ଧକ୍କା ଦେଲା ହାଇୱା, ଘର ଭିତରକୁ ପଶି ଆସିଲା ଟ୍ରଲର

ନୟାଗଡ: ରାସ୍ତା କଡରେ ଛିଡା ହୋଇଥିବା ଟ୍ରଲରକୁ ଧକ୍କା ଦେଲା ହାଇୱା । ଫଳରେ ନିୟନ୍ତ୍ରଣ ହରାଇ ଘର ଭିତରକୁ ପଶି ଆସିଲା ଟ୍ରଲର । ଆଜି ଭୋର ସମୟରେ ନୟାଗଡ ଟାଉନ୍ ଥାନା ଅନ୍ତର୍ଗତ ଘଡୁଆଳ ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଛି । ଏଥିରେ ହାଇୱା ଡ୍ରାଇଭର ଆହତ ହୋଇ ନୟାଗଡ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି । ସେପଟେ ଘର ଭିତରକୁ ଟ୍ରଲର ପଶି ଆସିଥିବାରୁ ଅନେକ କ୍ଷତି ହୋଇଥିବା ଅଭିଯୋଗ କରିଛନ୍ତି ଘର ମାଲିକ ।
ରାତି ପ୍ରାୟ 3.30 ସମୟରେ ଘଡୁଆଳ ଅଞ୍ଚଳରେ ରହୁଥିବା ଯୁଧିଷ୍ଠିର ଖଣ୍ଡାଙ୍କ ଘର ଅଚାନକ ଜୋର ଶବ୍ଦରେ ଥରି ଉଠିଥିଲା । ବାହାରକୁ ଆସି ଦେଖିବାକୁ ପାଇଥିଲେ ଏକ ଟ୍ରଲର ତାଙ୍କ ଘର ଭିତରକୁ ପଶି ଆସିଛି । ତା ପଛକୁ ରହିଛି ଆଉ ଏକ ହାଇୱା । ଟ୍ରଲର ଧକ୍କା ଦେବା ଫଳରେ ଘର ଗେଟ୍ ଭାଙ୍ଗିବା ସହ ସଟର ମଧ୍ୟ ଭାଙ୍ଗିଛି, ଘର ଭିତରେ ଥ‌ିବା କାର ମଧ୍ୟ ଭାଙ୍ଗିଥିବା କହିଛନ୍ତି ଘରର ମାଲିକାଣି ସୁବାସିନୀ ମହାନ୍ତି ।
ଆଜି (ଶୁକ୍ରବାର) ରାତି ପ୍ରାୟ ୩.୩୦ ବେଳେ ଜାତୀୟ ରାଜପଥ ୫୭ର ରାସ୍ତା ପାର୍ଶ୍ବରେ (OR02AV9363) ନମ୍ବର ବିଶିଷ୍ଟ ଏକ ଟ୍ରଲର ଛିଡା ହୋଇଥିଲା । ଏଥିରେ ତମ୍ବା ପାଇପ ଲୋଡ଼ ହୋଇଥିବା ବେଳେ ଡ୍ରାଇଭରକୁ ନିଦ ଲାଗିବାରୁ ସେ ରାସ୍ତା କଡରେ ଗାଡିକୁ ଛିଡା କରି ଶୋଇପଡିଥିଲେ । ଏହାପରେ ଭୁବନେଶ୍ୱରରୁ ନୟାଗଡ଼ ପଟକୁ ଦ୍ରୁତ ଗତିରେ ଆସୁଥିବା ଡଟ୍ସ ବୋଝେଇ ହାଇୱା (OD 19Y4983)ଧକ୍କା ଦେଇଥିଲା ଟ୍ରଲରକୁ । ଯାହାଦ୍ବାରା ଟ୍ରଲରଟି ଘର ଭିତରକୁ ପଶି ଆସିଲା ।ଏହି ଦୁର୍ଘଟଣାରେ ହାଇୱେ ଡ୍ରାଇଭର ଆହତ ହୋଇ ନୟାଗଡ଼ ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ଚିକିତ୍ସା ହେଉଛନ୍ତି । ନୟାଗଡ ଟାଉନ୍ ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଉଭୟ ଟ୍ରଲର ଓ ହାଇୱାକୁ ଜବତ କରିବା ସହ ଡ୍ରାଇଭରଙ୍କୁ ମଧ୍ୟ ଅଟକ ରଖିଛି । ତେବେ ଟ୍ରଲରଟି ବୌଦ୍ଧ ଅଞ୍ଚଳକୁ ଯାଉଥିବା ସୂଚନା ରହିଛି ।ଏନେଇ ଘର ମାଲିକାଣୀ ସୁବାସିନୀ ମହାନ୍ତି କହିଛନ୍ତି, ‘ରାତି ପ୍ରାୟ 3.30 ବେଳକୁ ପ୍ରଚଣ୍ଡ ଶବ୍ଦରେ ଘର ଥରି ଉଠିଥିଲା । ଉଠିକି ସମସ୍ତେ ଦେଖିଲା ବେଳକୁ ଗାଡି ଭିତରେ ପଶି ଯାଇଥିଲା । ଗ୍ରୀଲ, ସର୍ଟର, ସବୁକିଛି ଭାଙ୍ଗି ଯାଇଛି । ଏହାପରେ ଆମ୍ବୁଲାନ୍ସ ଓ ପୋଲିସକୁ ଫୋନ କରିଥିଲୁ । ପୋଲିସ ଆସିକି ଉଦ୍ଧାର କରିଥିଲା ।’

  • Related Posts

    ସିବିଆଇ ଜାଲରେକେନ୍ଦ୍ରୀୟ ଜିଏସଟି ଅଧିକାରୀ

    ଭୁବନେଶ୍ୱର: ସିବିଆଇ ଜାଲରେ ପଡ଼ିଛନ୍ତି ଜଣେ କେନ୍ଦ୍ରୀୟ ଜିଏସଟି (CGST) ଅଧିକାରୀ। ଲାଞ୍ଚ ନେଉଥିବା ବେଳେ CGST ସୁପରିଟେଣ୍ଡେଣ୍ଟ ଓମ୍ ପ୍ରକାଶ ନାୟକଙ୍କୁ ମାଡ଼ି ବସିଛି CBI ଟିମ୍। ଜଣେ ବ୍ୟକ୍ତିଙ୍କ ୧୬ ଲକ୍ଷ ଟଙ୍କାର ଜିଏସଟି ରିଫଣ୍ଡ କରାଇଦେବା ବାହାନାରେ…

    Continue reading
    ଭୋଜି ଖାଇ ଝାଡାବାନ୍ତି; ୮୦ ଆକ୍ରାନ୍ତ

    ଖପ୍ରାଖୋଲ: ଖପ୍ରାଖୋଲ ବ୍ଲକ ରେଙ୍ଗାଲି ପଞ୍ଚାୟତ ବର୍ତ୍ତିଆ ଗାଁରେ ବାହା ଭୋଜି ଖାଇ ୮୦ରୁ ଅଧିକ ଝାଡାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଜଣଙ୍କୁ ଚିକିତ୍ସା ପାଇଁ ପାଟଣାଗଡ ରେଫର ହୋଇଥିବା ଜଣାଯାଇଛି । ସୂଚନା ଅନୁସାରେ ଦୁଇ ଦିନ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ