ଧାମନଗରର ୧୨ଟି ପଞ୍ଚାୟତରେ ବନ୍ୟା ବିଭୀଷିକା ଜାରି

ଦୋବଲ,୨୫/୦୮: ଭଦ୍ରକ ଜିଲ୍ଲା ଧାମନଗରରେ ବନ୍ୟା ବିଭୀଷିକା ଜାରି ରହିଛି। ବୈତରଣୀ ଓ ଏହାର ଶାଖା ନଦୀ ଗେଙ୍ଗୁଟି, କୋଚିଳାରେ ବନ୍ୟା ଯୋଗୁଁ ବ୍ଲକର ୧୨ଟି ପଞ୍ଚାୟତ ପ୍ରଭାବିତ ହୋଇଛି। ଆନନ୍ଦପୁର, ଖଡ଼ିପଦା, ସୋହଡ଼ା, କରଦା, ଦଳାଙ୍ଗ, ପଧାନି, ଅର୍ଜୁନପୁର, ଭଟ୍ଟସାହି, ନଦୀଗାଁ, ଧୁଷୁରୀ, ହସନାବାଦ ଓ ପାଳସାହି ପଞ୍ଚାୟତର ବିଭିନ୍ନ ଗାଁ ଜଳମଗ୍ନ ହୋଇଛି। ବେଶୀ ମାତ୍ରାରେ ପ୍ରଭାବିତ ହୋଇଛି ଅର୍ଜୁନପୁର, ହସନାବାଦ ଓ ପଧାନି ପଞ୍ଚାୟତ। ଦୁଇ ପଞ୍ଚାୟତର ଅର୍ଦ୍ଧାଧିକ ଗାଁରେ ଘର ଭିତରେ ପାଣି ପଶିଯାଇଛି।
ଅନଳଡିହ ବାଟେ ବୈତରଣୀ ଓ କୋଚିଳାର ବନ୍ୟାଜଳ ଆସିବା ଯୋଗୁଁ ହସନାବାଦ, ଗୋପବନ୍ଧୁନଗର, ଅସ୍ତକ, ପଙ୍ଗଟା, ଶଇଲ, ଦାସପାରି ଆଦି ଗାଁରେ ଘର ଭିତରେ ପାଣି ପଶିଛି। ଗୋପବନ୍ଧୁନଗର ଗାଁର ସମସ୍ତଙ୍କ ଘରେ ଆଣ୍ଠୁଏ ପେଟେ ଉଚ୍ଚର ପାଣି ରହିଛି। ଫଳରେ ଲୋକମାନେ ରୋଷେଇବାସ କରି ପାରିନାହାନ୍ତି। ଗରିବ ଲୋକମାନେ ପାଖ ପଡ଼ୋଶୀଙ୍କ ଛାତ ଉପରେ, ସ୍କୁଲ ଘରେ ଓ ବାତ୍ୟା ଆଶ୍ରୟସ୍ଥଳୀରେ ଯାଇ ରହିଛନ୍ତି। ଯେଉଁମାନଙ୍କର ଦୁଇ ମହଲା ଘର ସେମାନେ ଉପର ମହଲାରେ ରହିଥିବା ଦେଖିବାକୁ ମିଳିଛି। ଗୃହ ପାଳିତ ପଶୁଙ୍କ ନଦୀ ବନ୍ଧ ଓ ଉଚ୍ଚା ସ୍ଥାନକୁ ନେଇ ବାନ୍ଧିଛନ୍ତି। ଘର ଓ ବାଡ଼ି ବଗିଚା ବୁଡ଼ି ଯାଇଥିବାରୁ ଲୋକମାନେ ପିଇବା ପାଣି ପାଉନାହାନ୍ତି। ଝିଅ ବୋହୂମାନେ ଶୌଚ ଯିବାକୁ ସମସ୍ୟା ଭୋଗୁଛନ୍ତି। ଏହାକୁ ନଜରରେ ରଖି ଭଦ୍ରକ ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟ, ଧାମନଗର ବିଡିଓ ବନବିହାରୀ ଦିନ୍ଦା, ଅତିରିକ୍ତ ଜିଲ୍ଲାପାଳ ସରୋଜ ଦତ୍ତ ଏବଂ ଧାମନଗର ତହସିଲଦାର ସାଇଶ୍ରୀ ଲୋକନାଥ ପ୍ରସାଦ ସେଠୀ ପାୱାର ବୋଟ୍ ନେଇ ବନ୍ୟାଞ୍ଚଳ ବୁଲି ଅନୁଧ୍ୟାନ କରିଛନ୍ତି। ନିଜେ ବିଡିଓ ରନ୍ଧା ଖାଦ୍ୟ ନେଇ ଲୋକଙ୍କ ପାଖରେ ପହଞ୍ଚାଇଛନ୍ତି। ଏହାସହ ବିସ୍କୁଟ, ଚୁଡ଼ା, ଚିନି, ଗୁଡ଼ି, ମହମବତୀ ଓ ଦିଆସିଲି ପ୍ୟାକେଟ ଲୋକଙ୍କୁ ଦିଆଯାଇଛି।
ସୋହଡ଼ା ପଞ୍ଚାୟତର ଗୌରାଙ୍ଗପୁର ଓ ଆନନ୍ଦପୁର ପଞ୍ଚାୟତର ମଲ୍ଲିମାହାରା ଏସକେପରେ ସୁରକ୍ଷା ପ୍ରାଚୀର ହୋଇଥିବାରୁ ଜନବସତି ଭିତରକୁ କମ୍ ପାଣି ପଶିଛି। ତଥାପି ଏହି ପାଣିରେ ଖଡ଼ିପଦା, ଆନନ୍ଦପୁର ଓ ସୋହଡ଼ା ଅ଼୍ଚଳ ଜଳ ପ୍ଲାବିତ ହୋଇଛି। ସେପଟେ ବୈତରଣୀର ଶାଖା ନଦୀ ଗେଙ୍ଗୁଟିର ବନ୍ୟା ଜଳ କାଞ୍ଜିଆପାଳ ଗାଇଛନ୍ଦା, ମଠମାହାରା ଓ କନକେଇ ଏସକେପ୍ ଯୋଗେ ଗାଁ ଭିତରେ ପଶିଛି। ଏହା ଫଳରେ ଖଡ଼ିପଦା ପଞ୍ଚାୟତର କାଞ୍ଜିଆପାଳ ଓ କମଳପୁର ଗାଁ ବାହ୍ୟ ଜଗତରୁ ବିଛିନ୍ନ ହୋଇ ରହିଛି। ଦୁଇ ଗାଁର ପ୍ରାୟ ୧୫୦ ପରିବାର ଜଳବନ୍ଦୀ ହୋଇ ରହିଛନ୍ତି। ଖଡ଼ିପଦା ଓ ଆନନ୍ଦପୁର ମଧ୍ୟରେ ଯୋଗାଯୋଗ ବିଛିନ୍ନ ହୋଇଛି। ଖଡ଼ିପଦା ପଞ୍ଚାୟତ ଅଫିସ ନିକଟରୁ କାଞ୍ଜିଆପାଳ ମୋଡ଼ ଯାଏ ଗ୍ରାମ୍ୟ ଉନ୍ନୟନ ରାସ୍ତା ବୁଡ଼ିଯିବାରୁ ଲୋକେ ଯାଆସ କରିପାରୁନାହାନ୍ତି। ପୁଣି ଆଉ ଗୋଟେ ଲଘୁଚାପ ଅଛି। ଯଦି ଅଧିକ ବର୍ଷା ହୁଏ ତାହାଲେ ବଡ ବନ୍ୟା ଆଶଙ୍କା ରହିଛି। ବନ୍ୟା ଦୃଷ୍ଟିରେ ବ୍ଲକ ଓ ତହସିଲର ସମସ୍ତ କର୍ମଚାରୀଙ୍କ ଛୋଟି ବାତିଲ କରାଯାଇଛି। ଏହା ସହ ବନ୍ୟା ଅଞ୍ଚଳ ପାଇଁ ୨ଦିନ ସ୍କୁଲ ଅଙ୍ଗୱାଡ଼ି ଛୋଟି ଘୋଷଣା କରାଯାଇଛି। ବନ୍ୟାକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ଏହାକୁ ଅଧିକ ଦିନ ଘୋଷଣା କରିପାରନ୍ତି।

  • Related Posts

    ଓଏମସି ପୁରୀ କୋଷ୍ଟାଲ ମାରାଥନ୍ର ପ୍ରଚାର ପାଇଁ ପ୍ରୋମୋ ରନ୍

    ଭୁବନେଶ୍ୱର: ଡିସେମ୍ବର ୧୩ ତାରିଖରେ ପୁରୀରେ ଅନୁଷ୍ଠିତ ହେବାକୁ ଥିବା ଭବ୍ୟ ‘ଓଏମ୍‌ସି ପୁରୀ କୋଷ୍ଟାଲ ମାରାଥନ୍ ୨୦୨୬’ ପୂର୍ବରୁ ଆଜି ଭୁବନେଶ୍ୱରରେ ଏକ ଉତ୍ସାହଜନକ ପ୍ରୋମୋ ରନ୍ ଆୟୋଜିତ ହୋଇଯାଇଛି। ଏହି ପ୍ରୋମୋ ରନକୁ ଓଡ଼ିଶାର ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ…

    Continue reading
    ଆଗାମୀ ୩ ବର୍ଷ ପର୍ଯ୍ୟନ୍ତ କୌଣସି ନୂଆ ମଦ ଦୋକାନ ଖୋଲାଯିବ ନାହିଁ: ମୁଖ୍ୟମନ୍ତ୍ରୀ

    ଡେଡ୍‌‌ଲାଇନ୍ ୨୦୨୯ ସୁଦ୍ଧା ଦେଶକୁ ନିଶାମୁକ୍ତ କରିବା ପାଇଁ ଓଡ଼ିଶା ପ୍ରତିବଦ୍ଧ ​ନିଶାକୁ ନାଁ, ଜୀବନକୁ ହଁ—ଜୀବନ ଜିଇଁବାର ପ୍ରକୃତ ଶିକ୍ଷା ନିଅନ୍ତୁ – ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର:ସ୍ଥାନୀୟ ରେଳ ଅଡିଟୋରିଅମଠାରେ କମିଶନରେଟ୍ ପୋଲିସ, ଆଜି ଆୟୋଜନ କରିଥିବା ଜନସଚେତନତା କାର୍ଯ୍ୟକ୍ରମ ‘ଜୀବନ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ