ପାଗଳାମୀ! ଚାକିରି ଛାଡ଼ିବା ପାଇଁ ନିଜ ଆଙ୍ଗୁଠି କାଟିଦେଲେ

ଗୁଜରାଟ : ସୁରଟ ସହରରେ ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ବ୍ୟକ୍ତି ନିଜ ସମ୍ପର୍କୀୟଙ୍କ ଅଧୀନରେ କରୁଥିବା ଚାକିରି ଛାଡ଼ିବା ପାଇଁ ଛୁରୀରେ ନିଜ ହାତର ଚାରୋଟି ଆଙ୍ଗୁଳି କାଟି ଦେଇଛନ୍ତି। ପୀଡିତ ଜଣକ ମୟୂର ତାରାପାରା(32) ବୋଲି ଜଣାପଡିଛି। ରାସ୍ତା କଡ଼ରୁ ଚେତାଶୂନ୍ୟ ଅବସ୍ଥାରେ ତାଙ୍କୁ ଡିସେମ୍ବର 8ରେ ଉଦ୍ଧାର କରାଯାଇଥିଲା। ପୁଲିସର ତଦନ୍ତରୁ ଜଣାପଡିଛି ଯେ ମୟୂର କମ୍ପ୍ୟୁଟର ଅପରେଟର ଚାକିରିରୁ ଅଯୋଗ୍ୟ ହେବା ପାଇଁ ନିଜେ ନିଜ ବାମ ହାତର ଚରୋଟି ଆଙ୍ଗୁଳି କାଟିଦେଇଛନ୍ତି।

ସୁରଟ କ୍ରାଇମ ବ୍ରାଞ୍ଚ କହିବା ମୁତାବକ ମୟୂର ତାରାପାରା ନିଜର ଜଣେ ସମ୍ପର୍କୀୟଙ୍କ ହୀରା ଫାର୍ମରେ କମ୍ପ୍ୟୁଟର ଅପରେଟର ଭାବରେ କାମ କରୁଥିଲେ। ସେ ଏହି ଚାକିରି ଛାଡ଼ିବାକୁ ଚାହୁଁଥିଲେ। ହେଲେ ଏଠାରେ ଆଉ କାମ କରିବାକୁ ଚାହୁଁନାହାନ୍ତି ବୋଲି ତାଙ୍କ ସମ୍ପର୍କୀୟଙ୍କୁ କହିବାକୁ ତାଙ୍କର ସାହସ ନଥିଲା। ଆଙ୍ଗୁଠି କାଟିଦେଲେ ସେ ଏହି ଚାକିରି ପାଇଁ ଅଯୋଗ୍ୟ ହୋଇଯିବେ ବୋଲି ଭାବି ସେ ଏଭଳି ପଦକ୍ଷେପ ନେଇଛନ୍ତି। ଏହି ଘଟଣା ଜଣାପଡ଼ିବା ପୂର୍ବରୁ ପୋଲିସ ପଚରାଉଚରାବେଳେ ମୟୂର ଏକ ମିଛ ମନଗଢ଼ା କାହାଣୀ କହିଥିଲେ। ସେ କହିଥିଲେ ଯେ ଡିସେମ୍ବର 8ରେ ସେ ବାଇକରେ ନିଜ ବନ୍ଧୁଙ୍କ ଘରକୁ ଯାଉଥିଲେ। ରାସ୍ତାରେ ହଠାତ୍ ମୁଣ୍ଡ ବୁଲାଇବାରୁ ସେ ଆମ୍ରୋଲିର ବେଦାନ୍ତ ସର୍କଲ ନିକଟ ରିଙ୍ଗ ରୋଡରେ ଚେତାଶୂନ୍ୟ ହୋଇ ପଡ଼ିଯାଇଥିଲେ। ଯେତେବେଳେ ଚେତା ଫେରିଲା, ତାଙ୍କ ବାମ ହାତର ଚାରିଟି ଆଙ୍ଗୁଠି କଟିଯାଇଥିବା ସେ ଦେଖିବାକୁ ପାଇଲେ। କଳା ଯାଦୁ ପାଇଁ କେହି ଏପରି କରିଛନ୍ତି ବୋଲି ଭାବିଥିବା ସେ କହିଥିଲେ।

ହେଲେ ପୁଲିସ ଘଟଣାର ପର୍ଦ୍ଦାଫାସ କରିଛି। ମୟୂର ତାରାପାରା ନିଜେ ସେଦିନ ରାତିରେ ଆମ୍ରୋଲି ରିଙ୍ଗ ରୋଡକୁ ଯାଇଥିଲେ। ସେଠାରେ ନିଜ ମୋଟରସାଇକେଲକୁ ରଖି ରାତି ପ୍ରାୟ 10ଟା ବେଳେ ସେ ଛୁରୀରେ ନିଜ ବାମ ହାତର ଚାରୋଟି ଆଙ୍ଗୁଳି କାଟିଥିଲେ। ଏହାପରେ ସେ କଟିଥିବା ସ୍ଥାନରୁ ରକ୍ତସ୍ରାବ ବନ୍ଦ କରିବା ପାଇଁ କହୁଣୀ ନିକଟରେ ଏକ ରଶି ବାନ୍ଧି ଦେଇଥିଲେ। ଏହାପରେ ସେ ଛୁରୀ ଏବଂ କଟା ଆଙ୍ଗୁଠିଗୁଡ଼ିକୁ ଏକ ବ୍ୟାଗରେ ରଖି ଫିଙ୍ଗିଦେଇଥିଲେ। ଯାଞ୍ଚ ବେଳେ ପୁଲିସ ଏକ ବ୍ୟାଗରୁ ତିନୋଟି ଆଙ୍ଗୁଠି ଉଦ୍ଧାର କରିଛି। ଏହି ଘଟଣାରେ ବ୍ୟବହୃତ ଛୁରୀ ଅନ୍ୟ ଏକ ବ୍ୟାଗରୁ ମିଳିଥିଲା। ଏହି ଘଟଣାରେ ପୁଲିସ ଅଧିକ ତଦନ୍ତ କରୁଛି।

  • Related Posts

    ଜନ୍ତର ମନ୍ତରରେ ପ୍ରଦର୍ଶନ ମନା: ଦିଲ୍ଲୀରେ ବିକ୍ଷୋଭ ପାଇଁ ୩ଟି ନୂଆ ସ୍ଥାନ ଚିହ୍ନଟ

    ନୂଆଦିଲ୍ଲୀ:ଦେଶର ରାଜଧାନୀରେ ବିକ୍ଷୋଭ ପ୍ରଦର୍ଶନ ପାଇଁ ଦିଲ୍ଲୀ ପୁଲିସ ୩ଟି ନୂଆ ସ୍ଥାନ ନିର୍ଦ୍ଧାରିତ କରିଛି। ଏଗୁଡ଼ିକ ହେଲା— ରାମଲୀଳା ମୈଦାନ, ବୁରାଡ଼ି ମୈଦାନ ଏବଂ ପୂର୍ବ ଦିଲ୍ଲୀର ସିବିଡି (CBD) ମୈଦାନ। ଏଥିସହିତ ଜନ୍ତର ମନ୍ତରକୁ ପ୍ରଦର୍ଶନ ସ୍ଥଳ ଭାବେ…

    Continue reading
    ଜନ୍ତର ମନ୍ତର ପ୍ରଦର୍ଶନ ପାଇଁ ଦିଲ୍ଲୀ ପୁଲିସକୁ ୨୪ ଘଣ୍ଟିଆ ଅଲ୍ଟିମେଟମ୍

    ନୂଆଦିଲ୍ଲୀ: ଜନ୍ତର ମନ୍ତରଠାରେ ପ୍ରସ୍ତାବିତ ବିକ୍ଷୋଭ ପ୍ରଦର୍ଶନ ପାଇଁ ତାରିଖ ଓ ସମୟ ଧାର୍ଯ୍ୟ କରିବାକୁ ନେଇ ସିଜେପିର କାର୍ଯ୍ୟକର୍ତ୍ତାମାନେ ସୋମବାର ପାର୍ଲାମେଣ୍ଟ ଷ୍ଟ୍ରିଟ୍ ଥାନାରେ ପହଞ୍ଚିଛନ୍ତି। ଏହି ମାମଲାରେ ସେମାନେ ଦିଲ୍ଲୀ ପୁଲିସକୁ ୨୪ ଘଣ୍ଟାର ଅଲ୍ଟିମେଟମ୍ ଦେଇଛନ୍ତି। ସିଜେପି…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ