ନାବାଳିକାଙ୍କ ଗର୍ଭପାତ ଆବେଦନ ମାମଲା, ଏମ୍ସ ମେଡିକାଲ ବୋର୍ଡର ରିପୋର୍ଟ ଦାଖଲ

କଟକ : ୩୧ ସପ୍ତାହର ଗର୍ଭଧାରଣ ସମୟରେ ଗର୍ଭପାତ କରାଇଲେ ନାବାଳିକାଙ୍କର ଜୀବନ ପ୍ରତି ବିପଦ ସୃଷ୍ଟି ହେବା ସହ ବିଭିନ୍ନ ଜଟିଳତା ହୋଇପାରେ ବୋଲି ଏମ୍ସ ଭୁବନେଶ୍ୱରର ମେଡିକାଲ ବୋର୍ଡ ହାଇକୋର୍ଟଙ୍କୁ ଜଣାଇଛନ୍ତି। ଏହି ସମ୍ପର୍କିତ ରିପୋର୍ଟ ବୁଧବାର ଓଡ଼ିଶା ହାଇକୋର୍ଟରେ ଦାଖଲ ହୋଇଛି। ମାମଲାର ଶୁଣାଣି କରି ଜଷ୍ଟିସ ବି.ପି. ରାଉତରାୟ ଆବେଦନକାରୀଙ୍କ ଓକିଲଙ୍କୁ ମେଡିକାଲ ରିପୋର୍ଟର କପି ଯୋଗାଇବାକୁ ନିର୍ଦେଶ ଦେବା ସହ ମାମଲାର ପରବର୍ତ୍ତୀ ଶୁଣାଣିକୁ ମେ ୭କୁ ଧାର୍ୟ୍ୟ କରିଛନ୍ତି। ହାଇକୋର୍ଟଙ୍କ ପୂର୍ବ ନିର୍ଦେଶ ଅନୁଯାୟୀ ଏମ୍ସ ଭୁବନେଶ୍ୱରର ୯ ଜଣ ବିଶେଷଜ୍ଞ ଡାକ୍ତରଙ୍କୁ ନେଇ ଗଠିତ ମେଡିକାଲ ବୋର୍ଡ ନାବାଳିକାଙ୍କୁ ପରୀକ୍ଷା କରିଥିଲା। ବୋର୍ଡର ରିପୋର୍ଟରେ କୁହାଯାଇଛି ଯେ, ନାବାଳିକା ୩୧ ସପ୍ତାହର ଗର୍ଭବତୀ ଅଛନ୍ତି। ଏପରି ସ୍ଥିତିରେ ଗର୍ଭପାତ କରାଇଲେ ଅତ୍ୟଧିକ ରକ୍ତସ୍ରାବ, ସଂକ୍ରମଣ, ସିଜେରିଆନ୍‌ ଆବଶ୍ୟକତା, ଆଇସିୟୁରେ ଭର୍ତ୍ତି, ରକ୍ତ ଦେବା ଆବଶ୍ୟକତା ଏବଂ ମାତୃମୃତ୍ୟୁର ଆଶଙ୍କା ରହିଛି। ସୁରକ୍ଷିତ ପରିଣାମ ପାଇଁ ଗର୍ଭଧାରଣକୁ ୪୦ ସପ୍ତାହ ପର୍ୟ୍ୟନ୍ତ ଜାରି ରଖିବା ସହ ଠିକ୍ ଆଣ୍ଟିନେଟାଲ କେୟାର କରାଯିବା ଉଚିତ ବୋଲି ମେଡିକାଲ ବୋର୍ଡ ସୁପାରିସ କରିଛି। ଆବେଦନକାରିଣୀଙ୍କ ପକ୍ଷରୁ ଆଇନଜୀବୀ ରମାକାନ୍ତ ଷଡ଼ଙ୍ଗୀ ମାମଲା ପରିଚାଳନା କରୁଛନ୍ତି।

  • Related Posts

    ବୋର୍ଡ ଅଫ୍ ରେଭିନ୍ୟୁର ନିର୍ମାଣଧୀନ ଛାତରୁ ଖସି ଶ୍ରମିକ ମୃତ

    କଟକ: ବୋର୍ଡ ଅଫ୍ ରେଭିନ୍ୟୁର ନିର୍ମାଣଧୀନ ବିଲ୍ଡିଙ୍ଗ ଲିଫ୍ଟ କାମ ଚାଲୁଥିବା ବେଳେ ଛାତ ଉପରୁ ଖସିପଡି ଶ୍ରମିକ ମୃତ। ଶ୍ରମିକ ଜଣକ କୌଣସି କାରଣବଶତଃ ଛାତ ଉପରୁ ଖସିପଡି ଗୁରୁତର ହୋଇଥିଲେ। ଗୁରୁତର ଅବସ୍ଥାରେ କଟକ ଏସସିବି ମେଡିକାଲରେ ତାଙ୍କୁ…

    Continue reading
    ବାଲିଅନ୍ତା ପରେ ବାଲିପାଟଣାରେ ବାଡେଇ ବାଡେଇ ମାରିଦେଲେ

    ଭୁବନେଶ୍ୱର: ବାଲିଅନ୍ତାରେ ଲୋକମାନ ଗତକାଲି ଜଣଙ୍କୁ ବାଡେଇ ବାଡେଇ ମାରି ଦେଇଥିଲେ, ଆଜି ବାଲିପାଟଣାରେ ଆଉଜଣଙ୍କୁ ବାଡେଇ ବାଡେଇ ମାରିଦେଲେ । ଭୁବନେଶ୍ବର ଉପକଣ୍ଠ ବାଲିଅନ୍ତା ଥାନା ଅଧୀନ ରାମଚନ୍ଦ୍ରପୁର ପୋଲ ନିକଟରେ ଘଟିଥିବା ବର୍ବର ହତ୍ୟାକାଣ୍ଡକୁ ନେଇ ରାଜ୍ୟବ୍ୟାପୀ ଚର୍ଚ୍ଚା…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ