
ଭୁବନେଶ୍ବର : ବିଧାନସଭାରେ ବଜେଟର ସାଧାରଣ ଆଲୋଚନାରେ ବିଜେପି ସରକାର ବଜେଟ ଅର୍ଥ ଖର୍ଚ୍ଚ କରିପାରୁନଥିବା ନେଇ ବର୍ଷିଛନ୍ତି ବରିଷ୍ଠ ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ଵାଇଁ । ପାଞ୍ଚ ବର୍ଷରେ ଓଡ଼ିଶାରେ କଳାକନା ବୁଲାଇ ଦେବ ବିଜେପି ସରକାର । ବିଜେପି ସରକାର ତାଙ୍କ ପ୍ରଥମ ବଜେଟ୍ ୪୩ ହଜାର କୋଟି ଓ ଏ ବର୍ଷ ବଜେଟ୍ରେ ୪୭ ହଜାର କୋଟି ଋଣ କରିଛନ୍ତି । ୨୦୨୪ରେ ବିଜେଡି ସରକାର ଛାଡ଼ିବା ବେଳେ ରାଜ୍ୟର ଋଣ ୯୪ ହଜାର କୋଟି ଥିଲା। ମାତ୍ର ବିଜେପି ସରକାର ୯ ମାସରେ ୯୦ ହଜାର କୋଟି ଟଙ୍କା ଋଣ କଲେଣି। ଯାହା ଦେଖିଲେ ଲାଗୁଛି ପାଞ୍ଚ ବର୍ଷରେ ଏ ବିଜେପି ସରକାର ଓଡ଼ିଶାରେ କଳାକନା ବୁଲାଇ ଦେବ ବୋଲି ରାଜା ସ୍ବାଇଁ କହିଛନ୍ତି।
ସେପଟେ ଗତ ବଜେଟର ମାତ୍ର ୪୦ ପ୍ରତିଶତ ଅର୍ଥ ଏଯାଏଁ ଖର୍ଚ୍ଚ କରିଛନ୍ତି ସରକାର। ପୂର୍ବ ବଜେଟର ଅର୍ଥ ଖର୍ଚ୍ଚ ନକରି ପାରିବା ମଧ୍ୟ ଏ ସରକାରର ପାଣିବା ପଣିଆ ଉପରେ ପ୍ରଶ୍ନ ଉଠାଉଛି। ବଜେଟରେ ଦୁଇଟି ବଡ ସମସ୍ୟା ବେକାରୀ ଓ ଦରଦାମ ବୃଦ୍ଧିକୁ ଏ ସରକାର ଆଡ଼ ଆଖିରେ ମଧ୍ୟ ଦେଖିନାହାନ୍ତି। ଏ ସରକାର ପଙ୍ଗୁ ସରକାର । ତଥ୍ୟ ଲୁଚାଉଛନ୍ତି, ଓଡିଶାବାସୀଙ୍କୁ ଭୂଆଁ ବୁଲାଉଛନ୍ତି ବୋଲି କହିଛନ୍ତି ରଣେନ୍ଦ୍ର ପ୍ରତାପ ସ୍ଵାଇଁ।



