flood in nepal odia couple ନେପାଳ ଜଳ ପ୍ରଳୟରେ ଓଡ଼ିଆ ଦମ୍ପତି ନିଖୋଜ

ନେପାଳରେ ବୁଧବାର ଆସିଥିବା ଭୟଙ୍କର ଫ୍ଲାସ୍ ଫ୍ଲଡ୍‌ (ଆକସ୍ମିକ ବନ୍ୟା)ରେ ନିଖୋଜ ହୋଇଯାଇଛନ୍ତି ୧୩୩ ଜଣ ଭାରତୀୟ ପର୍ଯ୍ୟଟକ। ସେମାନଙ୍କ ମଧ୍ୟରେ ଏକ ଓଡ଼ିଆ ଦମ୍ପତି ଥିବା ଜଣାପଡ଼ିଛି। ସେମାନେ ହେଉଛନ୍ତି ଖୋର୍ଦ୍ଧା ଜିଲ୍ଲାର ସନ୍ଦୀପ ମହାପାତ୍ର ଓ ତାଙ୍କ ପତ୍ନୀ ସିଦ୍ଧାର୍ଥୀ କୁମାରୀ ସାହୁ। ସେମାନଙ୍କ ସହ ଯୋଗାଯୋଗ ହୋଇପାରୁନଥିବାରୁ ପରିବାର ଲୋକେ ଚିନ୍ତିତ ଅଛନ୍ତି। ଏହି ଦମ୍ପତିଙ୍କ ସୁରକ୍ଷା ନେଇ ପରିବାର ଲୋକେ ଆଶା ରଖିଥିବା ବେଳେ ସେମାନଙ୍କୁ ଖୋଜିବା ପାଇଁ ପ୍ରଶାସନିକ ସ୍ତରରେ ପ୍ରୟାସ ଆରମ୍ଭ ହୋଇଛି। ଓଡ଼ିଶା ପରିବାର ନିର୍ଦ୍ଦେଶାଳୟର OSD ପ୍ରୀତିଶ ପଣ୍ଡାଙ୍କ ସୂଚନା ଅନୁଯାୟୀ, ହେଲ୍ପଲାଇନ୍ କୁ ଆସୁଥିବା ସୂଚନାକୁ ଆଧାର କରି ସମ୍ପୂର୍ଣ୍ଣ ତଥ୍ୟ ଯୋଗାଡ଼ କରାଯାଉଛି।
ଅନ୍ୟପକ୍ଷରେ ନେପାଳରେ ଥିବା ଓଡ଼ିଆଙ୍କ ସମ୍ପର୍କରେ ସୂଚନା ଦେବା ଏବଂ ନିଖୋଜଙ୍କ ସମ୍ପର୍କରେ ତଥ୍ୟ ପାଇବା ପାଇଁ ଓଡ଼ିଶା ସରକାର ପକ୍ଷରୁ ହେଲ୍‌ପ ଲାଇନ୍ ବ୍ୟବସ୍ଥା କରାଯାଇଛି। ନୂଆଦିଲ୍ଲୀସ୍ଥିତ ଓଡ଼ିଶା ନିବାସରେ ୨୪ ଘଣ୍ଟିଆ କଣ୍ଟ୍ରୋଲ୍ ରୁମ୍ ମଧ୍ୟ ଖୋଲାଯାଇଛି। ସହାୟତା ପାଇଁ ଜାରି ହୋଇଥିବା କଣ୍ଟ୍ରୋଲ୍ ରୁମ୍ ନମ୍ବରଗୁଡ଼ିକ ହେଉଛି ୦୧୧-୨୩୦୧୨୮୦୭, +୯୧-୭୪୨୮୧୩୫୦୪୪ ଏବଂ ୮୫୨୭୫୮୦୨୪୫। ଏହାସହିତ ଭାରତ ସରକାରଙ୍କ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ନେପାଳ ପାଇଁ ଜାରି ହୋଇଥିବା ହେଲପଲାଇନ୍ ନମ୍ବର +୯୭୭ ୯୮୫୧୩୧୬୮୦୭ ଏବଂ +୯୭୭ ୯୭୦୯୧୦୭୫୦୦ ମାଧ୍ୟମରେ ଯୋଗାଯୋଗ କରିବାକୁ ବି ପରାମର୍ଶ ଦିଆଯାଇଛି।

ନେପାଳରେ ଭୋଟେ କୋଶୀ ନଦୀରେ ଆସିଥିବା ଭୟଙ୍କର ଫ୍ଲାସ୍ ଫ୍ଲଡ୍‌ରେ ଛାରଖାର ହୋଇଯାଇଛି ରସୁୱା ସମେତ ନୁୱାକୋଟ ଓ ଧାଡିଙ୍ଗ ଜିଲ୍ଲା। ଏଯାଏ ୧୫୭ ଜଣଙ୍କ ମୃତଦେହ ମିଳିଥିବାବେଳେ, ତିବ୍ବତର ୩ ମୃତ୍ୟୁକୁ ମିଶାଇ ମୃତ୍ୟୁସଂଖ୍ୟା ୧୬୦ ଛୁଇଁଛି। ଶତାଧିକ ଲୋକଙ୍କର ଏବେ ବି ପତ୍ତା ମିଳୁନି।

  • Related Posts

    MV Ocean Winner ପାରାଦୀପ ଅଣାଯାଉଛି ୨ ଚାଇନିଜ୍ କ୍ରୁ ସଦସ୍ୟ

    ମଝି ସମୁଦ୍ରରେ ଜାହାଜ ସହିତ ଘଟିଲା କଣ? କାହିଁକି ବୁଡ଼ିଗଲା MV Ocean Winner? ଖୋଲିବ ଜାହାଜ ବୁଡ଼ି ଗୁମର। ବଙ୍ଗୋପସାଗରରେ MV Ocean Winner ବୁଡ଼ିବା ଘଟଣାରେ ଆସିଛି ବଡ଼ ଖବର। ଜାହାଜରୁ ଉଦ୍ଧାର ହୋଇଥିବା ୨ ଚାଇନିଜ୍ କ୍ରୁ…

    Continue reading
    cm mohan majhi ଆଜି ଗୋପାଳପୁର ଗସ୍ତରେ ମୁଖ୍ୟମନ୍ତ୍ରୀ

    ବ୍ରହ୍ମପୁର:ଗୁରୁବାର ଗୋପାଳପୁର ଗସ୍ତରେ ଆସୁଛନ୍ତି ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମୁଖ୍ୟମନ୍ତ୍ରୀଙ୍କ ଗୋପାଳପୁର ଗସ୍ତକୁ ସଫଳ, ସୁରକ୍ଷିତ ଓ ସୁବ୍ୟବସ୍ଥିତ କରିବା ନିମନ୍ତେ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହାକୁ ନେଇ ବ୍ୟାପକ ପ୍ରସ୍ତୁତି କରାଯାଇଛି । ମୁଖ୍ୟମନ୍ତ୍ରୀ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ