନତିକରଣ କରାଯାଇ ଦେଶ ବିଦେଶର ନୂଆ ନୂଆ ଗନ୍ତବ୍ୟ ସ୍ଥଳକୁ ବିମାନ ଚଳାଚଳର ସୁବିଧା କରାଯାଇଛି। ରାଜ୍ୟର ବନ୍ଦର ଭିତ୍ତିଭୂମିର ବିକାଶ ପାଇଁ ମଧ୍ୟ ଉଦ୍ୟମ ଜାରି ରହିଛି। ରାଜ୍ୟରେ ତିନୋଟି ପ୍ରମୁଖ ବନ୍ଦର ଥିବାବେଳେ ଆମେ ଆଉ ୪ଟି ନୂତନ ବନ୍ଦର ନିର୍ମାଣ କରିବାର ଲକ୍ଷ୍ୟ ରଖିଛୁ। ଆଗାମୀ ପାଞ୍ଚ ବର୍ଷରେ ପ୍ରାୟ ୧୫ ଲକ୍ଷ ହେକ୍ଟର ଚାଷଜମି ଜଳସେଚିତ ହେବ।

ସେ ଆହୁରି କହିଥିଲେ ଯେ, ୨୦୪୭ ବେଳକୁ ଓଡ଼ିଶାରେ ସହରୀକରଣ ୬୦ ପ୍ରତିଶତ ହେବ ବୋଲି ଆକଳନ କରାଯାଉଛି । ଏଥିପାଇଁ ଆମେ ନୂଆ ସହରାଞ୍ଚଳ, ସୁଲଭ ବାସଗୃହ, ବିଶ୍ୱସ୍ତରୀୟ ଭିତ୍ତିଭୂମି ସୃଷ୍ଟି ଉପରେ ସ୍ୱତନ୍ତ୍ର ଧ୍ୟାନ ଦେଉଛୁ । ଭୁବନେଶ୍ୱର, କଟକ, ରାଉରକେଲା, ବ୍ରହ୍ମପୁର ଏବଂ ସମ୍ୱଲପୁର ସହରକୁ ଆମେ ଆଧୁନିକ ସହର ଭିତ୍ତିଭୂମିର ମଡେଲ ଭାବେ ବିକଶିତ କରିବୁ। ଏମ୍‍.ଏସ୍‍.ଏମ୍‍.ଇ କ୍ଷେତ୍ର ହେଉଛି ସର୍ବାଧିକ ନିଯୁକ୍ତି ପ୍ରଦାନକାରୀ କ୍ଷେତ୍ର । ଏହା ମଧ୍ୟ ଅର୍ଥନୈତିକ ପ୍ରଗତିକୁ ଇନ୍‍କ୍ଲୁସିଭ୍ ବା ସମାବେଶୀ କରିଥାଏ। ଏଥିପାଇଁ Cluster-based Development, ସହଜ ଋଣ ବ୍ୟବସ୍ଥା ଏବଂ ବଜାର ପ୍ରବେଶ ପାଇଁ ଡିଜିଟାଲ ପ୍ଲାଟଫର୍ମ ଜରିଆରେ ଆମେ ଆମର ଏମ୍‍.ଏସ୍‍.ଏମ୍‍.ଇ ଗୁଡିକୁ ଦକ୍ଷ କରିବା ପାଇଁ କାର୍ଯ୍ୟକ୍ରମ କରୁଛୁ ।

କାର୍ଯ୍ୟକ୍ରମରେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ କହିଥିଲେ ଯେ ଓଡିଶାରେ ବିକଶିତ ଓଡିଶା ଗଠନ ପାଇଁ ସମୟ ଧାର୍ଯ୍ୟ ହୋଇସାରିଛି। ବିକଶିତ ରାଜ୍ୟ ଓ ରାଷ୍ଟ୍ର ପାଇଁ ସୁସ୍ଥ ସମାଜ ଆବଶ୍ୟକ। ଏଥିପାଇଁ ସମସ୍ତଙ୍କ ଉଦ୍ୟମ ଆବଶ୍ୟକ ରହିଛି। ଆମେ ଚିନ୍ତା କରିବା ସ୍ବପ୍ନ ଦେଖିଲେ ହେବ ନାହିଁ କଠିନ ପରିଶ୍ରମ ଦରକାର। ଆମ ପାଖରେ ପ୍ରଚୁର ସମ୍ପଦ ରହିଛି। ଆମ ପାଖରେ ଯୁବଶକ୍ତି ଅଛି। ଆମେ ସେମାନଙ୍କୁ ଉପଯୋଗୀ କରି ଆଗକୁ ଯିବା ଦରକାର। ତେବେ ଯାଇ ବିକଶିତ ଓଡିଶା ସ୍ବପ୍ନ ପୁରଣ ହୋଇପାରିବ। ଆମର ପ୍ରିୟ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ପାଇଁ ଓଡିଶା ବିକଶିତ ଆଡକୁ ଅଗ୍ରସର ହେଉଛି। ଉକ୍ତ କାର୍ଯ୍ୟକ୍ରମରେ ଏମଏସଏମଇ ତଥା ମତ୍ସ୍ୟ ଓ ପଶୁପାଳନ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ, ପ୍ରମଖ ସଚିବ ଭୂପେନ୍ଦ୍ର ସିଂ ପୁନିଆ, ଆଇସିସି ଡିଜି ଡ.ରାଜୀବ ସିଂ ଉଦଯାପନୀ ଉତ୍ସବରେ ସ୍ୱତନ୍ତ୍ର ଅତିଥି ଭାବେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ଲଘୁ ଉଦ୍ୟୋଗୀ ଭାରତୀ ସଭାପତି ଗୋପାଳ ଦାସ ଅଗ୍ରୱାଲ, ଆଇସିସିର ଅଧ୍ୟକ୍ଷ ରାଜୀବ ସାହୁ ପ୍ରମୁଖ ଯୋଗଦେଇଥିଲେ ।

  • Related Posts

    ମୋହନଙ୍କ ବଡ଼ ନିଷ୍ପତ୍ତି : ନବମ ଓ ଦଶମ ପିଲାଙ୍କୁ ମିଳିବ ମାଗଣା ବହି

    ଭୁବନେଶ୍ୱର, ୧୩ ।୧୦ : ରାଜ୍ୟ କ୍ୟାବିନେଟ ନବମ ଓ ଦଶମ ଶ୍ରେଣୀରେ ଅଧ୍ୟୟନରତ ଛାତ୍ରଛାତ୍ରୀଙ୍କୁ ନିଃଶୁଳ୍କ ପାଠ୍ୟପୁସ୍ତକ ପ୍ରଦାନ କରିବେ । ୨୦୨୫-୨୬ରୁ ୨୦୨୯-୩୦ ପର୍ଯ୍ୟନ୍ତ ଏହା ୫ ବର୍ଷ ପାଇଁ କାର୍ଯ୍ୟକାରୀ ହେବ । ଏହାଦ୍ୱାରା ୨୮.୯୦ ଲକ୍ଷ…

    Continue reading
    ମୋହନଙ୍କ ବଡ଼ ନିଷ୍ପତ୍ତି : ବର୍ଷା ଜଳ ନିଷ୍କାସନ ପାଇଁ ୫ ଶହ କୋଟି

    ଦକ୍ଷତା ବିକାଶ ଯୋଜନାକୁ ମଞ୍ଜୁରୀ ମତ୍ସ୍ୟ ସେବା କ୍ୟାଡ଼ର ପଦବୀ ବୃଦ୍ଧି ନୂଆଗଡ଼ ମତ୍ସ୍ୟ ବନ୍ଦର ବିଡ୍‌କୁ ମଞ୍ଜୁରୀ ଭୁବନେଶ୍ୱର, ୧୩ ।୧୦ : ଯୁବକ ଯୁବତୀଙ୍କୁ ଦକ୍ଷ କରିବା ପାଇଁ ମୋହନ ସରକାର ଦକ୍ଷତା ବିକାଶ ଯୋଜନା ଆରମ୍ଭ କରିବେ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ