ପରଲୋକରେ ଆଶା ଭୋସଲେ

ନୂଆଦିଲ୍ଲୀ: ପରଲୋକରେ ବଲିଉଡର କିମ୍ବଦନ୍ତୀ ଗାୟିକା ଆଶା ଭୋସଲେ। ମୁମ୍ବାଇର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୨ ବର୍ଷ ବୟସ ହୋଇଥିଲା। ଆଶାଙ୍କ ପରଲୋମକ ନେଇ ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି।

କିମ୍ବଦନ୍ତୀ ଗାୟିକା ଆଶା ଭୋସଲେଙ୍କୁ ଶନିବାର ସନ୍ଧ୍ୟାରେ ହୃଦ୍‌ଘାତ ଯୋଗୁଁ ମୁମ୍ବାଇର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା । ୯୨ ବର୍ଷୀୟା ଏହି ଗାୟିକାଙ୍କୁ ହସ୍ପିଟାଲ୍‌ର ‘ଇମର୍ଜେନ୍ସି ମେଡିକାଲ୍ ସର୍ଭିସେସ୍ (ଇଏମ୍‌ଏସ୍‌)’ ୟୁନିଟ୍‌ରେ ରଖାଯାଇଥିଲା । ୭ ଦଶନ୍ଧିରୁ ଅଧିକ ସମୟ ଧରି ଭାରତୀୟ ସଙ୍ଗୀତ ଜଗତକୁ ନିଜର ସୁମଧୁର ସ୍ୱରରେ ମନ୍ତ୍ରମୁଗ୍ଧ କରିଥିବା ଆଶା ଭୋସଲେ ହଜାର ହଜାର ଗୀତ ଗାଇଛନ୍ତି। ତାଙ୍କୁ ଭାରତର ଦ୍ୱିତୀୟ ସର୍ବୋଚ୍ଚ ବେସାମରିକ ସମ୍ମାନ ‘ପଦ୍ମ ବିଭୂଷଣ’ରେ ସମ୍ମାନିତ କରାଯାଇଛି।

୧୯୩୩ ସେପ୍ଟେମ୍ବର ୮ରେ ଜନ୍ମଗ୍ରହଣ କରିଥିବା ଆଶା ଭୋସଲେ ଭାରତୀୟ ସଙ୍ଗୀତର ବହୁମୁଖୀ ସ୍ୱରମାନଙ୍କ ମଧ୍ୟରୁ ଜଣେ। ଲତା ମଙ୍ଗେସକରଙ୍କ ସାନ ଭଉଣୀ ହେବା ସତ୍ତ୍ୱେ, ଆଶା ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ। ଶାସ୍ତ୍ରୀୟ ସଙ୍ଗୀତ ବ୍ୟତୀତୀ ପପ୍, ଗଜଲ ଏବଂ ଲୋକଗୀତ ବି ଗାଇଛନ୍ତି ଆଶା। ସେ ୧୯୫୦ ମସିହାରୁ ବଲିଉଡ ଫିଲ୍ମରେ ପ୍ଲେବ୍ୟାକ୍ ସିଙ୍ଗର୍ ଭାବେ କଣ୍ଠଦାନ କରିଆସୁଛନ୍ତି। ୧୯୫୨ ମସିହାରେ ମୁକ୍ତିଲାଭ କରିଥିବା ଫିଲ୍ମ‘ସଙ୍ଗଦିଲ’ରେ ପ୍ରଥମ ଗିତ ଗାଇଥିଲେ। ତାଙ୍କୁ ଭାରତର ଦ୍ୱିତୀୟ ସର୍ବୋଚ୍ଚ ବେସାମରିକ ସମ୍ମାନ ‘ପଦ୍ମ ବିଭୂଷଣ’ରେ ସମ୍ମାନିତ କରାଯାଇଛି।

  • Related Posts

    ନୋଏଡ଼ା ହିଂସାରେ ପାକିସ୍ତାନ ଲିଙ୍କ୍! ତଦନ୍ତ ଆରମ୍ଭ

    ନୋଏଡ଼ା : ନୋଏଡ଼ା ହିଂସାରେ ପାକିସ୍ତାନ ଲିଙ୍କ୍! ଗତକାଲିର ନୋଏଡ଼ା ହିଂସାକୁ ନେଇ ଆସିଛି ଚାଞ୍ଚଲ୍ୟକର ତଥ୍ୟ। ହିଂସାକାଣ୍ଡ ପଛରେ ପାକିସ୍ତାନ ଲିଙ୍କ୍ ଥିବା ସନ୍ଦେହ କରୁଛି ପୋଲିସ୍। ଏନେଇ ତଦନ୍ତ ବି ଆରମ୍ଭ କରାଯାଇଛି। ଗତ କିଛି ଦିନ ଧରି…

    Continue reading
    ଏସଆଇଆରରୁ ବାଦ୍ ପଡିଥିବା ୩୪ ଲକ୍ଷ ଲୋକ ଦେଇପାରିବେନି ଭୋଟ୍

    ନୂଆଦିଲ୍ଲୀ: ପଶ୍ଚିମବଙ୍ଗରେ ସ୍ପେଶାଲ ଇନଟେନସିଭ୍ ରିଭିଜନ୍ ବା ଏସଆଇଆରରୁ ପକ୍ରିୟାରୁ ବାଦ୍ ପଡିଥିବା ଭୋଟରଙ୍କୁ ସୁପ୍ରିମକୋର୍ଟରୁ ବଡ଼ ଝଟକା। ସର୍ବୋଚ୍ଚ ନ୍ୟାୟାଳୟ ପଶ୍ଚିମବଙ୍ଗର ୩୪ ଲୋକଙ୍କୁ ଭୋଟ ଦେବାକୁ ଅନୁମତି ପ୍ରଦାନ କରିନାହାନ୍ତି, ଯେଉଁମାନଙ୍କ ନାମ ଏସଆଇଆର ସମୟରେ ଭୋଟର ତାଲିକାରୁ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ