ନଭେମ୍ୱର୧୨ ତାରିଖ ପର୍ୟ୍ୟନ୍ତ ଚାଲିବ ‘ସୁଭଦ୍ରା ଶକ୍ତିମେଳା’

ଭୁବନେଶ୍ୱର: ବ୍ୟକ୍ତିଗତ ସ୍ତରରେ ହେଉ ବା ଗ୍ରୁପ୍ ସ୍ତରରେ ହେଉ, ରାଜ୍ୟର ପ୍ରତ୍ୟେକ ମହିଳା ଯେପରି ଆର୍ଥିକ କ୍ଷେତ୍ରରେ ସ୍ୱାବଲମ୍ୱୀ ଓ ସ୍ୱତନ୍ତ୍ରତା ହାସଲ କରି ଦକ୍ଷ ଉଦ୍ୟୋଗୀ ହେବେ, ସେଥିପାଇଁ ଆମେ ପ୍ରତିଶ୍ରୁତିବଦ୍ଧ ହୋଇ କାମ କରୁଛୁ ବୋଲି ‘ସୁଭଦ୍ରା ଶକ୍ତି ମେଳା’ର ଦ୍ୱିତୀୟ ସଂସ୍କରଣକୁ ଉଦ୍‌ଘାଟନ କରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ଭୁବନେଶ୍ୱର ଇଡ୍‌କୋ ପ୍ରଦର୍ଶନୀ ପଡ଼ିଆଠାରେ ଆୟୋଜିତ ଏହି ରାଜ୍ୟସ୍ତରୀୟ କାର୍ୟ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଆହୁରି କହିଥିଲେ, ୨୦୩୬ ସୁଦ୍ଧା ଏକ ସମୃଦ୍ଧ ଓଡ଼ିଶା ଗଠନ ଏବଂ ୨୦୪୭ ସୁଦ୍ଧା ଓଡ଼ିଶାକୁ ବିକଶିତ ଭାରତର ବିକାଶ ଇଞ୍ଜିନ କରିବା ଆମର ଲକ୍ଷ୍ୟ। ଏହି ଲକ୍ଷ୍ୟ ପୁରଣ ହେବ ଯେତେବେଳେ ଆମର ଲକ୍ଷ ଲକ୍ଷ ସୁଭଦ୍ରା ମା’ମାନଙ୍କ ଶକ୍ତିର ଜାଗରଣ ଆସିବ। ସେମାନେ ସଶକ୍ତ ହେବେ ଏବଂ ବିକାଶର ପ୍ରତ୍ୟେକ କ୍ଷେତ୍ରରେ ସେମାନଙ୍କ ମୂଲ୍ୟବାନ ଯୋଗଦାନ ରହିବ। ସେହି ଲକ୍ଷ୍ୟ ହାସଲ ପାଇଁ ସୁଭଦ୍ରା ଯୋଜନା ହେଉଛି ଏକ ନିଆରା ମଡେଲ ବୋଲି ସେ କହିଥିଲେ। ସୁଭଦ୍ରା ଶକ୍ତିମେଳାର ନାରୀଶକ୍ତିର ପ୍ରଂଶସା କରି ମୁଖ୍ୟମନ୍ତ୍ରୀ କହିଥିଲେ, ଏହି ମେଳା କେବଳ ଉତ୍ପାଦିତ ସାମଗ୍ରୀର ପ୍ରଦର୍ଶନୀ ବା ବିକ୍ରୟର ସ୍ଥାନ ନୁହେଁ, ଏହି ମେଳା ହେଉଛି ଆମ ମା’ମାନଙ୍କର ଶ୍ରମ, ସୃଜନଶୀଳତା ଓ ସଫଳତାର ମେଳା। ଏହି ମେଳା ହେଉଛି ସେମାନଙ୍କ ଘର ଅଗଣାରୁ ବାହାରି ରାଜ୍ୟ, ଦେଶ ଓ ବିଶ୍ୱମଞ୍ଚ ପର୍ୟ୍ୟନ୍ତ ଯାତ୍ରାର କାହାଣୀ।
ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଉପସ୍ଥିତ ମା’ ଓ ଭଉଣୀମାନଙ୍କୁ ଉଦ୍‌ବୋଧନ ଦେଇ କହିଥିଲେ, ସୁଭଦ୍ରାର ମା’ମାନେ ତାଙ୍କର ଉତ୍ପାଦିତ ସାମଗ୍ରୀ ଜରିଆରେ ରାଜ୍ୟ ପାଇଁ ସୁନାମ ଆଣୁଛନ୍ତି। ସୁଭଦ୍ରା ତା’ର କାୟା ବିସ୍ତାର କରିଛି। ସୁଭଦ୍ରାର ମା’ ଓ ଭଉଣୀମାନଙ୍କ ଦକ୍ଷତା ଓ କୌଶଳ ବିକାଶ ପାଇଁ ଆମର ଉଦ୍ୟମ ଜାରି ରହିଛି। ପ୍ରତ୍ୟେକ ଘରୁ ଜଣେ ଲେଖାଏଁ ଲକ୍ଷପତି ଦିଦି ସୃଷ୍ଟି କରିବା ଆମର ଲକ୍ଷ୍ୟ। ଗତ ସଂସ୍କରଣରେ ୮ କୋଟି ଟଙ୍କାର ବ୍ୟବସାୟ ହୋଇଥିବା ବେଳେ ଚଳିତ ସଂସ୍କରଣରେ ୧୫ କୋଟି ଟଙ୍କାର ବ୍ୟବସାୟ ପାଇଁ ଆଶା କରାଯାଇଛି ବୋଲି ସେ କହିଥିଲେ।

ଉନ୍ନୟନ କମିସନର୍‌ ଅନୁ ଗର୍ଗ ରାଜ୍ୟର ସୁଭଦ୍ରା ମା’ମାନଙ୍କୁ ପ୍ରଶଂସା କରି କହିଥିଲେ ଯେ, ଗ୍ରାମାଞ୍ଚଳରେ ରହି ଆପଣମାନେ ଯେଉଁ କାମ କରି ଦେଖାଉଛନ୍ତି ସେଥିପାଇଁ ଆମେ ସମସ୍ତେ ଗର୍ବିତ। ମିସନ ଶକ୍ତି ବିଭାଗର କମିସନର ଗିରୀଶ ଏସ୍‌.ଏନ୍‌ କାର୍ୟ୍ୟକ୍ରମରେ ସ୍ୱାଗତ ଭାଷଣ ଦେଇଥିଲେ ଏବଂ ବିଭାଗୀୟ ନିର୍ଦ୍ଦେଶିକା ମୋନିକା ପ୍ରିୟଦର୍ଶିନୀ ଧନ୍ୟବାଦ ଅର୍ପଣ କରିଥିଲେ। ସୂଚନାଯୋଗ୍ୟ, ସୁଭଦ୍ରା ଶକ୍ତି ମେଳାରେ ରାଜ୍ୟର ବିଭିନ୍ନ ସ୍ଥାନରୁ ୩୦୦ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ନିଜ ନିଜର ଉତ୍ପାଦିତ ସାମଗ୍ରୀ ପ୍ରଦର୍ଶନ କରିବା ସହିତ ବିକ୍ରୟ ମଧ୍ୟ କରୁଛନ୍ତି। ଏହି ମେଳା ଆଜିଠାରୁ ଆରମ୍ଭ ହୋଇ ୧୨ ତାରିଖ ପର୍ୟ୍ୟନ୍ତ ଚାଲିବ।

  • Related Posts

    ଅମିତ ଓ ଶିଳାନନ୍ଦଙ୍କ ସହ କଥା ହୋଇ ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ

    ୨୦୨୬ ଏସିଆନ୍ସ ଗେମ୍ସରେ ଭାରତୀୟ ହକି ଦଳର ସ୍ୱର୍ଣ୍ଣପଦକ ଆପଣ ଉଭୟ ରାଜ୍ୟ ଓ ଦେଶ ପାଇଁ ଗର୍ବ ଓ ଗୌରବ ଅମିତଙ୍କ ଡିଫେନ୍ସିଭ୍ ଷ୍ଟାଇଲ୍ ଓ ଶିଳାନନ୍ଦଙ୍କ ଆଟାକିଙ୍ଗ୍‌ ଷ୍ଟାଇଲ୍‌ରେ ଗୋଲ୍‌ ଭାରତର ବିଜୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି…

    Continue reading
    ଖୁସିଖବର : ନଭେମ୍ବର ସୁଦ୍ଧା ସରିବ ଅଧ୍ୟାପକ ନିଯୁକ୍ତି  

    ଭୁବନେଶ୍ୱର, ଅକ୍ଟୋବର ୩: ରାଜ୍ୟର ସରକାରୀ ବିଶ୍ୱବିଦ୍ୟାଳୟଗୁଡ଼ିକରେ ଖାଲି ଥିବା ଶିକ୍ଷକ ପଦବୀ ପାଇଁ ନିଯୁକ୍ତି ପ୍ରକ୍ରିୟା ନଭେମ୍ବର ମାସର ପ୍ରଥମ ସପ୍ତାହ ସୁଦ୍ଧା ଆରମ୍ଭ କରି ମାସ ଶେଷ ସୁଦ୍ଧା ସମ୍ପୂର୍ଣ୍ଣ କରିବାକୁ କୁଳାଧିପତି ତଥା ଓଡ଼ିଶାର ମାନ୍ୟବର ରାଜ୍ୟପାଳ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ