ପଶ୍ଚିମବଙ୍ଗରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ : ୧୪୨ ଆସନରେ ମତଦାନ, ଭୋଟ୍ ଦେବେ ୩.୨ କୋଟି ଭୋଟର୍

କୋଲକାତା : ପଶ୍ଚିମବଙ୍ଗରେ ବୁଧବାର ଦ୍ୱିତୀୟ ତଥା ଅନ୍ତିମ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ଲାଗି ଭୋଟିଂ ଆରମ୍ଭ । ଦ୍ୱିତୀୟ ପର୍ଯ୍ୟାୟରେ କୋଲକାତା, ନର୍ଥ ୨୪ ପ୍ରଗଣା, ସାଉଥ ୨୪ ପ୍ରଗଣା, ହାୱଡ଼ା, ହୁଗୁଳି, ପୂର୍ବ ବର୍ଦ୍ଧମାନ, ନଦିଆ ଭଳି ୭ଟି ଜିଲ୍ଲାର ମୋଟ ୧୪୨ଟି ଆସନରେ ଲୋକେ ନିଜର ମତାଧିକାର ସାବ୍ୟସ୍ତ କରିବେ । ସେଥିଲାଗି ଏହି ସବୁ ଜିଲ୍ଲାରେ ୪୧ ହଜାର ପୋଲିଂ ଷ୍ଟେସନ୍‌ ସ୍ଥାପନ କରାଯାଇଛି । ସକାଳ ୭ଟାରୁ ଭୋଟିଂ ଆରମ୍ଭ ହୋଇଛି। ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିବ । ଦ୍ୱିତୀୟ ପର୍ଯ୍ୟାୟରେ ମୋଟ ୧,୪୪୮ ଜଣ ପ୍ରାର୍ଥୀ ନିର୍ବାଚନୀ ମଇଦାନକୁ ଓହ୍ଲାଇଛନ୍ତି । ସେମାନଙ୍କ ମଧ୍ୟରୁ ୨୨୦ ଜଣ ହେଉଛନ୍ତି ମହିଳା । ପ୍ରାୟ ୩.୨ କୋଟି ଭୋଟର ଏହି ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ । ଇତିମଧ୍ୟରେ ମତଦାନକୁ ସ୍ୱଚ୍ଛ, ନିରପେକ୍ଷ ତଥା ଶାନ୍ତି ଶୃଙ୍ଖଳାର ସହ କରାଇବା ଲାଗି ନିର୍ବାଚନ କମିଶନଙ୍କ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।

ବିଭିନ୍ନ ସ୍ଥାନରେ ବ୍ୟାପକ ସଂଖ୍ୟାରେ କେନ୍ଦ୍ରୀୟ ବଳ ମୁତୟନ ହୋଇଛନ୍ତି । ପୋଲିଂ ଷ୍ଟେସନରେ ସିସିଟିଭି ସହ ୱେବକାଷ୍ଟିଂର ବ୍ୟବସ୍ଥା କରାଯାଇଛି । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଆସନ ଭବାନୀପୁରରେ ଗତକାଲି ସିଆର୍‌ପିଏଫ ପକ୍ଷରୁ ଫ୍ଲାଗ୍‌ମାର୍ଚ୍ଚ କରାଯାଇଛି । ସେହି ଆସନରେ ମମତାଙ୍କ ବିରୋଧରେ ବିଜେପି ଶୁଭେନ୍ଦୁ ଅଧିକାରୀଙ୍କୁ ପ୍ରାର୍ଥୀ କରିଛି । ଏପ୍ରିଲ ୨୩ ତାରିଖରେ ପ୍ରଥମ ପର୍ଯ୍ୟାୟରେ ପଶ୍ଚିମବଙ୍ଗରେ ୧୫୨ଟି ଆସନରେ ମତଦାନ ଅନୁଷ୍ଠିତ ହୋଇଥିଲା । ସେହି ସମୟରେ ଲୋକେ ରେକର୍ଡ ୯୩ ପ୍ରତିଶତ ମତଦାନ କରିଥିଲେ । ଦ୍ୱିତୀୟ ପର୍ଯ୍ୟାୟରେ ମଧ୍ୟ ସେହିପରି ଅଧିକ ଭୋଟିଂର ଆଶା ରହିଛି । ମେ’୪ରେ ଆସାମ, କେରଳ, ତାମିଲନାଡୁ ଏବଂ ପୁଡୁଚେରୀ ସହିତ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ଫଳାଫଳ ସାମ୍ନାକୁ ଆସିବ ।

ସୂଚନାଥାଉକି, ରାଜ୍ୟରେ ବିଗତ ୧୫ ବର୍ଷ ହେଲା ମମତା ବାନାର୍ଜୀଙ୍କ ନେତୃତ୍ୱରେ ତୃଣମୂଳ କଂଗ୍ରେସ(ଟିଏମ୍‌ସି) କ୍ଷମତାସୀନ ରହିଛି । ଚଳିତଥର ଟିଏମ୍‌ସି କ୍ଷମତାକୁ ଫେରିବ ବୋଲି ଆଶା ରଖିଥିବା ବେଳେ ବିଜେପି ସରକାର ଗଢ଼ିବାକୁ ଲକ୍ଷ୍ୟ ରଖିଛି ।

  • Related Posts

    ପଶ୍ଚିମବଙ୍ଗ ନିର୍ବାଚନ: 1ଟା ସୁଦ୍ଧା 61.11% ଭୋଟିଂ

    ଆଜି ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନର ଦ୍ୱିତୀୟ ତଥା ଅନ୍ତିମ ପର୍ଯ୍ୟାୟ ପାଇଁ ମତଦାନ ହେଉଛି । 7ଟି ଜିଲ୍ଲାର ପ୍ରାୟ 142ଟି ନିର୍ବାଚନ ମଣ୍ଡଳୀରେ ମତଦାନ ହେଉଛି ।ନିର୍ବାଚନ କମିଶନ (EC)ଙ୍କ ରିପୋର୍ଟ ଅନୁଯାୟୀ, ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ଦିନ 1ଟା…

    Continue reading
    ନେତୃତ୍ବକୁ ନେଇ ବିଜେଡି ଭିତରେ ବଢ଼ିବାରେ ଲାଗିଛି ଚାପା ଅସନ୍ତୋଷ

    ଭୁବନେଶ୍ବର: ନେତୃତ୍ବକୁ ନେଇ ବିଜେଡି ଭିତରେ ଚାପା ଅସନ୍ତୋଷ ବଢ଼ିବାରେ ଲାଗିଛି। ଏବେ ବି ପରଦା ପଛରେ ରହି ଭି କେ ପାଣ୍ଡିଆନ୍ ହିଁ ସବୁ ନିଷ୍ପତ୍ତି ନେଉଛନ୍ତି ବୋଲି କାହାକୁ ଅଛପା ନାହିଁ। ଏପରିକି ପାଣ୍ଡିଆନ ଖୁବ୍‌ଶୀଘ୍ର ଆଗକୁ ଆସିବେ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା