
ଭୁବନେଶ୍ବର: ଆସନ୍ତା ନଭେମ୍ବର ୩୦ତାରିଖ ଯାଏ ବୃଦ୍ଧି ହେଲା ବିଜେଡିର ଜନ ସମ୍ପର୍କ ପଦଯାତ୍ରା । ଏ ନେଇ ଦଳ ପକ୍ଷରୁ ପ୍ରେସ୍ ରିଲିଜ ଜାରି କରାଯାଇଛି । ଏଥିରେ ଉଲ୍ଲେଖ ରହିଛି ପାର୍ବଣ ଯୋଗୁ ବିଜୁ ଜନତା ଦଳ ତରଫରୁ ଘୋଷିତ ଜନସମ୍ପର୍କ ପଦଯାତ୍ରା ଅଭିଯାନ କାର୍ଯ୍ୟକ୍ରମର ସମୟସୀମାକୁ ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ନଭେମ୍ବର ୩୦ତାରିଖ ଯାଏ ବୃଦ୍ଧି କରାଯାଇଛି ।
ପ୍ରକାଶ ଯେ, ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ଅକ୍ଟୋବର ୨ରୁ ନଭେମ୍ୱର ୨ ତାରିଖ ପର୍ଯ୍ୟନ୍ତ ବିଜେଡି ପକ୍ଷରୁ ଜନ ସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହେଉଛି । ରାଜ୍ୟ ବ୍ୟାପୀ ସମସ୍ତ ସାଙ୍ଗଠନିକ ଜିଲ୍ଲାରେ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି । ଅକ୍ଟୋବର ୨ ତାରିଖ ଅର୍ଥାତ୍ ଗାନ୍ଧୀ ଜୟନ୍ତୀଠାରୁ ବିଜେଡି ଜନ ସମ୍ପର୍କ ପଦଯାତ୍ରା ଆରମ୍ଭ ହୋଇ ନଭେମ୍ୱର ୨ ପର୍ଯ୍ୟନ୍ତ ଦୀର୍ଘ ଏକ ମାସ ଧରି ଚାଲିବାର ଥିଲା । ମାତ୍ର ଆଜି ଏହାକୁ ବୃଦ୍ଧି କରାଯାଇଛି ।







