ନୋଇଡାର ବିଭାନ ଶ୍ରୀବାସ୍ତବ କେବିସି ଜୁନିୟର୍‌ରେ ଜିତିଲେ ୨୫ ଲକ୍ଷ

ନୂଆଦିଲ୍ଲୀ,09/10: ସୋନି ଟିଭିରେ ପ୍ରସାରିତ ହେଉଥିବା ‘କୌନ୍‌ ବନେଗା କରୋଡପତି’ ବା କେବିସି ଜୁନିୟର୍‌ରେ ଭାଗ ନେଇ ୨୫ ଲକ୍ଷ ଟଙ୍କା ଜିତିଛନ୍ତି ନୋଇଡାର ବିଭାନ ଶ୍ରୀବାସ୍ତବ। ବିଭାନ ଭାଗ ନେଇଥିବା ଏପିସୋଡ୍‌ରେ ଅକ୍ଟୋବର ୮ ବଏଂ ୯ ତାରିଖରେ ପ୍ରସାରିତ ହୋଇଥିଲା। ସେ ନୋଇଡାର ଦିଲ୍ଲୀ ପବ୍ଲିକ୍ ସ୍କୁଲର ଷଷ୍ଠ ଶ୍ରେଣୀର ଛାତ୍ର। ତେବେ ସେ ବଡ଼ ହୋଇ ଜଣେ ଆଇଏଏସ୍ ଅଧିକାରୀ ହେବାକୁ ଚାହାନ୍ତି। ତାଙ୍କ ବାପା ଜଣେ ଇନଭେଷ୍ଟମେଣ୍ଟ ବ୍ୟାଙ୍କର ଏବଂ ତାଙ୍କ ମାଆ ଜଣେ ଗୃହିଣୀ।

ଷଷ୍ଠ ଶ୍ରେଣୀର ଏହି ଛାତ୍ର ଜଣକ ପ୍ରକାଶ କରିଛନ୍ତି ଯେ ସେ ଗତ ବର୍ଷଠାରୁ ଲୋକପ୍ରିୟ ସୋନି ଟିଭି ସୋ’ କେବିସି ଜୁନିଅରରେ ଅଂଶଗ୍ରହଣ କରିବାକୁ ସେ ପ୍ରସ୍ତୁତ ହେଉଥିଲେ। ତାଙ୍କୁ ଏହି ବର୍ଷ ଅଂଶଗ୍ରହଣ କରିବାର ସୁଯୋଗ ମିଳିଲା। ଯେତେବେଳେ ସେ ଦୁଇ ଲକ୍ଷ ଟଙ୍କାର ପ୍ରଶ୍ନରେ ପହଞ୍ଚିଥିଲେ, ସେତେବେଳକୁ ତାଙ୍କର ସମସ୍ତ ଲାଇଫ୍‌ଲାଇନନ୍‌ ସରି ଯାଇଥଇଲା। ଏହା ସତ୍ତ୍ୱେ, ସେ ତାଙ୍କର ବୁଦ୍ଧି ଦ୍ୱାରା ଅଂଶଗ୍ରହଣ ଜାରି ରଖିଥିଲେ। ଯେତେବେଳେ ସେ ୨୫ ଲକ୍ଷ ଟଙ୍କା ଜିତିଥିଲେ, ହୋଷ୍ଟ ଅମିତାଭ ବଚ୍ଚନ ତାଙ୍କୁ ପୃଥିବୀର ସବୁଠାରୁ ପୁରୁଣା ଖଣିଜ ପଦାର୍ଥ ବିଷୟରେ ଏକ ପ୍ରଶ୍ନ ପଚାରିଥିଲେ। ତାଙ୍କ ପାଖରେ ଉତ୍ତର ନଥିଲା। ଭୁଲ ଉତ୍ତର ଦେବା ପରିବର୍ତ୍ତେ, ସେ ସୋ’ ଛାଡିବାକୁ ବାଛିଥିଲେ। ଏହି ନିଷ୍ପତ୍ତି ପାଇଁ ହୋଷ୍ଟ ତାଙ୍କୁ ପ୍ରଶଂସା କରିଥିଲେ।

ବିଭାନଙ୍କୁ ୧୩ଟି ପ୍ରଶ୍ନ ପଚରାଯାଇଥିଲା, ଯାହାର ସେ ସବୁର ଉତ୍ତର ସଠିକ୍ ଭାବରେ ଦେଇଥିଲେ। ୧୪ତମ ପ୍ରଶ୍ନର ଉତ୍ତର ଜାଣି ନଥିବାରୁ ତାଙ୍କୁ ସୋ’ରୁ ବାହାରି ଯାଇଥିଲେ।ସୋନି ଟିଭିରେ ପ୍ରସାରିତ ହେଉଥିବା ‘କୌନ୍‌ ବନେଗା କରୋଡପତି’ ବା କେବିସି ଜୁନିୟର୍‌ରେ ଭାଗ ନେଇ ୨୫ ଲକ୍ଷ ଟଙ୍କା ଜିତିଛନ୍ତି ନୋଇଡାର ବିଭାନ ଶ୍ରୀବାସ୍ତବ। ବିଭାନ ଭାଗ ନେଇଥିବା ଏପିସୋଡ୍‌ରେ ଅକ୍ଟୋବର ୮ ବଏଂ ୯ ତାରିଖରେ ପ୍ରସାରିତ ହୋଇଥିଲା।

  • Related Posts

    ବିଶ୍ବ ପାରା ତୀରନ୍ଦାଜୀ ସିରିଜ୍‌,ବିଶ୍ବ ଚମ୍ପିଆନ୍‌ଙ୍କୁ ହରାଇ ପାୟଲଙ୍କୁ ସ୍ବର୍ଣ୍ଣ

    ବଲାଙ୍ଗିର: ବ୍ୟାଙ୍ଗକକ୍‌ରେ ଚାଲିଥିବା ବିଶ୍ବ ପାରା ତୀରନ୍ଦାଜୀ ସିରିଜ୍‌ରେ କ୍ରମାଗତ ୨ୟ ଦିନ​‌ରେ ଦେଶ ପାଇଁ ୨ୟ ସ୍ବର୍ଣ୍ଣ ପଦକ ଜିତିଛନ୍ତି ଓଡ଼ିଆ ଝିଅ ପାୟଲ ନାଗ। ଶନିବାର ଫାଇନାଲରେ ୧୮ ବର୍ଷ ବୟସ୍କା ପାୟଲ ମହିଳା କମ୍ପାଉଣ୍ଡ ବ୍ୟକ୍ତିଗତ ବର୍ଗରେ…

    Continue reading
    ୱାର୍ଲ୍ଡ ଆଥେଲେଟିକ୍ସ ଚମ୍ପିଅନସିପ ୨୦୨୮; ଆୟୋଜନ ପାଇଁ ପ୍ରସ୍ତୁତ ଓଡି଼ଶା, କାଉଣ୍ଟଡାଉନ ଆରମ୍ଭ

    ଭୁବନେଶ୍ବର: ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ଆୟୋଜନ ହେବ ୱାର୍ଲ୍ଡ ଆଥେଲେଟିକ୍ସ ଚମ୍ପିଅନସିପ ୨୦୨୮ । ଏହି ବିଶ୍ୱସ୍ତରୀୟ ପ୍ରତିଯୋଗିତା ଆୟୋଜନ ପାଇଁ ଓଡିଶା ପ୍ରସ୍ତୁତ ରହିଛି । ଅନ୍ତର୍ଜାତୀୟ ପ୍ରତିଯୋଗିତା ପାଇଁ କାଉଣ୍ଟଡାଉନ ଆରମ୍ଭ ହୋଇଯାଇଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ