ପଞ୍ଚାୟତକୁ ମିଳିବ ଦୁଇ ଗୁଣା ଅଧିକ ଅର୍ଥ

ଭୁବନେଶ୍ୱର: ଷଷ୍ଠ ରାଜ୍ୟ ଅର୍ଥ କମିଶନ (ଏସଏଫ୍‌ସି) ସୁପାରିସ ଅନୁସାରେ ପଞ୍ଚାୟତକୁ ଦୁଇ ଗୁଣା ଅଧିକ ଅର୍ଥ ମିଳିବ । ବ୍ଲକ୍ ଓ ଜିଲ୍ଲା ପରିଷଦକୁ ମଧ୍ୟ ଅଧିକ ପାଣ୍ଠି ଦେବାକୁ ଅର୍ଥ କମିଶନ ସୁପାରିସ କରିଛନ୍ତି । ଏହି ସୁପାରିସକୁ ଲାଗୁ କରି ପାଣ୍ଠି ଦେବାକୁ ପଞ୍ଚାୟତିରାଜ ବିଭାଗ ନିଷ୍ପତ୍ତି ନେଇଛି ।
ଆସନ୍ତା ୧୫ ତାରିଖ ସୁଦ୍ଧା ଗ୍ରାମପଞ୍ଚାୟତ ଡେଭଲପମେଣ୍ଟ ପ୍ଲାନ୍ (ଜିପିଡିପି) ଅପଲୋଡ କରିବାକୁ ପଞ୍ଚାୟତିରାଜ ବିଭାଗ ପକ୍ଷରୁ ସବୁ ପଞ୍ଚାୟତ/ବ୍ଲକ୍/ଜିଲ୍ଲା ପରିଷଦକୁ ନିର୍ଦ୍ଦେଶ ଦିଆଯାଇଥିଲା । ଜୁନ୍ ୧୯ ତାରିଖରୁ ଅପଲୋଡ୍ ପ୍ରକ୍ରିୟା ଆରମ୍ଭ ହେଲାଣି । କିନ୍ତୁ ଅଧିକାଂଶ ପଞ୍ଚାୟତ ଏବେ ସୁଦ୍ଧା ଜିପିଡିପି ଅପଲୋଡ୍ କରିନାହାନ୍ତି । ଜିପିଡିପି ଆଧାରରେ ପଞ୍ଚାୟତ ଓ ଗାଁରେ ବିକାଶମୂଳକ କାମର ନକ୍ସା ଅଙ୍କାଯାଏ । ୧୫ ତାରିଖ ସୁଦ୍ଧା ଜିପିଡିପି ଅପଲୋଡ୍ ନ ହେଲେ ପଞ୍ଚାୟତରେ ବିକାଶମୂଳକ କାମ ଠପ୍ ହୋଇଯିବ । ନିର୍ଦ୍ଧାରିତ ସମୟ ଭିତରେ ଏହାକୁ ଅପଲୋଡ୍ କରିବାକୁ ସବୁ ଜିଲ୍ଲାପାଳ, ଜିଲ୍ଲା ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ଓ ବିଡିଓଙ୍କୁ ଚିଠି ଲେଖିଛି ପଞ୍ଚାୟତିରାଜ ବିଭାଗ । ନଚେତ୍ କୌଣସି ପାଣ୍ଠି ମିଳିବନି ବୋଲି ଚେତାଇ ଦିଆଯାଇଛି ।
ରାଜ୍ୟର କେଉଁ ପଞ୍ଚାୟତ, ବ୍ଲକ୍ ଓ ଜିଲ୍ଲା ପରିଷଦକୁ କେତେ ପାଣ୍ଠି ମିଳିବ, ହିସାବ ଚୂଡ଼ାନ୍ତ କରିଛନ୍ତି ସରକାର । ଅଣ ଆଦିବାସୀ ଅଞ୍ଚଳରେ ଥିବା ପଞ୍ଚାୟତକୁ ପୂର୍ବରୁ ବାର୍ଷିକ ୭ରୁ ୮ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଏସଏଫ୍‌ସି ବା ରାଜ୍ୟ ସରକାରଙ୍କ ସୂତ୍ରରୁ ପାଣ୍ଠି ମିଳୁଥିଲା । କିନ୍ତୁ ଏହାକୁ ଦୁଇ ଗୁଣା ବଢ଼ାଇ ଦିଆଯାଇଛି । ୫ହଜାର ପର୍ଯ୍ୟନ୍ତ ଜନସଂଖ୍ୟା ରହୁଥିବା ପଞ୍ଚାୟତକୁ ବାର୍ଷିକ ୧୪ ଲକ୍ଷ ୩୯ ହଜାର ୮୨୧ ଟଙ୍କାର ଅନୁଦାନ ମିଳିବ । ୨୦୨୬-୨୭ରୁ ୨୦୩୦-୩୧ ଆର୍ଥିକ ବର୍ଷ ପର୍ଯ୍ୟନ୍ତ ବର୍ଷକୁ ଏହି ହିସାବରେ ପାଣ୍ଠି ଦିଆଯିବ । ଏବେ ୫ ହଜାର ପର୍ଯ୍ୟନ୍ତ ଜନସଂଖ୍ୟା ଥିବା ମୋଟ ୨୨୪୬ ପଞ୍ଚାୟତ ଅଛନ୍ତି । ଏହି ସବୁ ପଞ୍ଚାୟତକୁ ବର୍ଷକୁ ମୋଟ ୩୩୪ କୋଟି ୬୧ଲକ୍ଷ ୩୭ ହଜାର ଟଙ୍କାର ପାଣ୍ଠି ମିଳିବ ।

୫୦୦୧ରୁ ୭୫୦୦ ଜନସଂଖ୍ୟା ରହୁଥିବା ପଞ୍ଚାୟତକୁ ରାଜ୍ୟ ସରକାର ବାର୍ଷିକ ୧୭ ଲକ୍ଷ ୮୭ ହଜାର ଟଙ୍କାର ପାଣ୍ଠି ଦେବେ । ଏହି ବର୍ଗରେ ମୋଟ ୧୮୩୯ଟି ପଞ୍ଚାୟତ ଆସୁଛନ୍ତି । ରାଜ୍ୟ ସରକାର ଏ ସବୁ ପଞ୍ଚାୟତ ପାଇଁ ବର୍ଷକୁ ମୋଟ ୩୨୮ କୋଟି ୭୭ ଲକ୍ଷ ୩୬ ହଜାର ଟଙ୍କାର ପାଣ୍ଠି ଯୋଗାଇବେ । ୭୫୦୧ରୁ ୧୦ ହଜାର ଜନସଂଖ୍ୟା ବିଶିଷ୍ଟ ପଞ୍ଚାୟତକୁ ବାର୍ଷିକ ୧୯ ଲକ୍ଷ ୨୦ ହଜାର ୯୩୭ ଟଙ୍କାର ଅନୁଦାନ ମିଳିବ । ଏହି ବର୍ଗରେ ଆସୁଥିବା ୫୩୧ ପଞ୍ଚାୟତକୁ ବର୍ଷକୁ ମୋଟ ୧୦୨ କୋଟି ଟଙ୍କାର ପାଣ୍ଠି ଦିଆଯିବ । ୧୦ହଜାରରୁ ଅଧିକ ଜନସଂଖ୍ୟା ଥିବା ୫୦ଟି ପଞ୍ଚାୟତକୁ ୨୨ ଲକ୍ଷ ୩୪ ହଜାର ଟଙ୍କା ଲେଖାଏଁ ପାଣ୍ଠି ମିଳିବ । ଏ ବାବଦରେ ମୋଟ ୧୧ କୋଟି ୧୭ଲକ୍ଷ ଟଙ୍କାର ଅନୁଦାନ ଦିଆଯିବ । ଅଣ ଆଦିବାସୀ ଅଞ୍ଚଳରେ ଥିବା ମୋଟ ୪୬୬୬ ପଞ୍ଚାୟତକୁ ୭୭୬ କୋଟି ୫୬ଲକ୍ଷ ଟଙ୍କାର ଅନୁଦାନ ମିଳିବ ।

ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଥିବା ଟ୍ରାଇବାଲ ସବ୍ ପ୍ଲାନ୍ (ଟିଏସପି) ପଞ୍ଚାୟତ ପାଇଁ ମଧ୍ୟ ଅଧିକ ପାଣ୍ଠିର ବ୍ୟବସ୍ଥା ହୋଇଛି । ୫ହଜାର ଜନସଂଖ୍ୟା ବିଶିଷ୍ଟ ଟିଏସ୍‌ପି ପଞ୍ଚାୟତ ପାଇଁ ୧୯ ଲକ୍ଷ ୩୬ ହଜାର ଲେଖାଏଁ ପାଣ୍ଠି ମିଳିବ । ଏହି ବର୍ଗରେ ଆସୁଥିବା ମୋଟ ୧୧୨୭ ପଞ୍ଚାୟତକୁ ୨୧୮ କୋଟି ୨୭ ଲକ୍ଷ ଟଙ୍କାର ଅନୁଦାନ ରାଶି ମିଳିବ । ୫୦୦୧ରୁ ୭୫୦୦ ପଞ୍ଚାୟତ ବିଶିଷ୍ଟ ୭୧୭ଟି ଟିଏସ୍‌ପି ପଞ୍ଚାୟତକୁ ବର୍ଷକୁ ୨୩ଲକ୍ଷ ୨୪ ହଜାର ଲେଖାଏଁ ପାଣ୍ଠି ମିଳିବ । ଏ ବାବଦରେ ରାଜ୍ୟ ସରକାର ମୋଟ ୧୬୬ କୋଟି ୬୩ ଲକ୍ଷ ଟଙ୍କାର ଅନୁଦାନ ଯୋଗାଇବେ । ୭୫୦୧ରୁ ୧୦ହଜାର ଜନସଂଖ୍ୟା ବିଶିଷ୍ଟ ପଞ୍ଚାୟତକୁ ୨୪ ଲକ୍ଷ ୯୮ହଜାର ଓ ୧୦ହଜାର ଜନସଂଖ୍ୟାରୁ ଅଧିକ ପଞ୍ଚାୟତକୁ ୨୯ ଲକ୍ଷ ୫ହଜାର ଟଙ୍କା ଲେଖାଏଁ ପାଣ୍ଠି ମିଳିବ ।

ଆଂକାକ୍ଷୀ ବ୍ଲକ୍‌କୁ ବର୍ଷକୁ ୧୦ ଲକ୍ଷ ୬୩ ହଜାର ଲେଖାଏଁ ପାଣ୍ଠି ଦିଆଯିବ । ଅନ୍ୟ ସବୁ ବ୍ଲକ୍‌କୁ ବାର୍ଷିକ ୮ ଲକ୍ଷ ୮୫ ହଜାର ଟଙ୍କାର ପାଣ୍ଠି ମିଳିବ । ସେହିଭଳି ଜିଲ୍ଲା ପରିଷଦ ପାଇଁ ଏସଏଫ୍‌ସି ପାଣ୍ଠିରୁ ବାର୍ଷିକ ମୋଟ ୨୦୩ କୋଟି ଟଙ୍କା ମିଳିବ । ଏହି ପାଣ୍ଠି ମିଳିବା ପାଇଁ ଅନେକ କଡ଼ା ସର୍ତ୍ତ ରହିଛି । ପୂର୍ବରୁ ଚତୁର୍ଥ ଓ ପଞ୍ଚମ ରାଜ୍ୟ ଅର୍ଥ କମିଶନ ଅଧୀନରେ ପଞ୍ଚାୟତକୁ ମିଳିଥିବା ସବୁ ଟଙ୍କା ଖର୍ଚ୍ଚ କରିଥିଲେ ହିଁ ଚଳିତ ଆର୍ଥିକ ବର୍ଷ ପାଇଁ ନୂଆ ପାଣ୍ଠି ମିଳିବ ବୋଲି ପଞ୍ଚାୟତିରାଜ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ରଖାଯାଇଛି । ପୁଣି ଏସଏଫସି ପାଣ୍ଠିରୁ କୌଣସି ଧାର୍ମିକ କାମ, ମେଳା, ନୂଆ ଗାଡ଼ି କିଣି ପାରିବେନି । ଏହି ଅନୁଦାନରୁ କୌଣସି ପାରିଶ୍ରମିକ ବା ଦରମା ମଧ୍ୟ ଦେଇହେବନି ବୋଲି ବିଭାଗ ସ୍ପଷ୍ଟ କରିଛି । ଜଳବାୟୁ ସହନଶୀଳ ପାଇଁ ପ୍ରକଳ୍ପ ହାତକୁ ନେଇହେବ । ଗ୍ରୀନ ବିଲ୍ଡିଂ, ଅକ୍ଷୟ ଶକ୍ତି, ଜଳାଶୟର ପୁନରୁଦ୍ଧାର କାମ କରିହେବ ।

ସେପଟେ କିନ୍ତୁ ପଞ୍ଚାୟତକୁ ମିଳିବାକୁ ଥିବା କେନ୍ଦ୍ରୀୟ ପାଣ୍ଠିରେ ଓଡ଼ିଶା କ୍ଷତି ସହିବ । କେନ୍ଦ୍ରୀୟ ଷୋଡ଼ଶ ଅର୍ଥ କମିଶନଙ୍କ ନୂଆ ଫର୍ମୁଲା ଅନୁସାରେ ଗତବର୍ଷ ତୁଳନାରେ ଓଡ଼ିଶା ପ୍ରାୟ ୫୨୯ କୋଟି ଟଙ୍କା ହରାଇବାର ଆଶଙ୍କା ଅଛି ।

  • Related Posts

    ରାଜ୍ୟରେ ମହଜୁଦ ରହିଛି ୧ ଲକ୍ଷ ୩୭ ହଜାର ୨୦୨ ଟନ୍ ସାର

    ଭୁବନେଶ୍ୱର: ସାର କଳାବଜାରୀ ରୋକିବାକୁ ସରକାରଙ୍କ ବଡ଼ ପଦକ୍ଷେପ । ରାଜ୍ୟରେ ବର୍ତ୍ତମାନ ୧ ଲକ୍ଷ ୩୭ ହଜାର ୨୦୨ ଟନ୍ ସାର ମହଜୁଦ ରହିଛି । ମୋଟ୍ ମହଜୁଦରୁ ୨ ଲକ୍ଷ ୬ ହଜାର ୩୬୮ ଟନ୍ ସାର ପ୍ରାଥମିକ…

    Continue reading
    ନିଯୁକ୍ତି ମେଳା : ୧୩୨୬ ଜଣଙ୍କୁ ନିଯୁକ୍ତି ପତ୍ର ଦେଲେ ମୁଖ୍ୟମନ୍ତ୍ରୀ

    ଭୁବନେଶ୍ୱର: ରାଜ୍ୟର ଯୁବପିଢ଼ିଙ୍କୁ ରୋଜଗାର ସୁଯୋଗ ପ୍ରଦାନ ଓ ସରକାରୀ ସେବାରେ ନିଯୁକ୍ତିକୁ ଗୁରୁତ୍ୱ ଦେଇ ଭୁବନେଶ୍ୱରରେ ରାଜ୍ୟସ୍ତରୀୟ ନିଯୁକ୍ତି ମେଳା ଆୟୋଜିତ ହୋଇଛି। ଏହି ଅବସରରେ ୧୩୨୬ ଜଣ ନବନିଯୁକ୍ତ ପ୍ରାର୍ଥୀଙ୍କୁ ମୁଖ୍ୟମନ୍ତ୍ରୀ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି।ରାଜ୍ୟ ସରକାରଙ୍କ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ