‘ନାରୀ ନିର୍ୟ୍ୟାତନା ପ୍ରସଙ୍ଗରେ କଂଗ୍ରେସ ସାଲିସ କରିବା ପ୍ରଶ୍ନ ଉଠୁନାହିଁ’

ଭୁବନେଶ୍ୱର: ବାଲେଶ୍ୱର ସୌମ୍ୟାଶ୍ରୀ ଆତ୍ମାହୁତି, ନିମାପଡ଼ା ପୋଡ଼ି ଘଟଣା ତଥା ରାଜ୍ୟରେ ବୃଦ୍ଧି ପାଉଥିବା ନାରୀ ନିର୍ୟାତନା ଏବଂ ସରକାରଙ୍କ ନିରବତା ବିରୋଧରେ ପୁନଶ୍ଚ ଆଜି କଂଗ୍ରେସ ଭବନରେ ପ୍ରଦେଶ କଂଗ୍ରେସ କମିଟି ସଭାପତି ଭକ୍ତ ଚରଣ ଦାସ ସରକାରଙ୍କୁ କଡା ସମାଲୋଚନା କରିଛନ୍ତି । ଶ୍ରୀ ଦାସ ଆସନ୍ତା ୨୪ ତାରିଖ ସୌମ୍ୟାଶ୍ରୀଙ୍କ ଏକାଦଶାହକୁ ସମସ୍ତ ଓଡ଼ିଶାବାସୀ ଶ୍ରଦ୍ଧାଞ୍ଜଳି ଦିବସ ରୂପେ ପାଳନ କରିବା ସହ ନିମାପଡ଼ା ଛାତ୍ରୀ ପୋଡ଼ି ଘଟଣାରେ ଚିକିତ୍ସିତ ହେଉଥିବା ଛାତ୍ରୀଙ୍କ ଆଶୁଆରୋଗ୍ୟ କାମନା କରିବାପାଇଁ ନିବେଦନ କରିଛନ୍ତି । ସେହିପରି ରାଜ୍ୟରେ ବିଭିନ୍ନ ବିଶ୍ୱ ବିଦ୍ୟାଳୟ କଲେଜରେ ୧ ମିନିଟ୍ ନିରବ ପ୍ରାର୍ଥନା କରିବା ସହ ଗୋଟିଏ ଦିନ ପାଇଁ ଶିକ୍ଷାନୁଷ୍ଠାନ ବନ୍ଦ କରିବାକୁ ସେ ଅନୁରୋଧ କରିଛନ୍ତି । ମୂଲ୍ୟ ଯାହା ଦେବାକୁ ପଡ଼ୁ ପଛେ ରାଜ୍ୟରେ ଯେ ପର୍ୟ୍ୟନ୍ତ ନାରୀ ନିର୍ୟ୍ୟାତନା ବନ୍ଦ ହେବ ନାହିଁ ଏବଂ ନାରୀ ଉଚିତ ନ୍ୟାୟ ପାଇବ ନାହିଁ ସେ ପର୍ୟ୍ୟନ୍ତ ସଂଗ୍ରାମ ଆନ୍ଦୋଳନ ଜାରି ରଖିବ ବୋଲି ଆମେ ସଂକଳ୍ପ ନେଇଛୁ । ବାଲେଶ୍ୱର ପୀଡ଼ିତା, ମୁଖ୍ୟମନ୍ତ୍ରୀ, ରାଜ୍ୟ ଶିକ୍ଷାମନ୍ତ୍ରୀ, କେନ୍ଦ୍ର ଶିକ୍ଷାମନ୍ତ୍ରୀ, ସାଂସଦ, ବିଧାୟକ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଆଦି ସମସ୍ତଙ୍କୁ ନିବେଦନ କରିବା ସତ୍ୱେ ସାହାଯ୍ୟ କରିବା ଦୂରେ ଥାଉ, କେହିବି କର୍ଣ୍ଣପାତ କରିନଥିଲେ । ଏପରିକି ସୌମ୍ୟାଶ୍ରୀ ଏକ ଭିଡିଓରେ ତାର ଦୁଃଖ ଜଣାଇଥିଲା ତଥାପି ସରକାର ଏବଂ ପ୍ରଶାସନ ଆଖି ବୁଜିଦେଇଥିଲେ । ସେଥିପାଇଁ ଛାତ୍ରୀଜଣଙ୍କ ନିଜ ଜୀବନ ହରାଇଦେଲେ । ପୁଲିସ କାହିଁକି ଏଫଆଇଆର ଗ୍ରହଣ କଲା ନାହିଁ ବୋଲି ମୁଖ୍ୟମନ୍ତ୍ରୀଙ୍କୁ ଯବାବ ଦେବାକୁ ପଡ଼ିବ ଏବଂ ଏହି ପ୍ରଶ୍ନ ଯୁଗ ଯୁଗ ପର୍ୟ୍ୟନ୍ତ ରହିବ ବୋଲି ଶ୍ରୀ ଦାସ କହିଥିଲେ । ଓଡ଼ିଶାବାସୀ ଏଭଳି ଭୁଲକୁ କେବେ ବି ଭୁଲ କରିବେ ନାହିଁ । କଂଗ୍ରେସ ଜୁଡ଼ିସିଆଲ କମିଟି ଦ୍ୱାରା ଅନୁସନ୍ଧାନ କରିବାପାଇଁ ଦାବି କରିଥିଲା କିନ୍ତୁ ସରକାର କ୍ର୍ରାଛମବ୍ରାଞ୍ଚ ତଦନ୍ତ କରୁଛି । ଏହି ତଦନ୍ତର ମୁଖିଆ ଭାବେ ଏଭଳି ଜଣେ ଅଫିସରଙ୍କୁ ଦିଆଯାଇଛି, ଯାହାଙ୍କ ବିରୁଦ୍ଧରେ ନିର୍ୟାତନାର ବିରାଟ ଇତିହାସ ରହିଛି । ଯାହା ଆସନ୍ତା ଦିନରେ ପ୍ରକାଶ କରାଯିବ । ଏଥିସହିତ ସରକାରଙ୍କୁ ତାତ୍ସଲ୍ୟ କରି କହିଲେ ଯେ ଆଜି ଯଦି ସେମାନେ କଂଗ୍ରେସ ଦଳକୁ ଦୁର୍ବଳ ବୋଲି ଚିନ୍ତା କରୁଛନ୍ତି ତେବେ ଏହା ମସ୍ତବଡ଼ ଭୁଲ ହେବ ଏବଂ କଂଗ୍ରେସ ବିରୁଦ୍ଧରେ ଷଡ଼ଯନ୍ତ୍ରର ହୀନ ପ୍ରୟାସ କଲେ ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ, ମନ୍ତ୍ରୀ, ଇତ୍ୟାଦି ସମସ୍ତଙ୍କ କଥା ବାହାରିବ ଏବଂ ସେଥିପାଇଁ ସରକାର ପ୍ରସ୍ତୁତ ରହିବା କଥା ।ଶ୍ରୀ ଦାସ ସାମ୍ବାଦିକ ମାନଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇ କହିଥିଲେ ଯେ, ନାରୀ ସମ୍ମାନ ହେଉଛି ସାମାଜିକ ନ୍ୟାୟ ଏବଂ ଆମର ଲଢ଼େଇ ନାରୀ ନ୍ୟାୟ ପାଇଁ । ସରକାର ଆଜି ପର୍ୟ୍ୟନ୍ତ ରାଜ୍ୟ ମହିଳା କମିଶନର ନିଯୁକ୍ତି କରିପାରି ନାହାନ୍ତି । ଯଦି ନିଜ ଦଳର ଏବିଭିପି ଛାତ୍ରୀଙ୍କୁ ନ୍ୟାୟ ଦେବାରେ ସରକାରଙ୍କ ପକ୍ଷରେ ସମ୍ଭବ ହେଲା ନାହିଁ ତେବେ ଏହି ସରକାର କ୍ଷମତାରେ ରହିବା କୌଣସି ଅଧିକାର ନାହିଁ ବୋଲି ସେ କହିଥିଲେ । ଏବିଭିପି ନିଜ ଛାତ୍ରୀନେତ୍ରୀଙ୍କୁ ସୁରକ୍ଷା ଦେଇ ପାରିଲା ନାହିଁ । କିନ୍ତୁ ଆମ ଦଳ ଛାତ୍ର ସଭାପତି ଗିରଫ ହେବାର ସାଙ୍ଗେ ସାଙ୍ଗେ ନିଲମ୍ବନ କଲା । ନାରୀ ପ୍ରତି ଅନ୍ୟାୟ କ୍ଷେତ୍ରରେ କୌଣସି ପ୍ରକାର ସାଲିସ କରାଯିବ ନାହିଁ ବୋଲି ଘୋଷଣା କରିବା ସହିତ ପ୍ରଦେଶ କଂଗ୍ରେସ ପକ୍ଷରୁ ମହିଳା ଉପସଭାପତି ସସ୍ମିତା ବେହେରାଙ୍କ ନେତୃତ୍ୱରେ ଏକ ୬ ଜଣିଆ କମିଟି ଗଠନ କରି ତୁରନ୍ତ ପୀଡ଼ିତାଙ୍କୁ ଭେଟି ସତ୍ୟାସତ୍ୟ ଜାଣିବା ପାଇଁ ପଠାଇଛି । ଆମେ ନାରୀ ନ୍ୟାୟ କ୍ଷେତ୍ରରେ ସାଲିସ କରିନାହୁଁ କିମ୍ବା କରିବୁ ନାହୁଁ । ନାରୀ ନ୍ୟାୟ ପାଇଁ ଆମ ସଂଗ୍ରାମ ଆଗ ଅପେକ୍ଷା ଅଧିକା ଜୋରଦାର ହେବ ବୋଲି ଦୃଢ଼ତାର ସହିତ ଶ୍ରୀଯୁକ୍ତ ଦାସ ପ୍ରକାଶ କରିଛନ୍ତି । ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା, ପୂର୍ବତନ ପିସିସି ସଭାପତି ଶ୍ରୀ ଜୟଦେବ ଜେନା, ପ୍ରସାଦ ହରିଚନ୍ଦନ, ପିସିସି ଉପସଭାପତି ତାରାପ୍ରସାଦ ବାହିନୀପତି, ରମେଶ ଜେନା, ଲଲାଟେନ୍ଦୁ ମହାପାତ୍ର, ରାଜ୍ୟ ମହିଳା କଂଗ୍ରେସ ସଭାନେତ୍ରୀ ମିନାକ୍ଷୀ ବାହିନୀପତି, ବରିଷ୍ଠ କଂଗ୍ରେସ ନେତା ଅନନ୍ତ ସେଠୀ, ଜଗନ୍ନାଥ ପଟ୍ଟନାୟକ,ଶିବାନନ୍ଦ ରାୟ,ମିଡିଆ ସେଲ ର ଅଧ୍ୟକ୍ଷ ଅରବିନ୍ଦ ଦାସ, ପିସିସି ମୁଖପାତ୍ର ରଜନୀ ମହାନ୍ତି, ନିଶିକାନ୍ତ ମିଶ୍ର, ଲଲାଟେନ୍ଦୁ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

  • Related Posts

    ବନ୍ଦ ହେଲା ବିଧାନସଭା: ବର୍ଷିଲା ବିଜେଡି

    ଭୁବନେଶ୍ବର: ରାତି ଆଧରେ ଆକସ୍ମିକ ବନ୍ଦ ହେଲା ବିଧାନସଭା । ଶେଷ କାର୍ୟ୍ୟ ଦିବସ ପୂର୍ବରୁ ଗୃହ କାର୍ୟ୍ୟ ବନ୍ଦ । ବିଧାନସଭାକୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି । ଏଭଳି ହଠାତ୍ ବନ୍ଦ ନେଇ ରାଜ୍ୟ…

    Continue reading
    କ୍ଷମା ମାଗିଲେ ନିଶିକାନ୍ତ ଦୁବେ: କ’ଣ କହିଲେ ଜାଣନ୍ତୁ

    ନୂଆଦିଲ୍ଲୀ : ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତି ଅପମାନଜନକ ମନ୍ତବ୍ୟ ପ୍ରସଙ୍ଗକୁ ନେଇ ଆଜି କ୍ଷମା ମାଗିଛନ୍ତି ନିଶିକାନ୍ତ ଦୁବେ। ସୋସିଆଲ ମିଡିଆରେ ପୋଷ୍ଟ କରି ସେ କ୍ଷମା ପ୍ରାର୍ଥନା କରିଛନ୍ତି। ଏବଂ କହିଛନ୍ତି ବିଜୁ ବାବୁଙ୍କୁ ନେଇ ଦେଇଥିବା ବୟାନ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ