ନୂଆପଡା ଉପନିର୍ବାଚନ; ଅପରାହ୍ନ 3 ସୁଦ୍ଧା 65.56% ଭୋଟିଂ

ଭୁବନେଶ୍ୱର: ନୂଆପଡ଼ା ଉପନିର୍ବାଚନ ପାଇଁ ଜାରି ରହିଛି ଭୋଟିଂ । ଅପରାହ୍ନ 3ଟା ସୁଦ୍ଧା 65.56% ମତଦାନ ହୋଇଛି । ନିର୍ବାଚନ ଗୋପନୀୟତା ଉଲ୍ଲଙ୍ଘନ ପାଇଁ ନିଲମ୍ବିତ ହୋଇଛନ୍ତି 48 ନମ୍ଵର ବୁଥର ପ୍ରିଜାଇଡିଂ ଅଫିସର ସନ୍ଦୀପ ସ୍ଵାଇଁ । ବୁଥ ନମ୍ବର 11 ଓ ବୁଥ ନମ୍ବର 341ରେ ନିର୍ଦ୍ଦିଷ୍ଟ ଭାବେ ଆସିଥିବା ଅଭିଯୋଗକୁ ନେଇ ପଦକ୍ଷେପ ନିଆଯାଇଛି । ସେହିପରି ବୁଥ 250ରେ ଆସିଥିବା ଅଭିଯୋଗ ଗୁଜବ ବୋଲି ତର୍ଜମା କରି ଜାଣିଲୁ । ସେଠାରେ ଭୋଟିଂ ଏବେ ଠିକଠାକରେ ଚାଲିଛି । ଏହା କହିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆରଏସ୍ ଗୋପାଳନ ।ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆରଏସ୍ ଗୋପାଳନ କହିଛନ୍ତି, “ନୂଆପଡ଼ା ଉପନିର୍ବାଚନ ପାଇଁ ଜାରି ରହିଛି ମତଦାନ । ଅପରାହ୍ନ 3ଟା ସୁଦ୍ଧା ପ୍ରତିଶତ 65.56% ମତଦାନ ହୋଇଛି । ବୁଥ ନମ୍ବର 80ରେ ବାଲାଟ ୟୁନିଟ, କଣ୍ଟ୍ରୋଲ ୟୁନିଟ ଓ ଭିଭିପାଟରେ ତ୍ରୁଟି ଦେଖା ଦେଇଥିଲା । ତିନୋଟିକୁ ପରିବର୍ତ୍ତନ କରିଛୁ । ବୁଥ ନମ୍ବର 298ରେ ଭିଭିପାଟ ପରିବର୍ତ୍ତନ କରିଛୁ । ବୁଥ ନମ୍ବର 46ର ପ୍ରିଜାଇଡିଂ ଅଫିସର ସନ୍ଦୀପ ସ୍ଵାଇଁଙ୍କୁ ସସପେଣ୍ଡ କରାଯାଇଛି । ନିର୍ବାଚନ ଗୋପନୀୟତା ଉଲ୍ଲଙ୍ଘନ ପାଇଁ ସନ୍ଦୀପଙ୍କୁ ନିଲମ୍ବିତ କରାଯାଇଛି । ଏହା ମଧ୍ୟରେ ଦୁଇଟି ଅଭିଯୋଗ ଆମ ନିକଟରେ ହସ୍ତଗତ ହୋଇଛି । ବୁଥ ନମ୍ବର 11ରେ ଚିରକୁଟରେ ପାର୍ଟି ଚିହ୍ନ ଧରି ଦୁଇ ଜଣ ଅଜଣା ମହିଳା ବୁଥ ବାହାରେ ବସିଥିବା ଅଭିଯୋଗ ହୋଇଥିଲା । ସେମାନେ ସ୍କୁଲ ଭିତରେ ବସିଥିଲେ । କିନ୍ତୁ ବୁଥ ଭିତରକୁ ଯାଇନଥିଲେ । ତଦନ୍ତ ପରେ ସେମାନଙ୍କ ଠାରୁ ସମାଗ୍ରୀ ଜବତ କରାଯାଇଛି ।””ସେହିପରି ବୁଥ ନମ୍ବର 341ରେ ଭୋଟର ଜୟନ୍ତୀ ଛତ୍ରୀଆ ଅଭିଯୋଗ କରିଛନ୍ତି । ତାଙ୍କ ବଦଳରେ ଆଉ କେହି ଭୋଟ ଦେଇଛନ୍ତି ବୋଲି ସେ ଅଭିଯୋଗ କରିଥିଲେ । କିନ୍ତୁ ସେ ବୁଥ ଭିତରେ ପ୍ରିଜାଇଡିଂ ଅଫିସରଙ୍କୁ ଅଭିଯୋଗ କରିନାହାଁନ୍ତି । ସେମିତି ଅଭିଯୋଗ ଆସିଲେ ଟେଣ୍ଡର ଭୋଟିଂ ଦେବାର ବ୍ୟବସ୍ଥା ଅଛି । ବର୍ତ୍ତମାନ ସୁଦ୍ଧା ତାଙ୍କ ଅଭିଯୋଗ ବାବଦରେ ଯାଞ୍ଚ ହୋଇନାହିଁ ।

ବୁଥ ନମ୍ବର 250ରେ ଗୁଜବ ହୋଇଛି । ଗୋଟେ ବଟମ ଦବେଇଲେ ଆଉ ଗୋଟେ ଚିହ୍ନକୁ ଯାଉଛି ବୋଲି ଅଭିଯୋଗ ହୋଇଛି । ଏହାର ପ୍ରମାଣ ପାଇଁ ସେ ଗୋଟେ ଫଟୋ ପଠାଇଲେ । ମୋବାଇଲ ବାରଣ ସତ୍ତ୍ୱେ ସେ ବୁଥ୍ ଭିତରକୁ ନେଲେ । ବୁଥକୁ କେହି ମୋବାଇଲ ନେଇପାରିବେ ନାହିଁ । କିନ୍ତୁ ଆମକୁ ଅଭିଯୋଗ ନକରି ସେ ରେକର୍ଡିଂ କରିଛନ୍ତି । ସେ ସଙ୍ଗେ ସଙ୍ଗେ 49 Mରେ ସଙ୍ଗେ ସଙ୍ଗେ ଅଭିଯୋଗ କରିବା କଥା । ଏହା ପରେ ସମସ୍ତଙ୍କ ସମ୍ମୁଖରେ ଗୋଟେ ଟେଷ୍ଟ ଭୋଟ ହେବା କଥା । ଅଭିଯୋଗ ପରେ ପୋଲିସ ସଙ୍ଗେ ସଙ୍ଗେ ପହଁଚିଲା । ମୁଁ ମଧ୍ୟ ପୋଲିସ ସହିତ କଥା ହୋଇଛି । କିନ୍ତୁ ସେଠାରେ ଥିବା କୌଣସି ଭୋଟର ଟେଷ୍ଟ ଭୋଟ ପାଇଁ ଆବେଦନ କଲେନାହିଁ । ସେଠାରେ 3 ରାଜନୈତିକ ଦଳର ଏଜେଣ୍ଟ ଉପସ୍ଥିତ ଥିଲେ । ସେମାନେ ମଧ୍ୟ କୌଣସି ଅଭିଯୋଗ କଲେନାହିଁ । ଏହା ସମ୍ପୂର୍ଣ୍ଣ ଗୁଜବ ବୋଲି ଆମେ ତର୍ଜମା କରି ଜାଣିଲୁ । ସେଠାରେ ଭୋଟିଂ ଏବେ ଠିକଠାକରେ ଚାଲିଛି,” ବୋଲି କହିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆରଏସ୍ ଗୋପାଳନ । ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ସିଇଓ ସୁଶାନ୍ତ କୁମାର ମିଶ୍ର, ଡେପ୍ୟୁଟି ସିଇଓ ଡ. ଲକ୍ଷ୍ମୀ ପ୍ରସାଦ ସାହୁ ଓ ରାମଚନ୍ଦ୍ର କିସକୁ ଉପସ୍ଥିତ ଥିଲେ ।

  • Related Posts

    ଦୀର୍ଘ ଓ ଅଧିକ ଅର୍ଥପୂର୍ଣ୍ଣ ପଥ ବାଛିବାକୁ ‘ଜେନ୍‌ ଜି’ଙ୍କୁ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶ

    ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର ‘ଜେନ୍‌ ଜି’ଙ୍କୁ ଶକ୍ତିଶାଳୀ ବାର୍ତ୍ତା ଦେଇଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଭବିଷ୍ୟତରେ ଆମକୁ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ପରି ଲକ୍ଷ ଲକ୍ଷ ଯୁବକଙ୍କ ଆବଶ୍ୟକତା ଅଛି। ସେ ଯୁବପିଢ଼ିଙ୍କୁ ଆହ୍ୱାନ ଦେଇ କହିଛନ୍ତି…

    Continue reading
    ଅଣ୍ଟା ଭିଡ଼ିଛି ବିଜୁ ଜନତା ଦଳ: ଜିଲ୍ଲା ଗସ୍ତରେ ଯିବେ ନବୀନ

    ଭୁବନେଶ୍ବର: ଆଗାମୀ ପଞ୍ଚାୟତ ନିର୍ବାଚନକୁ ନେଇ ଏବେଠାରୁ ଅଣ୍ଟା ଭିଡ଼ିଛି ବିଜୁ ଜନତା ଦଳ । ୨୦୨୪ ସାଧାରଣ ନିର୍ବାଚନରେ ରାଜ୍ୟରେ କ୍ଷମତା ପରିବର୍ତ୍ତନ ହୋଇଥିବା ବେଳେ ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ବିଜେଡି ପାଇଁ ଅତ୍ୟନ୍ତ ଗୁରୁତ୍ୱ ବହନ କରୁଛି…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ