ନୂଆ ଲୋକ ଆସିଲେ ବିଜେଡି ଭାଗ ଭାଗ ହୋଇଯିବ: ଭୂପିନ୍ଦର

ଭୁବନେଶ୍ୱର: ବିଜେଡିର ପ୍ରତିଷ୍ଠା ଦିବସ ପୂର୍ବରୁ ବରିଷ୍ଠ ନେତା ଭୂପିନ୍ଦର ସିଂ ଗୁରୁବାର ଏକ ବଡ଼ ବୟାନ ଦେଇଛନ୍ତି । ସେ କହିଛନ୍ତି ଯେ ନୂଆ ବର୍ଷରେ କାହାକୁ ସଭାପତି ଦାୟିତ୍ୱ ଦିଆଯିବ ନାହିଁ । ଦଳର ସଭାପତି ସ୍ପଷ୍ଟ କରିସାରିଛନ୍ତି ଯେ ସେ ହିଁ ଦାୟିତ୍ୱରେ ରହିବେ । ଦଳର ସଭାପତି ସୁସ୍ଥ ଓ ସବଳ ଅଛନ୍ତି । କିଛି ନୂଆ ଲୋକ ଆସିଲେ ବିଜେଡି ଭାଗ ଭାଗ ହୋଇଯିବ । ଭବିଷ୍ୟତରେ ନବୀନଙ୍କୁ ଛାଡ଼ି ବିଜେଡି ରହିପାରିବ ନାହିଁ । ଯାହାଙ୍କୁ ଆଣିବାକୁ ପ୍ରୟାସ ହେଉଛି ତାଙ୍କ ପାଇଁ ଦଳର ବଡ଼ କ୍ଷତି ହୋଇଛି । ଦଳକୁ ସମସ୍ତେ ଆସିପାରିବେ । ଯିଏ ଆସିବେ ସେ ପ୍ରଥମେ କାମ କରିବେ । ୩ରୁ ୪ ଜଣଙ୍କୁ ନେଇ ଦଳର ପରିଚାଳନା ବନ୍ଦ ହେଉ । ଦଳ ଗୋଟିଏ ଟିମ ଭାବେ କାମ କରୁ । ୨୦୨୫ ବିଜେଡି ପାଇଁ ଭଲ ନଥିଲା ।ନୂଆପଡ଼ା ଉପନିର୍ବାଚନ ପରାଜୟକୁ ନେଇ ଆଲୋଚନା ହେବା ଉଚିତ । ଏପରିକି ପାଣ୍ଡିଆନଙ୍କ ନାମ ନନେଇ ଭୂପିନ୍ଦର କହିଛନ୍ତି ଯେ ସେ ଡାଉନ ନୁହେଁ କି ନଟଆଉଟ ନୁହେଁ । ସଭାପତି ନିଦେ୍ର୍ଧଶରେ ବୁଲିଲେ । ପରାଜୟ ସ୍ୱୀକାର କରି ସନ୍ନ୍ୟାସ ନେଲେ ।

ପ୍ରକାଶ ଯେ ପ୍ରତିଷ୍ଠା ଦିବସ ଯେତେ ପାଖଉଛି, ବିଜେଡିରେ ସୁଜାତା ଝଡ଼ ସେତେ ତେଜୁଛି। ଆଗରୁ ବିପକ୍ଷବାଦୀ ବାହାରିଥିଲେ ଆଜି ସାମ୍ନାକୁ ଆସିଛନ୍ତି ସପକ୍ଷବାଦୀ। ହେଲେ ନବୀନ ଏବେ ବି ନୀରବ। ସ୍ନେହାଙ୍ଗିନୀଙ୍କ ପରେ ସୁବାସ, ପ୍ରଦୀପ ଓ ପ୍ରମିଳାଙ୍କ ବୟାନକୁ ନେଇ ବଢିଲା ବିଜେଡିରେ ସୁଜାତାଙ୍କ ଏଣ୍ଟ୍ରି ଚର୍ଚ୍ଚା। ଗତକାଲି ବିଜେଡି ମହିଳା ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ ଶଙ୍ଖ ଭବନରେ କିଛି ମହିଳା ନେତ୍ରୀଙ୍କୁ ଧରି ବୈଠକ କରିଥିଲେ। ଆଉ ଗଣମାଧ୍ୟମକୁ କହିଥିଲେ, ନବୀନ ବାବୁ ଯାହା ନିଷ୍ପତ୍ତି ନେବେ ଆମେ ତାକୁ ସ୍ୱାଗତ କରିବୁ। ତାଙ୍କ ସ୍ୱରରେ ସ୍ୱର ମିଶାଇ କଟକ ମେୟର ସୁବାସ ସିଂ କହିଛନ୍ତି ଯଦି ନବୀନ ବାବୁ ନିଷ୍ପତ୍ତି ନିଅନ୍ତି ତେବେ ତାକୁ ସମସ୍ତେ ସ୍ୱାଗତ କରିବେ। ସେ ସବୁବେଳେ ସରକାରୀ ବ୍ୟବସ୍ଥାରେ ସହଯୋଗ କରିଥିଲେ ଏବେ ନବୀନ ବାବୁଙ୍କୁ ସହଯୋଗ କରୁଛନ୍ତି। ଯିଏ ନବୀନ ବାବୁଙ୍କୁ ସହଯୋଗ କରୁଛନ୍ତି ଆମେ ମାନିବା ଦଳକୁ ସହଯୋଗ କରୁଛନ୍ତି। ସେହିପରି ସମାନ ପ୍ରତିକ୍ରିୟା ରଖିଛନ୍ତି ବିଧାୟକ ପ୍ରଦୀପ ସାହୁ। ଆଉ ପାଦେ ଆଗକୁ ଯାଇ ବରିଷ୍ଠ ବିଧାୟିକା ପ୍ରମିଳା ମଲ୍ଲିକ କହିଛନ୍ତି ଯଦି ସୁଜାତା ମିଶନ୍ତି ତାହେଲେ ଦଳରେ କର୍ମୀ ହୋଇ କାମ କରିବେ। ଅନେକ ସମୟରେ ଅନେକ ଆଇଏଏସ୍ ଅଧିକାରୀ ରାଜନୀତିକୁ ଆସିଛନ୍ତି। ଯଦି ଲୋକସେବା କରିବାକୁ ସୁଜାତା ଚାହିଁବେ, ନବୀନଙ୍କ ନେତୃତ୍ୱରେ କାମ କରିବେ।
ଅନ୍ୟପଟେ ସୁଜାତାଙ୍କ ଏଣ୍ଟ୍ରି ବିରୋଧରେ ଅନେକ ନେତା ମୁହଁ ଖୋଲିବା ସହ ବାରମ୍ବାର ମେଳି କରି ସିଧା ବାର୍ତ୍ତା ବି ଦେଇଛନ୍ତି। ନିକଟରେ ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ କହିଥିଲେ ସୁଜାତା ଯଦି ଦଳକୁ ଆସନ୍ତି ତାହେଲେ ଏହା ରାଜନୈତିକ ଭୁଲ୍ ନିଷ୍ପତ୍ତି ହେବ। ଏହାସହ ପାଣ୍ଡିଆନଙ୍କ ଗ୍ରହଣୀୟତା ନଥିବାରୁ ଦଳର ବିପର୍ୟ୍ୟୟ ଘଟିଲା ବୋଲି ବି କହିଥିଲେ ଦେବାଶିଷ। ସେହିପରି ପୂର୍ବତନ ବିଧାୟକମାନେ ମଧ୍ୟ ମେଳି କରି ଦଳର ନେତୃତ୍ବ ନବୀନ ନିଅନ୍ତୁ ବୋଲି କହିଥିଲେ।ପ୍ରତିଷ୍ଠା ଦିବସ ପୂର୍ବରୁ ବିଜେଡିରେ ପୁଣି ଥରେ ଆରମ୍ଭ ହୋଇଥିବା ଆଣ୍ଟି-ପାଣ୍ଡିଆନ ଓ ପ୍ରୋ-ପାଣ୍ଡିଆନ ଲଢେଇ ସୁଜାତାଙ୍କ ଏଣ୍ଟ୍ରି ଚର୍ଚ୍ଚାକୁ କେଉଁ ମୋଡ଼ ଦେଉଛି ତା ଉପରେ ନଜର।

  • Related Posts

    ବିଜେପି ପ୍ରତିଷ୍ଠା ଦିବସ: ଶୁଭେଚ୍ଛା ଜଣାଇଲେ ଧର୍ମେନ୍ଦ୍ର

    ଭୁବନେଶ୍ବର: ବିଶ୍ବର ସର୍ବବୃହତ ରାଜନୈତିକ ଦଳ ବିଜେପିର ଆଜି ୪୬ ତମ ପ୍ରତିଷ୍ଠା ଦିବସ । ୪୫ ବର୍ଷ ତଳେ ଆଜିର ଦିନରେ ଅର୍ଥାତ ୬ ଏପ୍ରିଲ ୧୯୮୦ରେ ତିଆରି ହୋଇଥିଲା ଭାରତୀୟ ଜନତା ପାର୍ଟୀ। ବିଜେପିର ପ୍ରତିଷ୍ଠା ଦିବସରେ ସମସ୍ତ…

    Continue reading
    ବିଜେପିର ପ୍ରତିଷ୍ଠା ଦିବସ: ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଭୁବନେଶ୍ବର: ବିଶ୍ବର ସର୍ବବୃହତ ରାଜନୈତିକ ଦଳ ବିଜେପିର ଆଜି ୪୬ ତମ ପ୍ରତିଷ୍ଠା ଦିବସ । ୪୫ ବର୍ଷ ତଳେ ଆଜିର ଦିନରେ ଅର୍ଥାତ ୬ ଏପ୍ରିଲ ୧୯୮୦ରେ ତିଆରି ହୋଇଥିଲା ଭାରତୀୟ ଜନତା ପାର୍ଟୀ। ବିଜେପିର ପ୍ରତିଷ୍ଠା ଦିବସ ଅବସରରେ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ