ନୂଆ ରୂପରେ ଆସିବ ମେଟ୍ରୋ : ମନ୍ତ୍ରୀ

ଭୁବନେଶ୍ୱର; ନୂଆ ରୂପରେ ଆସିବ ମେଟ୍ରୋ । ପୁରୀ, ଭୁବେନେଶ୍ୱର ଓ କଟକକୁ ନେଇ ଟ୍ରାଇ ସିଟିର ପରିକଳ୍ପନା ହୋଇଛି । ଆଗାମୀ ଦିନରେ ଭୁବେନେଶ୍ୱର, ପୁରୀ, କଟକ ଓ ପାରାଦ୍ୱୀପ ଇକୋନୋମିକାଲ ରିଜନ ହେବ । ଏଥିରେ ରାଜ୍ୟର ସବୁ ପ୍ରକାର ଇକୋନୋମିକ ଗ୍ରୋଥ ହେବ ବୋଲି ସୂଚନା ଦେଇଛନ୍ତି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର ।

ନଗର ଉନ୍ନୟନ ମନ୍ତ୍ରୀ ଆହୁରି କହିଛନ୍ତି, ” ଆମେ ମେଟ୍ରୋ ବିରୋଧରେ ନାହୁଁ, ମେଟ୍ରୋ କରିବାକୁ ସରକାର ଚାହୁଁଛନ୍ତି । ମେଟ୍ରୋକୁ ଆମେ ବନ୍ଦ କରିନାହୁଁ, ସ୍ଥଗିତ ରଖିଛୁ । ମେଟ୍ରୋ ପାଇଁ ଯାହା ପ୍ରକ୍ରିୟା ଦରକାର ଆମେ ଚାଲୁ ରଖିଛୁ । ବିକଳ୍ପ ରାସ୍ତା ନ କରି ମେଟ୍ରୋ କଲେ, ଲୋକେ ହନ୍ତସନ୍ତ ହେବେ । ମେଟ୍ରୋ ପାଇଁ ବିକଳ୍ପ ରାସ୍ତା ଓ କେନ୍ଦ୍ରର ସହାୟତା ଆବଶ୍ୟକ । ମେଟ୍ରୋର ଆବଶ୍ୟକତା ରହିଛି । ସରକାର କେବଳ ଭୁବେନେଶ୍ୱର ପାଇଁ ମେଟ୍ରୋ ପରିକଳ୍ପନା କରୁନାହାନ୍ତି । ପୁରୀ, ଭୁବେନେଶ୍ୱର ଓ କଟକକୁ ନେଇ ଟ୍ରାଇ ସିଟିର ପରିକଳ୍ପନା କରିଛୁ । ମେଟ୍ରୋ ଯିବା ପୂର୍ବରୁ ଟାଉନରେ ପ୍ଲାନିଂ ହୋଇନଥିଲା । ”

କୃଷ୍ଣ ଚନ୍ଦ୍ର ମହାପାତ୍ର ଆହୁରି କହିଛନ୍ତି,” ୨୪ ବର୍ଷ ସରକାରରେ ଥିଲେ ଟାଉନ ପ୍ଲାନିଂ ସ୍ଥିତି ଅଛି କି । ଭୁବନେଶ୍ୱର ସହର ରେ ଆଜି କାହିଁକି ଏ ପରିସ୍ଥିତି ? ଦାୟୀ କିଏ ? ମେଟ୍ରୋ ପାଇଁ ଯାହା ପ୍ରକ୍ରିୟା ଦରକାର ଆମେ ଚାଲୁ ରଖିଛୁ । ବିକଳ୍ପ ରାସ୍ତା ନ କରି ମେଟ୍ରୋ କଲେ, ଟେଷ୍ଟିଙ୍ଗ ସମୟରେ ଲୋକେ ହତସନ୍ତ ହଉଥିଲେ । ବର୍ଷ ବର୍ଷ ଧରି କାମ ଚାଲିଥିଲେ କଣ ହୋଇଥାନ୍ତା ? ମେଟ୍ରୋ କରିବା ପାଇଁ ବିକଳ୍ପ ରାସ୍ତାର ଆବଶ୍ୟକ । ଆମକୁ କେନ୍ଦ୍ର ସରକାରଙ୍କ ସହାୟତା ନେବାର ଅଛି । ତାର ପ୍ଲାନ ଟେକ୍ନୋଲୋଜି ଆମକୁ ଗ୍ରହଣ କରିବାର ଅଛି ।”

  • Related Posts

    ମାଟ୍ରିକ୍ ପରୀକ୍ଷାରେ ରାଜ୍ୟର ମୋଟ୍ ପାସ୍ ହାର ୯୫.୩୩ %

    ଭୁବନେଶ୍ବର, ୨ ମଇ ୨୦୨୬:ରାଜ୍ୟରେ ଚଳିତ ବର୍ଷ ୫ ଲକ୍ଷ ୩୬ ହଜାର ୩୦୬ ଜଣ ରେଗୁଲାର୍ ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷା ଦେଇଥିବା ବେଳେ ୫ ଲକ୍ଷ ୧୯ ହଜାର ୨୫୧ ଜଣ ପାସ୍ ହୋଇଛନ୍ତି । ଚଳିତଥର ପାସ୍‌ହାର ୯୫.୩୩…

    Continue reading
    ୩୦ରେ ହେବ ମହାନଦୀ ଜଳ ବିବାଦ ଶୁଣାଣି

    ଭୁବନେଶ୍ଵର: ମହାନଦୀ ଜଳ ବିବାଦ ମାମଲା ନେଇ ଟ୍ରିବ୍ୟୁନାଲ୍‌ରେ ଶୁଣାଣି ହୋଇଛି। ମୌସୁମୀ ଓ ଅଣମୌସୁମୀରେ କେତେ ଜଳ ପ୍ରବାହିତ ହେଉଛି । ସେନେଇ ଟ୍ରିବ୍ୟୁନାଲରେ ଅବଗତ କରାଗଲା । ଟ୍ରିବ୍ୟୁନାଲଙ୍କ ପୂର୍ବ ନିର୍ଦ୍ଦେଶ ଅନୁସାରେ ଉଭୟ ଓଡ଼ିଶା ଓ ଛତିଶଗଡ଼…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା