ନବୀନ ଜେରା ହୋଇପାରନ୍ତି:ସୁରେଶ ପୂଜାରୀ

ଭୁବନେଶ୍ୱର:ନିକଟରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ୨ଟି କମିଶନଙ୍କ ରିପୋର୍ଟ ସମ୍ପର୍କିତ ଫାଇଲ୍‌ ହଜିଥିବା ଅଭିଯୋଗ ହୋଇଛି। ଗୃହ ବିଭାଗ ପକ୍ଷରୁ ଏନେଇ କ୍ୟାପିଟାଲ ଥାନାରେ ମଧ୍ୟ ଅଭିଯୋଗ ହୋଇଛି। ଗୃହ ବିଭାଗର ରିପୋର୍ଟ ମୁତାବକ ସ୍ବାମୀ ଲକ୍ଷ୍ମଣାନନ୍ଦ ହତ୍ୟା ଓ ଏହାର ପରବର୍ତ୍ତୀ ଦଙ୍ଗା ଘଟଣାରେ ଜଷ୍ଟିସ୍‌ ଏସ୍‌. ନାଇଡୁଙ୍କ ତଦନ୍ତ ରିପୋର୍ଟ ଓ ସମ୍‌ ହସ୍ପିଟାଲ ଅଗ୍ନିକାଣ୍ଡ ସମ୍ପର୍କିତ କେନ୍ଦ୍ରାଞ୍ଚଳ ଆର୍‌ଡିସିଙ୍କ ତଦନ୍ତ ରିପୋର୍ଟ ହଜିଯାଇଛି।

ଏହି ଘଟଣାରେ ରାଜସ୍ବମନ୍ତ୍ରୀ ସୁରେଶ ପୂଜାରୀ ନିର୍ଦ୍ଦିଷ୍ଟ ଏକ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି, ଫାଇଲ୍‌ ବ୍ୟବସ୍ଥିତ ଭାବେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଯାଇଛି। ଗୃହ ବିଭାଗ ଫାଇଲ୍‌ ନମ୍ବର ପକାଇ ତତ୍କାଳୀନ ମୁଖ୍ୟ ଶାସନ ସଚିବଙ୍କ ନିକଟକୁ ପଠାଇଛି। ସେଠାରୁ ଡେସ୍‌ପାଚ୍‌ ନମ୍ବର ପଡ଼ି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ପହଞ୍ଚିଛି। ଜଣେ ଅନୁ ସଚିବ ତାହାକୁ ଦସ୍ତଖତକରି ରିସିଭ୍‌ କରିଛନ୍ତି। ତେଣୁ ତା’ପରେ ଫାଇଲ୍‌ ମିଳିଲାନି କହିଲେ ହେବନାହିଁ, ତାହା ଚୋରି ହୋଇଛି। ଏହି ଘଟଣା ୨୦୨୪ ନିର୍ବାଚନ ଫଳାଫଳ ବାହାରିବା ଦିନ ଘଟିଛି। ଏହି ବିଷୟରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ତଥା ବର୍ତ୍ତମାନର ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଜେରାର ସମ୍ମୁଖୀନ ହୋଇପାରନ୍ତି ବୋଲି ସେ କହିଛନ୍ତି।

  • Related Posts

    ପାଠ୍ୟପୁସ୍ତକରେ ଭୁଲ୍‌ ସଂଶୋଧନ ହୋଇ ପାଠପଢ଼ା ହେବ: ମନ୍ତ୍ରୀ

    ଭୁବନେଶ୍ବର: ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ନୂତନ ଭାବେ ପ୍ରକାଶିତ ସ୍କୁଲ ପାଠ୍ୟପୁସ୍ତକଗୁଡ଼ିକରେ ୧୬୭୮ଟି ଭୁଲ୍‌ ଏବଂ ତଥ୍ୟ ବିକୃତି ଘଟଣାକୁ ନେଇ ବିରୋଧୀ କଂଗ୍ରେସ ଓ ବିଜେଡି ରାଜ୍ୟ ସରକାରଙ୍କୁ ଦାୟୀ କରିଛନ୍ତି । ଏଭଳି କରି ଶିକ୍ଷା ବିଭାଗ…

    Continue reading
    ପାଠ୍ୟପୁସ୍ତକରେ ଭୁଲ୍‌ ରାଜ୍ୟ ଶିକ୍ଷା ବ୍ୟବସ୍ଥାକୁ ଉପହାସ:ପିସିସି ସଭାପତି

    ଭୁବନେଶ୍ବର: ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ନୂତନ ଭାବେ ପ୍ରକାଶିତ ସ୍କୁଲ ପାଠ୍ୟପୁସ୍ତକଗୁଡ଼ିକରେ ୧୬୭୮ଟି ଭୁଲ୍‌ ଏବଂ ତଥ୍ୟ ବିକୃତି ଘଟଣାକୁ ନେଇ ବିରୋଧୀ କଂଗ୍ରେସ ଓ ବିଜେଡି ରାଜ୍ୟ ସରକାରଙ୍କୁ ଦାୟୀ କରିଛନ୍ତି । ଏଭଳି କରି ଶିକ୍ଷା ବିଭାଗ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ