ପ୍ରଥମ ଥର ଓଡ଼ିଆରେ ମିଳିବ ଦଶମ ସାର୍ଟିଫିକେଟ୍

ଭୁବନେଶ୍ବର: ଚଳିତ ଥର ଓଡ଼ିଆରେ ମିଳିବ ଦଶମ ସାର୍ଟିଫିକେଟ୍ । ମାଟ୍ରିକରେ କୃତ୍ତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀଙ୍କୁ ଉଭୟ ଓଡ଼ିଆ ଏବଂ ଇଂରାଜୀରେ ଲେଖାଥିବା ସାର୍ଟିଫିକେଟ୍ ମିଳିବ । ଏନେଇ ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ସେହିପରି ଆସନ୍ତା ମେ’ ତୃତୀୟ ସପ୍ତାହରେ ଯୁକ୍ତ-୨ ରେଜଲ୍ଟ ବାହାରିବ । ଗୋଟିଏ ଦିନରେ ବିଭିନ୍ନ ବିଭାଗରେ ଫଳ ପ୍ରକାଶ ପାଇପାରେ ବୋଲି ମନ୍ତ୍ରୀ କହିଛନ୍ତି ।
ମେ’ ଦୁଇ ତାରିଖ ଅର୍ଥାତ୍ ଆସନ୍ତାକାଲି ଦଶମ ବୋର୍ଡ ପରୀକ୍ଷା ଫଳ ପ୍ରକାଶ ପାଇବ । ଅପରାହ୍ଣ ୪ଟା ରେ ୱେବସାଇଟରେ ଫଳାଫଳ ଉପଲବ୍ଧ ହେବ । ପରୀକ୍ଷାର୍ଥିମାନେ ସଂଧ୍ୟାରେ ୬ଟାରେ ଅନଲାଇନ୍ ମାଧ୍ୟମରେ ନିଜର ରେଜଲ୍ଟ ଦେଖିପାରିବେ । ଏଥିପାଇଁ ସେମାନଙ୍କୁ https://www.bseodisha.ac.in , https://www.bseodisha.nic.in ୱେବସାଇଟକୁ ଲଗଅନ୍ କରିବାକୁ ପଡ଼ିବ । ସେଠାରେ ସର୍ଚ୍ଚ ବାରରେ ରୋଲ୍ ନଂ ଏଣ୍ଟ୍ରି କରି ରେଜଲ୍ଟ ଜାଣିପାରିବେ । ସେହିପରି ଏସଏମଏସ ମାଧ୍ୟମରେ ମଧ୍ୟ ରେଜଲ୍ଟ ଉପଲବ୍ଧ ହେବ । OR 10(Roll no) ଟାଇପ୍ କରି 5676750 ମେସେଜ୍ ପଠାଇଲେ ରେଜଲ୍ଚ ଆସିବ ।

  • Related Posts

    ମାଟ୍ରିକ୍ ପରୀକ୍ଷାରେ ରାଜ୍ୟର ମୋଟ୍ ପାସ୍ ହାର ୯୫.୩୩ %

    ଭୁବନେଶ୍ବର, ୨ ମଇ ୨୦୨୬:ରାଜ୍ୟରେ ଚଳିତ ବର୍ଷ ୫ ଲକ୍ଷ ୩୬ ହଜାର ୩୦୬ ଜଣ ରେଗୁଲାର୍ ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷା ଦେଇଥିବା ବେଳେ ୫ ଲକ୍ଷ ୧୯ ହଜାର ୨୫୧ ଜଣ ପାସ୍ ହୋଇଛନ୍ତି । ଚଳିତଥର ପାସ୍‌ହାର ୯୫.୩୩…

    Continue reading
    ୩୦ରେ ହେବ ମହାନଦୀ ଜଳ ବିବାଦ ଶୁଣାଣି

    ଭୁବନେଶ୍ଵର: ମହାନଦୀ ଜଳ ବିବାଦ ମାମଲା ନେଇ ଟ୍ରିବ୍ୟୁନାଲ୍‌ରେ ଶୁଣାଣି ହୋଇଛି। ମୌସୁମୀ ଓ ଅଣମୌସୁମୀରେ କେତେ ଜଳ ପ୍ରବାହିତ ହେଉଛି । ସେନେଇ ଟ୍ରିବ୍ୟୁନାଲରେ ଅବଗତ କରାଗଲା । ଟ୍ରିବ୍ୟୁନାଲଙ୍କ ପୂର୍ବ ନିର୍ଦ୍ଦେଶ ଅନୁସାରେ ଉଭୟ ଓଡ଼ିଶା ଓ ଛତିଶଗଡ଼…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା