କଟକ : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଜୀବନକୁ ନେଇ ଚଳଚଚ୍ଚିତ୍ର ନିର୍ମାଣ ହୋଇଛି । ଖୁବ ଶିଘ୍ର ରିଲିଜ ହେବାକୁ ଯାଉଛି ଏହି ଫିଲ୍ମ । ଯାହାର ଶୀର୍ଷକ ରହିଛି ମହାମହିମ ଦିନି ଜି ମୁର୍ମୁ । ତେବେ ରିଲିଜ୍ ପୂର୍ବରୁ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ସାତୋଟି ପୁରସ୍କାର ହାସଲ କରିସାରିଲାଣି ମହାମହିମ ଦିଦି ଜି ମୁର୍ମୁ । ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ମୁଖ୍ୟ କାର୍ୟ୍ୟାଳୟ ମାଉଣ୍ଡ ଆବୁ ରହୁଥିବା ବ୍ରହ୍ମାକୁମାରୀ ପ୍ରଭା ମିଶ୍ରା ଏହି ଫିଲ୍ମର ନିର୍ମାଣ କରିଛନ୍ତି । କଟକର ଏକ ଫିଲ୍ମ ଫେଷ୍ଟିଭାଲରେ ଯୋଗ ଦେବାକୁ ଆସିଛନ୍ତି ଫିଲ୍ମର ନିର୍ମାତା ପ୍ରଭା ମିଶ୍ରା।
ଆଉ ବଜାରରେ ବିକ୍ରି ହେବନି ରନ୍ଧନ ଗ୍ୟାସ୍ : ଯୋଗାଣ ମନ୍ତ୍ରୀ
ଭୁବନେଶ୍ୱର: ଆଉ ବଜାରରେ ବିକ୍ରି ହେବନି ରନ୍ଧନ ଗ୍ୟାସ୍। ଏହା ବେଆଇନ୍ । ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଆଜି ଏହି ବଡ଼ ସୂଚନା ଦେଇଛନ୍ତି । କେବଳ ସୀକୃତି ପ୍ରାପ୍ତ ଦୋକାନୀ ବା ଏଜେନ୍ସି ହିଁ ଗ୍ୟାସ୍ ବିକ୍ରି କରିପାରିବେ…




