ସ୍କୁଲରେ ଭୁଶୁଡ଼ିଲା ପାଣି ଟାଙ୍କି; ୩ ଛାତ୍ର ମୃତ

ସ୍କୁଲରେ ଖେଳୁଥିବାବେଳେ ପାଣି ଟାଙ୍କି ଧସିଯିବାରୁ ତିନିଜଣ ଛାତ୍ରଙ୍କର ମୃତ୍ୟୁ ଘଟିଛି। ଏଭଳି ଦୁଃଖଦ ଘଟଣା ଅରୁଣାଚଳ ପ୍ରଦେଶର ନାହରଲାଗୁନରେ ଘଟିଛି। ଏହି ଘଟଣାରେ ଅନ୍ୟ ତିନିଜଣ ଛାତ୍ର ଗୁରୁତର ଭାବେ ଆହତ ମଧ୍ୟ ହୋଇଛନ୍ତି। ସମସ୍ତ ଆହତଙ୍କୁ ନାହରଲାଗୁନସ୍ଥିତ ଟୋମୋ ରିବା ସ୍ୱାସ୍ଥ୍ୟ ଏବଂ ଚିକିତ୍ସା ବିଜ୍ଞାନ ପ୍ରତିଷ୍ଠାନ (TRIHMS)ରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିବା ପୁଲିସ କହିଛି। ନାହରଲାଗୁନ ପୁଲିସ ଅଧିକ୍ଷକ ମିହିନ ଗାମ୍ବୋଙ୍କ କହିବା ଅନୁସାରେ ଏଠାରେ ମଡେଲ ଗାଁରେ ଥିବା ସେଣ୍ଟ ଆଲଫୋନ୍ସା ନାମକ ଏକ ଘରୋଇ ସ୍କୁଲରେ ଛାତ୍ରମାନେ ଖେଳୁଥିଲେ। ଏହି ସମୟରେ ପାଖରେ ଥିବା ପାଣି ଟାଙ୍କି ଭୁଶୁଡ଼ି ପଡ଼ିଥିଲା। ଏଥିରେ ୬ ଜଣ ଛାତ୍ର ଗୁରୁତର ଭାବେ ଆହତ ହୋଇଥିଲେ। ସମସ୍ତଙ୍କୁ ସ୍ଥାନୀୟ ଟୋମୋ ରିବା ମେଡିକାଲ କଲେଜରେ ଭର୍ତ୍ତି କରାଯାଇଥିଲା। ହେଲେ ଏଠାରେ ତିନି ଜଣ ଛାତ୍ରଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ମୃତଦେହଗୁଡ଼ିକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି ବୋଲି ଏସପି କହିଛନ୍ତି। ମୃତକମାନେ ନବମ ଶ୍ରେଣୀର ଛାତ୍ର ଥିବାବେଳେ ଆହତମାନେ ଷଷ୍ଠ ଓ ସପ୍ତମ ଶ୍ରେଣୀର ଛାତ୍ର ବୋଲି ପୁଲିସ କହିଛି। ଏହି ମାମଲାରେ ପୁଲିସ ଘରୋଇ ବିଦ୍ୟାଳୟର ପ୍ରଧାନଶିକ୍ଷକ, ମାଲିକ ଏବଂ ଚାରିଜଣ କର୍ମଚାରୀଙ୍କୁ ଅଟକ ରଖି ପଚରାଉଚରା କରୁଛି। ଏସପି କହିଛନ୍ତି, ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ ପାଣି ଟାଙ୍କିରେ ଏହାର କ୍ଷମତାଠାରୁ ଅଧିକ ପାଣି ଭର୍ତ୍ତି ହୋଇଥିଲା। ତେବେ ଦୁର୍ଘଟଣାର ପ୍ରକୃତ କାରଣ ତଦନ୍ତ ପରେ ଜଣାପଡ଼ିବ।

  • Related Posts

    ଜନ୍ତର ମନ୍ତରରେ ପ୍ରଦର୍ଶନ ମନା: ଦିଲ୍ଲୀରେ ବିକ୍ଷୋଭ ପାଇଁ ୩ଟି ନୂଆ ସ୍ଥାନ ଚିହ୍ନଟ

    ନୂଆଦିଲ୍ଲୀ:ଦେଶର ରାଜଧାନୀରେ ବିକ୍ଷୋଭ ପ୍ରଦର୍ଶନ ପାଇଁ ଦିଲ୍ଲୀ ପୁଲିସ ୩ଟି ନୂଆ ସ୍ଥାନ ନିର୍ଦ୍ଧାରିତ କରିଛି। ଏଗୁଡ଼ିକ ହେଲା— ରାମଲୀଳା ମୈଦାନ, ବୁରାଡ଼ି ମୈଦାନ ଏବଂ ପୂର୍ବ ଦିଲ୍ଲୀର ସିବିଡି (CBD) ମୈଦାନ। ଏଥିସହିତ ଜନ୍ତର ମନ୍ତରକୁ ପ୍ରଦର୍ଶନ ସ୍ଥଳ ଭାବେ…

    Continue reading
    ଜନ୍ତର ମନ୍ତର ପ୍ରଦର୍ଶନ ପାଇଁ ଦିଲ୍ଲୀ ପୁଲିସକୁ ୨୪ ଘଣ୍ଟିଆ ଅଲ୍ଟିମେଟମ୍

    ନୂଆଦିଲ୍ଲୀ: ଜନ୍ତର ମନ୍ତରଠାରେ ପ୍ରସ୍ତାବିତ ବିକ୍ଷୋଭ ପ୍ରଦର୍ଶନ ପାଇଁ ତାରିଖ ଓ ସମୟ ଧାର୍ଯ୍ୟ କରିବାକୁ ନେଇ ସିଜେପିର କାର୍ଯ୍ୟକର୍ତ୍ତାମାନେ ସୋମବାର ପାର୍ଲାମେଣ୍ଟ ଷ୍ଟ୍ରିଟ୍ ଥାନାରେ ପହଞ୍ଚିଛନ୍ତି। ଏହି ମାମଲାରେ ସେମାନେ ଦିଲ୍ଲୀ ପୁଲିସକୁ ୨୪ ଘଣ୍ଟାର ଅଲ୍ଟିମେଟମ୍ ଦେଇଛନ୍ତି। ସିଜେପି…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ