
ଆସିକା: ଶେଷରେ ଜୀବନ ହାରିଲେ କିରୋସିନି ଢାଳି ନିଆଁରେ ଗୁରୁତର ଯୁକ୍ତ ୩ ଛାତ୍ରୀ । ବ୍ରହ୍ମପୁର ଏମକେସିଜି ମେଡିକାଲ୍ ରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି ଗଞ୍ଜାମ ଜିଲ୍ଲା ଆସିକା ଭେଟନଇ ଗାଁର ଛାତ୍ରୀଙ୍କର । ଗତ ୨୮ ତାରିଖରେ ଦେହରେ ନିଆଁ ଲଗାଇ ଦେଇଥିଲେ ଯୁକ୍ତ ୩ ଛାତ୍ରୀ।
ଛାତ୍ରୀଙ୍କ ବେକ ଓ ମୁହଁ ଜଳିଯାଇଥିଲା । ଶରୀରର ୬୦%ରୁ ଅଧିକ ପୋଡ଼ି ଯାଇଥିଲା। ପ୍ରଥମେ ତାଙ୍କୁ ଆସିକା ଓ ପରେ ବ୍ରହ୍ମପୁର ମେଡିକାଲ୍ କୁ ସ୍ଥାନାନ୍ତର କରାଯାଇଥିଲା । ପ୍ରେମ ସଂପର୍କକୁ ନେଇ କିରୋସିନି ଢାଳି ଦେହରେ ନିଆଁ ଲଗାଇଥିବା ଅନୁମାନ କରାଯାଇଥିଲା।




