ପରବର୍ତ୍ତୀ ପୁଲିସ ମହାନିର୍ଦ୍ଦେଶକ ରେସରେ ୩ ଆଇପିଏସ

ଭୁବନେଶ୍ବର: କିଏ ହେବେ ପରବର୍ତ୍ତୀ ପୁଲିସ ମହାନିର୍ଦ୍ଦେଶକ ? ଚର୍ଚ୍ଚାରେ ସୁଧାଂଶୁ ଷଡ଼ଙ୍ଗୀ, ସୁଶାନ୍ତ ନାଥ ଏବଂ ଆର.ପି କୋଚେ । ଆସନ୍ତା ଅଗଷ୍ଟ ୧୬ ତାରିଖରେ ଡିଜିପି ୱାଇ.ବି ଖୁରାନିଆଙ୍କ କାର୍ଯ୍ୟକାଳ ସରୁଥିବାରୁ ନୂଆ ଡିଜିପି ନେଇ ଆରମ୍ଭ ହୋଇଛି ଚୟନ ପ୍ରକ୍ରିୟା । ବରିଷ୍ଠତା ଦୃଷ୍ଟିରୁ ୧୯୯୦ରୁ ୧୯୯୩ ବ୍ୟାଚ୍ ମଧ୍ୟରେ ଓଡ଼ିଶା କ୍ୟାଡରର ୫ ଜଣ IPS ଅଧିକାରୀ ରହିଛନ୍ତି ।
ସେମାନେ ହେଲେ ୧୯୯୦ ବ୍ୟାଚ୍ ର ସୁଧାଂଶୁ ଷଡ଼ଙ୍ଗୀ, ୧୯୯୨ ବ୍ୟାଚ୍ ର ସ୍ଵପ୍ନା ତିୱାରୀ, ୧୯୯୩ ବ୍ୟାଚ୍ ର ୩ଜଣ ସୁଶାନ୍ତ ନାଥ, ବିନୟତୋଷ ମିଶ୍ର ଓ ଆର୍ ପି କୋଚେ । ଏମାନଙ୍କ ମଧ୍ୟରୁ ସ୍ବପ୍ନା ତିୱାରୀ ଏବେ କେନ୍ଦ୍ରୀୟ ଡେପୁଟେସନରେ ଅଛନ୍ତି । ସେ ଓଡ଼ିଶା ଫେରିବାର ସମ୍ଭାବନା କ୍ଷୀଣ । ୧୯୯୩ ବ୍ୟାଚ ର ବିନୟତୋଷ ମିଶ୍ର ନଭେମ୍ବର ୩ ତାରିଖରେ ଅବସର ନେବେ । ନିୟମ ଦୃଷ୍ଟିରୁ ଡିଜିଙ୍କ ଅବସର ସମୟ ଠାରୁ ପରବର୍ତ୍ତୀ ଡିଜିଙ୍କ ଅବସର ତାରିଖ ମଧ୍ୟରେ ଅତି କମରେ ୬ମାସ ସମୟ ରହିବା କଥା । ଏଣୁ ତାଙ୍କ ନାମ ବିଚାରକୁ ନିଆଯିବ ନାହିଁ । ନାମ ବରିଷ୍ଠତା ଦୃଷ୍ଟିରୁ ସୁଧାଂଶୁ ଷଡ଼ଙ୍ଗୀଙ୍କ ନାଁ ଆଗରେ ରହିଛି ତାଙ୍କ ପଛକୁ ରହିଛନ୍ତି ସୁଶାନ୍ତ ନାଥ ଓ ଆର୍. ପି କୋଚେ । ସୁଧାଂଶୁ ଷଡ଼ଙ୍ଗୀ ଏବେ ଅଗ୍ନିଶମ ବିଭାଗ, ହୋମଗାର୍ଡ ଓ ସିଭିଲ ଡିପେନ୍ସ ଡିଜି ଦାୟିତ୍ବରେ ଅଛନ୍ତି । ପୂର୍ବରୁ ସୁଧାଂଶୁ ଷଡ଼ଙ୍ଗୀଙ୍କର କଟକ-ଭୁବନେଶ୍ଵରର ପୁଲିସ କମିସନର୍ ଭାବେ ଆଇନଶୃଙ୍ଖଳା ଦାୟିତ୍ଵ ସୂଚାରୁ ରୂପେ ତୁଲାଇବାର ଅଭିଜ୍ଞତା ମଧ୍ୟ ରହିଛି । ତେଣୁ ତାଙ୍କୁ ଅଗ୍ରାଧିକାରୀ ଦିଆଯାଇପାରେ ।
ସେହିଭଳି ସୁଶାନ୍ତ ନାଥ ଏବେ ଜେଲ୍ ଡିଜି ଦାୟିତ୍ବରେ ରହିଛନ୍ତି । ପୂର୍ବରୁ କେନ୍ଦ୍ରୀୟ ଡେପୁଟେସନରେ ଗୁରୁତ୍ବପୂର୍ଣ୍ଣ ବିଭାଗ କାମ କରି ନିଜ କାର୍ଯ୍ୟଦକ୍ଷତା ଦେଖାଇଛନ୍ତି । ଆର.ପି. କୋଚେ ଏବେ ଓଡ଼ିଶା ଗୁଇନ୍ଦା ବିଭାଗର ନିର୍ଦ୍ଦେଶକ ଦାୟିତ୍ଵରେ ଅଛନ୍ତି । ପୂର୍ବରୁ ସେ ଆଇନଶୃଙ୍ଖଳା ଏଡିଜି ଭାବେ ନିଜ ଦକ୍ଷତା ଦେଖାଇଛନ୍ତି । ଡିଜିପି ଚୟନରେ କାର୍ଯ୍ୟଦକ୍ଷତା ଓ ବରିଷ୍ଠତା ଏକମାତ୍ର ଯୋଗ୍ୟତା । ଏମିତିରେ ଏବେ ସୁଧାଂଶୁ ଷଡ଼ଙ୍ଗୀ, ସୁଶାନ୍ତ ନାଥ ଏବଂ ଆର.ପି.କୋଚେ ଏହି ୩ ଅଧିକାରୀଙ୍କ NOC ପାଇଁ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଭିନ୍ନ ବିଭାଗକୁ ଫାଇଲ୍ ପଠାଯାଇଛି । ଡିଜି ଅବସର ନେବାର ୩ ମାସ ପୂର୍ବରୁ ଅର୍ଥାତ ମେ’ ୧୬ ତାରିଖ ପୂର୍ବରୁ ଏହି ନାମଗୁଡ଼ିକ UPSCକୁ ପଠାଯିବ । …

  • Related Posts

    ମାଟ୍ରିକ୍ ପରୀକ୍ଷାରେ ରାଜ୍ୟର ମୋଟ୍ ପାସ୍ ହାର ୯୫.୩୩ %

    ଭୁବନେଶ୍ବର, ୨ ମଇ ୨୦୨୬:ରାଜ୍ୟରେ ଚଳିତ ବର୍ଷ ୫ ଲକ୍ଷ ୩୬ ହଜାର ୩୦୬ ଜଣ ରେଗୁଲାର୍ ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷା ଦେଇଥିବା ବେଳେ ୫ ଲକ୍ଷ ୧୯ ହଜାର ୨୫୧ ଜଣ ପାସ୍ ହୋଇଛନ୍ତି । ଚଳିତଥର ପାସ୍‌ହାର ୯୫.୩୩…

    Continue reading
    ୩୦ରେ ହେବ ମହାନଦୀ ଜଳ ବିବାଦ ଶୁଣାଣି

    ଭୁବନେଶ୍ଵର: ମହାନଦୀ ଜଳ ବିବାଦ ମାମଲା ନେଇ ଟ୍ରିବ୍ୟୁନାଲ୍‌ରେ ଶୁଣାଣି ହୋଇଛି। ମୌସୁମୀ ଓ ଅଣମୌସୁମୀରେ କେତେ ଜଳ ପ୍ରବାହିତ ହେଉଛି । ସେନେଇ ଟ୍ରିବ୍ୟୁନାଲରେ ଅବଗତ କରାଗଲା । ଟ୍ରିବ୍ୟୁନାଲଙ୍କ ପୂର୍ବ ନିର୍ଦ୍ଦେଶ ଅନୁସାରେ ଉଭୟ ଓଡ଼ିଶା ଓ ଛତିଶଗଡ଼…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା