ନିରନ୍ତର କର୍ତ୍ତବ୍ୟରତ ମୁଖ୍ୟମନ୍ତ୍ରୀ , ବିନା ଛୁଟିରେ ୧୩ମାସ

ଭୁବନେଶ୍ୱର : ଗତକାଲି ଥିଲା ରବିବାର। ସରକାରୀ ଛୁଟି ଦିବସ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦୁଇ ଦିନିଆ ଦିଲ୍ଲୀ ଗସ୍ତରୁ ପୂର୍ବାହ୍ନରେ ଫେରିଲେ। ଫେରିବା ପରେ ପ୍ରଥମେ AIIMS ଯାଇ, ବାଲେଶ୍ୱର ପୀଡିତାଙ୍କ ସ୍ୱାସ୍ଥ୍ୟବସ୍ଥା ବିଷୟରେ ଡାକ୍ତରଙ୍କ ସହ ଆଲୋଚନା କରିଥିଲେ । ତାଙ୍କ ପରିବାର ବର୍ଗଙ୍କୁ ଭେଟିଥିଲେ। ଅପରାହ୍ନରେ ଲୋକସେବା ଭବନକୁ ଆସି ସରକାରୀ କାର୍ୟ୍ୟ କରିବା ସହିତ, ବିଭିନ୍ନ ବିଭାଗର ସଚିବ ମାନଙ୍କୁ ଡାକି ବିଳମ୍ବିତ ସନ୍ଧ୍ୟା ପର୍ୟ୍ୟନ୍ତ ସମୀକ୍ଷା ଓ ଆଲୋଚନା କରିଥିଲେ।

ଛୁଟି ଦିନ ହୋଇଥିଲେ ମଧ୍ୟ ଏହା ଥିଲା ମୁଖ୍ୟମନ୍ତ୍ରୀଙ୍କ ନିତିଦିନିଆ କାର୍ୟ୍ୟକ୍ରମର ଏକ ଅଂଶ। ୨୦୨୪ ଜୁନ ୧୨ରୁ ଆଜି ୨୦୨୫ ଜୁଲାଇ ୧୩। ଏକ ବର୍ଷ, ଏକ ମାସ ଅତିବାହିତ ହେଲାଣି, ତଥାପି ମୁଖ୍ୟମନ୍ତ୍ରୀ ଓଡ଼ିଶାବାସୀଙ୍କ ସେବାରେ କେବେ କ୍ଳାନ୍ତି ଅନୁଭବ କରି ନାହାନ୍ତି। ବିଗତ ଏକ ବର୍ଷ ମଧ୍ୟରେ ଗୋଟିଏ ଦୁଇଟି ରବିବାର, ଅଥବା ଛୁଟି ଦିନ ଛାଡି ଦେଲେ, ପ୍ରାୟ ସମସ୍ତ ଛୁଟି ଦିନରେ ମୁଖ୍ୟମନ୍ତ୍ରୀଙ୍କ କାର୍ୟ୍ୟାଳୟ ଏହିପରି କର୍ମ ତତ୍ପର ଥାଏ। ବରିଷ୍ଠ ଅଧିକାରୀଙ୍କଠାରୁ ଆରମ୍ଭ କରି କର୍ମଚାରୀ ପର୍ୟ୍ୟନ୍ତ ସମସ୍ତେ ଚଳଚଂଚଳ ଥାଆନ୍ତି।

ଏହା ହେଉଛି ରାଜ୍ୟର ବିକାଶ ଓ ଓଡିଶାବାସୀଙ୍କ ସେବା ପାଇଁ ତାଙ୍କ ପ୍ରତିବଦ୍ଧତାର ନିଦର୍ଶନ। ସରକାର ହେଉଛନ୍ତି ଲୋକଙ୍କ ସରକାର । ମୁଖ୍ୟମନ୍ତ୍ରୀ ହେଉଛନ୍ତି ଲୋକଙ୍କ ମୁଖ୍ୟମନ୍ତ୍ରୀ, ସେଥିପାଇଁ ରାଜ୍ୟ ତଥା ରାଜ୍ୟବାସୀ ବିକାଶକୁ ମୁଖ୍ୟମନ୍ତ୍ରୀ ସର୍ବାଧିକ ପ୍ରାଧାନ୍ୟ ଦେଉଛନ୍ତି। ଲୋକଙ୍କ ସେବା ହେଉଛି ଜଣେ ଜନପ୍ରତିନିଧିର ପ୍ରଥମ କର୍ତ୍ତବ୍ୟ, ତାହା ପ୍ରମାଣିତ କରୁଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।

  • Related Posts

    ବଦଳିଲେ ମୁଖ୍ୟମନ୍ତ୍ରୀଙ୍କ ଯୁଗ୍ମ ସଚିବ

    ପ୍ରଶାସନିକ ସ୍ତରରେ ବଡ଼ ଅଦଳବଦଳ । ବଦଳିଲା ବରିଷ୍ଠ ଅଧିକାରୀଙ୍କ ଦାୟିତ୍ୱ । ମୁଖ୍ୟମନ୍ତ୍ରୀଙ୍କ ଯୁଗ୍ମ ସଚିବ ତ୍ରିଲୋଚନ ମହାନ୍ତିଙ୍କୁ ROTIର ଯୁଗ୍ମ ନିର୍ଦ୍ଦେଶକ ଭାବେ ଅବସ୍ଥାପିତ କରାଯାଇଛି । ସେହିପରି ଗୀତାଞ୍ଜଳି ନାୟକଙ୍କୁ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ବିଭାଗର…

    Continue reading
    ପାର୍ବଣ ପାଇଁ ସମ୍ପୂର୍ଣ୍ଣ ଗ୍ରାଉଣ୍ଡ ରେଣ୍ଟ ଛାଡ଼

    ଭୁବନେଶ୍ୱର: ଆଗାମୀ ପାର୍ବଣ ଋତୁକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ପୂଜା କମିଟିଗୁଡ଼ିକ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି। ଭୁବନେଶ୍ୱର ମହାନଗର ନିଗମ (BMC) ଅଞ୍ଚଳରେ ପୂଜା ମଣ୍ଡପ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ପାଇଁ ଦେବାକୁ ପଡ଼ୁଥିବା ଗ୍ରାଉଣ୍ଡ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ