ନବୀନଙ୍କୁ ଧର୍ମେନ୍ଦ୍ରଙ୍କ ପ୍ରଶ୍ନ

‘ଘରୋଇ କମ୍ପାନୀଙ୍କୁ କାହିଁକି ଦେଖାଇଥିଲ ଅନୁକମ୍ପା’
। । ପ୍ରଭାନ୍ୟୁଜ୍‌ । । ଭୁବନେଶ୍ୱର, ୨ ।୧୦ : ଓଡ଼ିଶାରେ ଏମ୍‌ଏମ୍‌ଡିଆର୍‌ ଆଇନ ଏବଂ ପ୍ରାକୃତିକ ସମ୍ପଦ ଯୋଗାଣକୁ ନେଇ ବିଜୁ ଜନତା ଦଳ ଏବଂ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ବାରମ୍ବାର ମିଛ କଥା କହି ରାଜ୍ୟବାସୀଙ୍କୁ ଭ୍ରମିତ କରୁଛନ୍ତି, ଯାହା ଅତ୍ୟନ୍ତ ହାସ୍ୟାସ୍ପଦ । ଓଡ଼ିଶାର ଜନସାଧାରଣ ଏତେ ବୋକା ନୁହଁନ୍ତିଯେ, ଏକା ମିଛକୁ ବାରମ୍ବାର କହିଲେ ତାହାକୁ ସତ ବୋଲି ଗ୍ରହଣ କରିନେବେ । ଓଡ଼ିଶା ହାଇକୋର୍ଟଙ୍କ ଗତକାଲିର ରାୟରୁ ସ୍ପଷ୍ଟ ହୋଇଛିଯେ, ଗତ ବିଜେଡି ସରକାର କିଭଳି ଭାବେ ଘରୋଇ କମ୍ପାନୀମାନଙ୍କୁ ଘଣ୍ଟ ଘୋଡ଼ାଇ ଅହେତୁକ ଅନୁକମ୍ପା ଦେବାର ବାଟ ତିଆରି କରିଥିଲେ । ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏ ସମ୍ପର୍କରେ ଏକ୍ସରେ ପୋଷ୍ଟ କରିଛନ୍ତି ।
ଶ୍ରୀ ପ୍ରଧାନ ଉଲ୍ଲେଖ କରିଛନ୍ତିଯେ, ଓଡ଼ିଶା ହାଇକୋର୍ଟ ଏକ ନିର୍ଦ୍ଦିଷ୍ଟ ଘରୋଇ ଶିଳ୍ପ ସଂସ୍ଥାକୁ ୨୦୦୪ରେ ବିଜେଡ଼ି ସରକାର ଦ୍ୱାରା ଦିଆଯାଇଥିବା ୧୫୦ ନିୟୁତ ଟନ୍‌ ବକ୍ସାଇଟ୍‌ ଯୋଗାଣ ଦାବିକୁ ସ୍ପଷ୍ଟ ଭାବେ ଖାରଜ କରିଦେଇଛନ୍ତି । ପ୍ରାକୃତିକ ସମ୍ପଦକୁ ନେଇ ପୁରୁଣା ପ୍ରତିଶ୍ରୁତି ଦେଖାଇ ଚାଲୁଥିବା ଆଇନକୁ ଅଣଦେଖା କରାଯାଇପାରିବ ନାହିଁ ବୋଲି ହାଇକୋର୍ଟ ସ୍ପଷ୍ଟ କରିଛନ୍ତି । କେନ୍ଦ୍ରର ମୋଦୀ ସରକାରଙ୍କ ସ୍ୱଚ୍ଛ ଏମ୍‌ଏମ୍‌ଡିଆର୍‌ ଆଇନ ଏବଂ ଏମସିଆର୍‌ ୨୦୧୬ ନିୟମ ୪୫ ସଂଶୋଧନ ପରେ ବକ୍ସାଇଟ୍‌ର ହାରାହାରି ବିକ୍ରୟ ମୂଲ୍ୟରେ କନଭର୍ସନ ଫ୍ୟାକ୍ଟର ଲାଗୁ ହୋଇଥିଲା । ଏହାଦ୍ୱାରା ବକ୍ସାଇଟ୍‌ର ଦର ପ୍ରତି ଟନ୍‌ରେ ୭୫୦ ଟଙ୍କାରୁ ୧୭୦୭ ଟଙ୍କାକୁ ବୃଦ୍ଧି ପାଇଥିଲା । ଏହି ନିୟମ ଯୋଗୁଁ ଓଡ଼ିଶା ଖଣି ନିଗମ (ଓଏମସି) ଲାଭବାନ୍‌ ହେବା ସହ ଓଡ଼ିଶାକୁ ରୟାଲଟି, ଡିଏମ୍‌ଏଫ୍‌ (ଡିଏମଏଫ) ଏବଂ ଏନ୍‌ଏମ୍‌ଇଟି ଜରିଆରେ ହଜାର ହଜାର କୋଟି ଟଙ୍କାର ବର୍ଦ୍ଧିତ ରାଜସ୍ୱ ମିଳିଥାନ୍ତା ।
କିନ୍ତୁ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ସରକାରଙ୍କୁ ୧ ଫେବ୍ରୁଆରୀ ୨୦୨୦ (ଚିଠି ନଂ-୧୦୪୪) ଏବଂ ୭ ଅକ୍ଟୋବର ୨୦୨୦ (ଚିଠି ନଂ-୮୫୬୯/ଝଗ) ରେ ପୃଥକ ଚିଠି ଲେଖି କନଭର୍ସନ ଫ୍ୟାକ୍ଟରକୁ କମାଇ ଘରୋଇ କମ୍ପାନୀ ଚାହୁଁଥିବା ସର୍ବନିମ୍ନ ଦର ଲାଗୁ କରିବା ପାଇଁ ଅନୁରୋଧ କରିଥିଲେ । ଏଥିରୁ ସ୍ପଷ୍ଟ ପ୍ରମାଣିତ ହେଉଛିଯେ, ରାଜ୍ୟ ସ୍ୱାର୍ଥକୁ ଜଳାଞ୍ଜଳି ଦେଇ ଏକ ନିର୍ଦ୍ଦିଷ୍ଟ ଘରୋଇ କମ୍ପାନୀକୁ ଅନୁକମ୍ପା ଦେବା ପାଇଁ ଏହି ଚିଠି ଲେଖାଯାଇଥିଲା, ଯାହାକୁ କେନ୍ଦ୍ର ସରକାର ପ୍ରତ୍ୟାଖ୍ୟାନ କରିଥିଲେ ।
ଏହି ସନ୍ଦର୍ଭରେ ଶ୍ରୀ ପ୍ରଧାନ ନବୀନ ବାବୁଙ୍କୁ ନିମ୍ନଲିଖିତ ପ୍ରଶ୍ନଗୁଡ଼ିକର ଉତ୍ତର ରଖିବାକୁ ଦାବି କରିଛନ୍ତି । ରାଜ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ନିୟମକୁ କାର୍ଯ୍ୟକାରୀ ନକରି, ତାହାକୁ ପୁନର୍ବିଚାର କରିବାକୁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିବା ପଛରେ ଆପଣଙ୍କର ପ୍ରକୃତ ଉଦ୍ଦେଶ୍ୟ କ’ଣ ଥିଲା? କାହା ସ୍ୱାର୍ଥରେ ଏବଂ କାହାକୁ ସୁହାଇବା ପାଇଁ ଆପଣ ଏପରି ପଦକ୍ଷେପ ନେଇଥିଲେ? ଗୋଟିଏ ନିର୍ଦ୍ଦିଷ୍ଟ ଘରୋଇ କମ୍ପାନୀ ଉପରେ ଦୀର୍ଘ ଦିନ ଧରି ପ୍ରାୟ ୫,୪୦୦ କୋଟି ଟଙ୍କା ବକେୟା ପଡ଼ିରହିବା ଆପଣଙ୍କ ଭୁଲ୍‌ ନିଷ୍ପତ୍ତିର ପରିଣାମ ନୁହେଁ କି? ଓଡ଼ିଶାବାସୀଙ୍କ ସ୍ୱାର୍ଥକୁ ଜଳାଞ୍ଜଳି ଦେଇ, ରାଜ୍ୟର ଲକ୍ଷ ଲକ୍ଷ କୋଟି ଟଙ୍କାର ରାଜସ୍ୱ କ୍ଷତି କରି ଏକ ଘରୋଇ କମ୍ପାନୀକୁ ଅହେତୁକ ଅନୁକମ୍ପା ଦେବା ପଛର ପ୍ରକୃତ ରହସ୍ୟ କ’ଣ? ନବୀନ ବାବୁ ବାସ୍ତବତାକୁ ସ୍ୱୀକାର କରି ଓଡ଼ିଶାବାସୀଙ୍କ ନିକଟରେ ସତ୍ୟ ପ୍ରକାଶ କରନ୍ତୁ ଏବଂ ବିଭ୍ରାନ୍ତିକର ତଥ୍ୟ ଦେବା ବନ୍ଦ କରନ୍ତୁ ବୋଲି ଶ୍ରୀ ପ୍ରଧାନ ସ୍ପଷ୍ଟ କରିଛନ୍ତି ।

  • Related Posts

    ବେଗୁନିଆ କାହା ମାମୁଁ ଘର ? ଅଟ୍ରିରେ ପ୍ରଦୀପ ଓ ପ୍ରଶାନ୍ତ ମୁହାଁମୁହିଁ

    ଖୋର୍ଦ୍ଧା : ବେଗୁନିଆ ବୋଲଗଡ ନିର୍ବାଚନମଣ୍ଡଳୀ କାହା ଘର ? ବର୍ତ୍ତମାନ ବିଧାୟକ ପ୍ରଦୀପ ସାହୁଙ୍କର ନା ପୂର୍ବତନ ବିଧାୟକ ତଥା ବର୍ତ୍ତମାନ ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କର, ତାହା ଏବେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି । ନିକଟରେ ବେଗୁନିଆ…

    Continue reading
    କଲେଜ ନିର୍ବାଚନ : ସୋମବାର ସୁଦ୍ଧା କାର୍ଯ୍ୟସୂଚୀ

    ଭୁବନେଶ୍ୱର, ୩ ।୧୦ : ଖୁବ୍‌ଶୀଘ୍ର କଲେଜ ନିର୍ବାଚନ ତାରିଖ ଘୋଷଣା କରାଯିବ । ଆଜି ତାରିଖ ଘୋଷଣା ହେବବୋଲି ଅନୁମାନ କରାଯାଉଥିଲା । ତେବେ ରାଜନୀତିକ କାରଣବଶତଃ ତାରିଖ ଘୋଷଣା ହୋଇପାରିନାହିଁ । ରବିବାର କିମ୍ବା ସୋମବାର କଲେଜ ନିର୍ବାଚନ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ