nepal flood ନେପାଳ ବନ୍ୟା : ୪ ଓଡ଼ିଆ ମୃତ

ଦିଗପହଣ୍ଡି: ନେପାଳର ତ୍ରିଶୂଳୀ ନଦୀରେ ଭୟଙ୍କର ବନ୍ୟା ବିଭୀଷିକାରେ ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ନିକଟ ସାରୁ ଗ୍ରାମର ମୂଳବାସିନ୍ଦା ମନ୍ମଥ ପାଢ଼ୀଙ୍କ ଝିଅ ସୁରଭି(୪୪) ଆନ୍ଧ୍ରର ଶ୍ରୀକାକୁଲମ ଜିଲା ପାର୍ବତୀପୁରମର ତାଙ୍କ ସ୍ବାମୀ ସନ୍ତୋଷ ସାହୁ(୪୬), ପୁଅ ସ୍ପନ୍ଦନ ସାହୁ(୧୮), ଝିଅ ସ୍ୟାନା କୁମାରୀ ସାହୁ(୧୩)ଙ୍କ ମୃତ୍ୟୁ ଘଟିଛି। ସେ ଦିଗପହଣ୍ଡି ବଡ଼ଦାଣ୍ଡ ସାହିର ଉପେନ୍ଦ୍ର ସାହୁଙ୍କ ଭାଣିଜୀ ସୁରଭିଙ୍କୁ ବିବାହ କରିଥିଲେ। ଦିଗପହଣ୍ଡିସ୍ଥିତ ମାମୁଘରେ ତାଙ୍କ ନିର୍ବନ୍ଧ ଭୋଜି ହୋଇଥିଲା। ବିଶାଖାପାଟଣାର ଏକ ହୋଟେଲରେ ତାଙ୍କ ବିବାହ ଉତ୍ସବ କରାଯାଇଥିଲା। ସେମାନେ ଲଣ୍ଡନର ସ୍ଥାୟୀ ବାସିନ୍ଦା ଅଟନ୍ତି। ସନ୍ତୋଷ ଲଣ୍ଡନରେ ଏକ ଆଇଟି କମ୍ପାନୀର ମାଲିକ ଅଟନ୍ତି। ପୁଅ ସ୍ପନ୍ଦନ ଲଣ୍ଡନର ଗୁଇଲଡ଼ଫୋର୍ଡସ୍ଥିତ ରୟାଲ ଗ୍ରାମର ସ୍କୁଲର ମନସ୍ତତ୍ତ୍ୱ, ରାଜନୀତି ବିଜ୍ଞାନ ଓ ଅର୍ଥନୀତି ବିଭାଗର ଏ – ଲେଭଲ କୋର୍ସରେ ଅଧ୍ୟୟନ କରୁଥିଲେ। ସେ ବିଶ୍ୱବିଦ୍ୟାଳୟର ହକି ଓ କ୍ରିକେଟ ଟିମ୍‌ର ସଦସ୍ୟ ଥିଲେ। ସନ୍ତୋଷ ପରିବାର ସହ ଗତ ୫ ତାରିଖରେ ଲଣ୍ଡନରୁ ମୁମ୍ବାଇସ୍ଥିତ ଶ୍ବଶୁର ଘରକୁ ଆସିଥିଲେ। ସେଠାରେ କିଛିଦିନ ରହିବା ପରେ ଗତ ୧୯ ତାରିଖରେ ରାମକୃଷ୍ଣ ଅଧିକାରୀଙ୍କ ମାଲିକାନାରେ ଚାଲିଥିବା ଏକ ଟ୍ରାଭେଲ ଏଜେନ୍ସି ଜରିଆରେ ପ୍ରାୟ ୩୩ ପର୍ୟ୍ୟଟକ ଟିମ୍‌ରେ ମାନସସରୋବର ବୁଲିବାକୁ ଯାଇଥିଲେ। ଗତ ବୁଧବାର ସକାଳ ପ୍ରାୟ ସାଢେ ୮ ଟାରେ ସେମାନେ ନେପାଳର ରୁସୁଓ୍ବାଗଢ଼ି ଠାରେ ଥିବା ହୋଟେଲ୍‌ରେ ଜଳଖିଆ ଖାଉଥିବା ବେଳେ ସନ୍ତୋଷ ତାଙ୍କ ପରିବାର ସଦସ୍ୟଙ୍କ ସହ ବନ୍ୟା ପାଣିରେ ଭାସି ଯାଇଥିବା ଜଣାପଡିଛି। ମନ୍ମଥ ଭାବା ଆଟୋମିକ୍‌ ରିସର୍ଚ୍ଚ ସେଣ୍ଟରରେ ଜଣେ ପଦସ୍ଥ ଅଧିକାରୀ ଭାବେ କାର୍ୟ୍ୟକରି ଅବସର ଗ୍ରହଣ କରିବା ପରେ ମୁମ୍ବାଇରେ ରହୁଥିଲେ। ପୁଅ ଜିତେନ୍ଦ୍ର ପାଢ଼ୀ ଓ ଝିଅ ସୁରଭିଙ୍କ ବାଲ୍ୟଜୀବନ ମୁମ୍ବାଇରେ କଟିଥିଲା। ସେଠାରେ ହିଁ ସୁରଭି ପାଠ ପଢୁଥିଲେ। ସୁରଭି ପାର୍ବତୀପରମର ଅବସରପ୍ରାପ୍ତ ରେଞ୍ଜର ସୁବାସ ସାହୁଙ୍କ ବଡ଼ପୁଅ ସନ୍ତୋଷଙ୍କୁ ବିବାହ କରିବା ପରେ ଲଣ୍ଡନରେ ରହୁଥିଲେ।

  • Related Posts

    HIRAKUD DAM ହୀରାକୁଦ:୮ଟି ସ୍ଲୁଇସ୍ ଗେଟ୍ ଦେଇ ଜଳ ନିଷ୍କାସନ ଜାରି

    ସମ୍ବଲପୁର: ହୀରାକୁଦ ଜଳଭଣ୍ଡାରର ଆଉ ୩ଟି ଗେଟ୍ ଖୋଲାଯାଇଛି। ଏବେ ମୋଟ ୮ଟି ସ୍ଲୁଇସ୍ ଗେଟ୍ ଦେଇ ଜଳ ନିଷ୍କାସନ ଜାରି ରହିଛି। ଜଳଭଣ୍ଡାରର ଜଳସ୍ତର ୬୨୫ ଫୁଟ୍‌ରେ ସ୍ଥିର ରହିଛି।ବର୍ତ୍ତମାନ ପ୍ରତି ସେକେଣ୍ଡରେ ହୀରାକୁଦ ଜଳଭଣ୍ଡାରକୁ ୧ ଲକ୍ଷ ୩୬…

    Continue reading
    BMC ଭୁବନେଶ୍ୱର ବିକାଶ ପାଇଁ BMCର ମାଷ୍ଟରପ୍ଲାନ୍

    ଭୁବନେଶ୍ୱର: ସ୍ୱାୟତ୍ତ ଶାସନ ଦିବସରେ BMCର ବଡ଼ ଘୋଷଣା। ଭୁବନେଶ୍ୱର ବିକାଶ ପାଇଁ BMCର ମାଷ୍ଟରପ୍ଲାନ୍। ସ୍ମାର୍ଟ ଓ ସ୍ୱଚ୍ଛ ଭୁବନେଶ୍ୱର ପାଇଁ ହୋଇଛି ବଡ଼ ଯୋଜନା। ଆଜି ସ୍ୱାୟତ୍ତ ଶାସନ ଦିବସରେ ଏଭଳି ଘୋଷଣା କରିଛନ୍ତି ମେୟର ସୁଲୋଚନା ଦାସ।…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ