ନିର୍ବାଚନ କମିସନ ପକ୍ଷପାତ କରୁଛନ୍ତି :ରାହୁଲ

ନୂଆଦିଲ୍ଲୀ: ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ନିକଟରେ ହୋଇଥିବା ନିର୍ବାଚନଗୁଡ଼ିକର ସ୍ବଚ୍ଛତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଏବଂ ନିର୍ବାଚନ କମିସନ (ଇସି) ପକ୍ଷପାତ କରୁଛନ୍ତି ବୋଲି ଅଭିଯୋଗ କରିଛନ୍ତି। ଇସିଙ୍କ ଉପରେ ତୀବ୍ର ଆକ୍ରମଣ କରି ରାହୁଲ ଅଭିଯୋଗ କରିଛନ୍ତି ଯେ ନିର୍ବାଚନୀ ସଂସ୍ଥା ଦେଶରେ ‘ନିର୍ବାଚନ ଚୋରି’ କରିବା ପାଇଁ ବିଜେପି ସହିତ ଏକାଠି କାମ କରୁଛନ୍ତି। ଏକ ସାମ୍ବାଦିକ ସମ୍ମିଳନୀ‌ରେ ରାହୁଲ ଗାନ୍ଧୀ ଅଭିଯୋଗ କରିଛନ୍ତି ଯେ ଭୋଟର ତାଲିକାରେ ନକଲି ଭୋଟରଙ୍କୁ ଯୋଡ଼ାଯାଉଛି। ରାହୁଲ ତାଙ୍କର ଏହି ମତକୁ ପ୍ରମାଣ କରିବାକୁ ଉଦ୍ୟମ କରି କର୍ଣ୍ଣାଟକର ଭୋଟର ତାଲିକା ଦେଖାଇଛନ୍ତି। ରାହୁଲ ଦାବି କରିଛନ୍ତି ଯେ ବେଙ୍ଗାଲୁରୁ କେନ୍ଦ୍ରୀୟ ଲୋକସଭା ଆସନର ମହାଦେବପୁରା ବିଧାନସଭା କ୍ଷେତ୍ରରେ ‘ଭୟଙ୍କର ଚୋରି’ (ବ୍ୟାପକ ପରିମାଣର ଭୋଟ ଚୋରି) ହୋଇଛି। ରାହୁଲ ଦାବି କରିଛନ୍ତି ମହାଦେବପୁରା ବିଧାନସଭା କ୍ଷେତ୍ରର ୬.୫ ଲକ୍ଷ ଭୋଟ ମଧ୍ୟରୁ ୧ ଲକ୍ଷରୁ ଅଧିକ ଭୋଟ ‌ଚୋରି ହୋଇଥିଲା। ମହାଦେବପୁରା ନିର୍ବାଚନମଣ୍ଡଳୀରେ ଏକ ଲକ୍ଷରୁ ଅଧିକ ନକଲି ଭୋଟର, ଅବୈଧ ଠିକଣା, ବହୁ ଭୋଟର ମିଳିଥିବା ‌ରାହୁଲ ଦାବି କରିଛନ୍ତି। ତେବେ ନିର୍ବାଚନ କମିସନ ଏଭଳି ଅଭିଯୋଗକୁ ପ୍ରତ୍ୟାଖ୍ୟାନ କରିବା ସହ ମିଥ୍ୟା ଓ ବିଭ୍ରାନ୍ତିକର ଅଭିଯୋଗରୁ ଦୂରେଇ ରହିବାକୁ କହିଛନ୍ତି।

  • Related Posts

    ମାସକର ଦରମା ଦାନ କଲେ ଧାମୀ

    ଡେରାଡୁନ: ବିପତ୍ତି ବେଳେ ବଡପଣ ଦେଖାଇଲେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ । ଉତ୍ତରକାଶୀରେ ହୋଇଥିବା ପ୍ରଳୟ ପରେ ରିଲିଫ ପାଇଁ ନିଜ ଦରମା ଦେଲେ ମୁଖ୍ୟମନ୍ତ୍ରୀ । ଧରାଲି ଏବଂ ହର୍ସିଲ ଅଞ୍ଚଳରେବିପର୍ୟ୍ୟୟ ପରିଚାଳନା ସହ ରିଲିଫ ସାମଗ୍ରୀ ଏବଂ ଉଦ୍ଧାର କାର୍ୟ୍ୟ…

    ରାହୁଲ ଗାନ୍ଧୀଙ୍କୁ ସମର୍ଥନ ଦେଲେ ଶଶି ଥରୁର

    ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ସହିତ ସ୍ୱର ମିଳାଇ ନିଜ ଦଳରୁ ସମାଲୋଚିତ ହୋଇଥିବା ଶଶି ଥରୁର ଏବେ ଦଳର ବରିଷ୍ଠ ନେତା ରାହୁଲ ଗାନ୍ଧୀଙ୍କୁ ସମର୍ଥନ ଦେଇଛନ୍ତି। ୨୦୨୪ ଲୋକସଭା ନିର୍ବାଚନରେ ଇଲେକ୍ସନ କମିଶନ ବିଜେପି ସହ ମିଶି ବଡ଼ ଧରଣର…

    Leave a Reply

    Your email address will not be published. Required fields are marked *

    You Missed

    ନାବାଳିକାକୁ ବିବାହ କରି ସସ୍‌ପେଣ୍ଡ ହେଲେ ଏସଆଇ

    ନାବାଳିକାକୁ ବିବାହ କରି ସସ୍‌ପେଣ୍ଡ ହେଲେ ଏସଆଇ

    ଦୌଡୁଥିବା ବେଳେ ହୋମ୍‌ଗାର୍ଡ ପରୀକ୍ଷାର୍ଥୀ ମୃତ

    ଦୌଡୁଥିବା ବେଳେ ହୋମ୍‌ଗାର୍ଡ ପରୀକ୍ଷାର୍ଥୀ ମୃତ

    କଟକ ଡିଜି ଅଫିସ ସମ୍ମୁଖରେ କଂଗ୍ରେସର ପ୍ରତିବାଦ

    କଟକ ଡିଜି ଅଫିସ ସମ୍ମୁଖରେ କଂଗ୍ରେସର ପ୍ରତିବାଦ

    ଆଦିବାସୀ ମହିଳାଙ୍କୁ ରାଷ୍ଟ୍ରପତି ଭବନରୁ ଆସିଛି ନିମନ୍ତ୍ରଣ

    ଆଦିବାସୀ ମହିଳାଙ୍କୁ ରାଷ୍ଟ୍ରପତି ଭବନରୁ ଆସିଛି ନିମନ୍ତ୍ରଣ

    ଅଗ୍ନିକାଣ୍ଡ, ଜଳିଗଲା ୩୦ ସ୍କୁଟି

    ଅଗ୍ନିକାଣ୍ଡ, ଜଳିଗଲା ୩୦ ସ୍କୁଟି

    ଏନଡିଏ ସମର୍ଥିତ ପ୍ରାର୍ଥୀଙ୍କୁ ସମର୍ଥନ ଦେବନି ବିଜେଡି: ମହେଶ ସାହୁ

    ଏନଡିଏ ସମର୍ଥିତ ପ୍ରାର୍ଥୀଙ୍କୁ ସମର୍ଥନ ଦେବନି ବିଜେଡି: ମହେଶ ସାହୁ