ଧନୁଯାତ୍ରା ପାଇଁ ବଦଳିଲା ସ୍କୁଲ ସମୟ

ବରଗଡ: ବିଶ୍ଵ ପ୍ରସିଦ୍ଧ ବରଗଡ ଧନୁଯାତ୍ରା ଲାଗି ବଦଳିଲା ସ୍କୁଲ ସମୟ। ସାମ୍ଭାବ୍ୟ ଭିଡ ଏବଂ ଟ୍ରାଫିକ୍ ସମସ୍ୟାକୁ ଆଖି ଆଗରେ ରଖି ଆଜିଠାରୁ ୧୩ ତାରିଖ ପର୍ୟ୍ୟନ୍ତ ସକାଳ ୮ଟାରୁ ଦିନ ୧ଟା ପର୍ୟ୍ୟନ୍ତ ବିଦ୍ୟାଳୟ ଖୋଲା ରହିବ। ୧୩ ତାରିଖ ପରେ ପୂର୍ବପରି ରହିବ ସ୍କୁଲ ସମୟ। ଏ ନେଇ ଚିଠି ଜରିଆରେ ସୂଚନା ଦେଇଛନ୍ତି ଜିଲ୍ଲା ଶିକ୍ଷା ଅଧିକାରୀ। ବିଶ୍ଵର ସର୍ବ ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚରେ ଗତ ଶୁକ୍ରବାର ଠାରୁ ବିଶ୍ଵ ପ୍ରସିଦ୍ଧ ବରଗଡ ଧନୁଯାତ୍ରା ମହୋତ୍ସବ ଆରମ୍ଭ ହୋଇଛି। ମଥୁରା ନଗରୀରେ ଚାଲିଛି କଂସଙ୍କ ରାଜୁତି। ପୌରାଣିକ କଥା ବସ୍ତୁର ପ୍ରତ୍ୟେକ ଚରିତ୍ରକୁ ଅତି ନିଖୁଣ ଭାବେ ପରିବେଷଣ କରୁଛନ୍ତି କଳାକାର। ଏହି ଯାତ୍ରା ଦେଖିବାକୁ ଓଡିଶାର କୋଣ ଅନୁକୋଣରୁ ଲକ୍ଷାଧିକ ଲୋକଙ୍କ ଭିଡ ଜମେ । ଆଜି ହେଉଛି ଧନୁଯାତ୍ରାର ଚତୁର୍ଥ ଦିନ। ଆଜି ପୁତନା ଓ ଷଡମଲ୍ଲଙ୍କ ମଧ୍ୟରେ ଲଢେଇ ପରିବେଷିତ ହେବ ।

  • Related Posts

    ମା ବନଦୁର୍ଗାଙ୍କ ମହାସପ୍ତମୀ ପୂଜା, ଉତ୍ସବମୁଖର ରାଇକିଆ

    ରାଇକିଆ: କନ୍ଧମାଳ ଜିଲ୍ଲା ରାଇକିଆରେ ମା ବନଦୁର୍ଗାଙ୍କ ମହାସପ୍ତମୀ ପୂଜା ଆରମ୍ଭ ହୋଇଛି। ମା ଙ୍କ ଆବାହନ ସହ ପୂଜାମଣ୍ଡପରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିବା ବେଳେ ଦର୍ଶନ ପାଇଁ ଭକ୍ତଙ୍କ ଆଗମନ ଆରମ୍ଭ ହୋଇଛି। ଚଳିତ ବର୍ଷ ରାଇକିଆରେ ୫୨ତମ…

    Continue reading
    କୋଟିଆ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ନିରବ କାହିଁକି: କଂଗ୍ରେସ

    ଭୁବନେଶ୍ବର: ଆନ୍ଧ୍ର ସରକାର ପଞ୍ଚାୟତ ନିର୍ବାଚନ ଘୋଷଣା କରିବା ପରେ କୋଟିଆ ଏକ ବଡ଼ ପ୍ରସଙ୍ଗ ଭାବେ ଉଭା ହୋଇଛି। ଆନ୍ଧ୍ର ସରକାରଙ୍କ ପାର୍ବତୀପୁରମ ମାନ୍ୟମ ନୂଆ ଜିଲ୍ଲାର ଅଧିକାରୀ କୋଟିଆ ଅଞ୍ଚଳରେ ପ୍ରବେଶ କରି ପଞ୍ଚାୟତ ନିର୍ବାଚନ କରିବା ପାଇଁ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ମୁଁ ବି ଖୁବ୍‌ଶୀଘ୍ର ପିତା ହେବି କହିଲେ ସଲମାନ୍‌ ଖାନ୍‌

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି