ନବୀନଙ୍କ ସମ୍ମାନ ତଳେ ପକାଇବୁ ନାଇଁ: ଦେବାଶିଷ

ଭୁବନେଶ୍ୱର: ସାଧାରଣ ନିର୍ବାଚନ ପରେ ‘ବିଜେଡି’ର ଦୁଇ ଜଣ ସାଂସଦ ଦଳ ଛାଡି ‘ବିଜେପି’ରେ ସାମିଲ ହୋଇଛନ୍ତି । ବିଜେଡିର ଆଉ କିଛି ସାଂସଦ ‘ବିଜେପି’ ସହ ଯୋଗାଯୋଗରେ ଥିବା ଦଳ ଛାଡିବା ପାଇଁ ପ୍ରସ୍ତୁତ ହେଉଥିବା ନେଇ ଚର୍ଚ୍ଚା ଲାଗି ରହିଛି । ଯାହାକୁ ନେଇ ଗତ କିଛି ଦିନ ହେବ ରାଜ୍ୟ ରାଜନୀତି ସରଗରମ ହୋଇଛି । ଏନେଇ ମଙ୍ଗଳବାର ବିଜେଡିର ସମସ୍ତ ୭ ରାଜ୍ୟସଭା ସାଂସଦ ଦିଲ୍ଲୀରେ ସାମ୍ବାଦିକ ସମ୍ମିଳନୀ କରି ଚର୍ଚ୍ଚାକୁ ଖଣ୍ଡନ କରିଛନ୍ତି ।

ଦଳର ଅନ୍ୟତମ ସାଂସଦ ଦେବାଶିଷ ସାମନ୍ତରାୟ କହିଛନ୍ତି,‘‘ତୃଣମୂଳ ସ୍ତରରୁ ଆମେ ରାଜନୀତିକୁ ଆସିଛୁ । ବିଜେଡ଼ିକୁ ଛାଡିବାର ନାହିଁ । ଆମେ ଆମ ନେତାଙ୍କୁ ତଳେ ପକେଇବାର ନାହିଁ । ବିଜେଡି ଛାଡି ଆମେ କେହି ଯିବୁନାହିଁ ବୋଲି ସ୍ପଷ୍ଟ କରୁଛୁ ।” ସେହିପରି ସାଂସଦ ମୁନ୍ନା ଖାଁ କହିଛନ୍ତି, “ନବୀନ ପଟ୍ଟନାୟକଙ୍କ ସହ ଆମେ ଦୃଢ ଭାବେ ଛିଡା ହୋଇଛୁ । ବିଜୁ ବାବୁଙ୍କ ସମୟରୁ ମୁଁ ରାଜନୀତିକୁ ଆସିଛି । ଜନତା ଦଲରୁ ବିଜେଡି ସହ ମୋର ରାଜନୈତିକ ଯାତ୍ରା ଜାରୀ ରହିଛି । ବିଜୁ ବାବୁଙ୍କ ଜନତା ଦଳ ସହ ଆମେ ଅଛୁ । ନବୀନ ବାବୁଙ୍କୁ ଧୋକା ଦେବା ପ୍ରଶ୍ନ ଉଠୁନାହିଁ ।” ସେହିପରି ରାଜ୍ୟସଭାରେ ଦଳର ଏକମାତ୍ର ମହିଳା ସାଂସଦ ସୁଲତା ଦେଓ କହିଛନ୍ତି, “ଶିରୋନାସ୍ତି, ଶିରପୀଡା । ନଇଁ ନ ଦେଖୁଣୁ ଲଙ୍ଗଳା ହୋଇ କିଛି ନିର୍ଦ୍ଦିଷ୍ଟ ଗଣମାଧ୍ୟମ ବିଜେଡି ସାଂସଦ ଦଳ ପରିବର୍ତ୍ତନ କରିଦେବା ଖବର ପ୍ରସାରଣ କରୁଛନ୍ତି । ଏ ଭଳି କାମ କରି ଆସୁରିକ ଆନନ୍ଦ ନିଅନ୍ତୁ ନାହିଁ । ୭ ଜଣ ସାଂସଦ ବସି ସ୍ପଷ୍ଟୀକରଣ ଦେଉଛୁ । ଆମେ ନବୀନ ବାବୁଙ୍କ ସହ ରହିଛୁ ଏବଂ ରହିବୁ ।”

  • Related Posts

    ଛାତ୍ର ସଂସଦ ନିର୍ବାଚନ:ସକାଳ ୮ଟାରୁ ଅପରାହ୍ନ ୨ଟା ପର୍ୟ୍ୟନ୍ତ ମତଦାନ

    ଭୁବନେଶ୍ବର: ଦୀର୍ଘ ୮ ବର୍ଷର ବ୍ୟବଧାନ ପରେ ଚଳିତ ବର୍ଷ ଓଡ଼ିଶାରେ କଲେଜ ଏବଂ ବିଶ୍ବବିଦ୍ୟାଳଗୁଡ଼ିକରେ ଛାତ୍ର ସଂସଦ ନିର୍ବାଚନ ଅନୁଷ୍ଠିତ ହେବ । ଅକ୍ଟୋବର ୧୫ ତାରିଖରେ ନିର୍ବାଚନ ହେବାକୁ ଥିବା ବେଳେ, ଅକ୍ଟୋବର ୧୬ ତାରିଖରେ ନବନିର୍ବାଚିତ ଛାତ୍ର…

    Continue reading
    ଛାତ୍ର ସଂସଦ ନିର୍ବାଚନ ଭବିଷ୍ୟତର ନେତୃତ୍ୱ ଗଢ଼ିବାର ଏକ ମଜଭୁତ ମୂଳଦୁଆ:ମୁଖ୍ୟମନ୍ତ୍ରୀ

    ଭୁବନେଶ୍ୱର: ଓଡ଼ିଶାରେ ଛାତ୍ର ସଂସଦ ନିର୍ବାଚନ ପରିଚାଳନାକୁ ନେଇ ବଢ଼ୁଥିବା କଳ୍ପନାଜଳ୍ପନା ମଧ୍ୟରେ, ଆଜି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ୟ୍ୟବଂଶୀ ସୂରଜ ଭୁବନେଶ୍ୱରର ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟିଥିଲେ । ରାଜ୍ୟ ସରକାର ଖୁବ୍‌ଶୀଘ୍ର ସାରା ଓଡ଼ିଶାର କଲେଜ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ