
ଦେବଗଡ଼:ସ୍ଥାନୀୟ ଗୋପାଳଜୀଉ ମନ୍ଦିରରେ ଆଜି ନିଖିଳ ଉତ୍କଳ ବାରିକ ସମିତିର ବୈଠକ ଓ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଲୋକନାଥ ବେହେରା ମୁଖ୍ୟଅତିଥି,ସଡାନନ ବସନ୍ତରା,ମଦନ ବେହେରା,ସତ୍ୟନାରାୟଣ ବେହେରା,ପ୍ରହଲ୍ଲାଦ ବେହେରା ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ନିଜର ବକ୍ତବ୍ୟ ରଖିଥିଲେ।ବୈଠକରେ ସମିତିର ସଭାପତି ସନ୍ତୋଷ ବେହେରା,ସଂପାଦକ ଆନନ୍ଦ ବେହେରା,କୋଷାଧ୍ୟକ୍ଷ ଶ୍ୟାମ ସୁନ୍ଦର ବେହେରା ଉପସ୍ଥିତ ଥିଲେ। ଏହି ଅବସରରେ କ୍ରୀଡା କ୍ଷେତ୍ରରେ ନିଶା ବାରିକ ,+୨ ପରୀକ୍ଷାରେ ସର୍ବାଧିକ ନମ୍ବର ରଖିଥିବା ଅନୁପମା ବେହେରାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। କାର୍ଯ୍ୟକ୍ରମ ପରିଚାଳନାରେ ସମିତିର ସମସ୍ତ ସଦସ୍ୟ ସହଯୋଗ କରିଥିଲେ।


