ପାଠ୍ୟପୁସ୍ତକ ତ୍ରୁଟି ଘଟଣାରେ ତଦନ୍ତ ଆରମ୍ଭ

ଭୁବନେଶ୍ୱର: ପିଲାଙ୍କ ପାଠ୍ୟ ପୁସ୍ତକରେ ମାଳମାଳ ତ୍ରୁଟି ଘଟଣାରେ ଆରମ୍ଭ ହୋଇଛି ତଦନ୍ତ । ଉନ୍ନୟନ କମିସନର ଦେଓ ରଞ୍ଜନ କୁମାର ସିଂହଙ୍କ ଅଧ୍ୟକ୍ଷତାରେ ଗଠିତ ତିନି ଜଣିଆ କମିଟି ଏହାର ତନାଘନା ଆରମ୍ଭ କରିଛନ୍ତି । କେଉଁ ସ୍ତରରେ ତ୍ରୁଟି ହୋଇଛି ଏବଂ କେଉଁ ଅଧିକାରୀ କିମ୍ବା ସଂସ୍ଥାମାନେ ଦାୟୀ ତାହାର ଅନୁଧ୍ୟାନ କରି ୭ ଦିନ ମଧ୍ୟରେ ରିପୋର୍ଟ ଦେବ କମିଟି । ରିପୋର୍ଟ ଆଧାରରେ ହେବ କାର୍ୟ୍ୟାନୁଷ୍ଠାନ। ସୂଚନା ଅନୁଯାୟୀ ଉନ୍ନୟନ କମିସନରଙ୍କ ଅଧ୍ୟକ୍ଷତାରେ ଗଠିତ ତଦନ୍ତ କମିଟି ମୁଖ୍ୟତଃ ତିନୋଟି ସଂସ୍ଥାର କାର୍ୟ୍ୟକଳାପକୁ ଅନୁଧ୍ୟାନ କରିବ । ଫୋକସ୍‌ରେ ରହିବ ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ଏବଂ ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ, ଯେଉଁଠି ପାଠ୍ୟପୁସ୍ତକ ପ୍ରସ୍ତୁତ ହୋଇଥିଲା । ପ୍ରତି ପୁସ୍ତକ ପାଇଁ ଗଠିତ ସମ୍ପାଦକମଣ୍ଡଳୀ, ସମୀକ୍ଷକମଣ୍ଡଳୀ, ସଂଯୋଜକ ଓ ମୁଖ୍ୟ ସଂଯୋଜକକୁ କମିଟି ପକ୍ଷରୁ ପଚରାଉଚରା କରା‌ଯିବ ।

ଆବଶ୍ୟକ ପଡ଼ିଲେ ବିଷୟ ବିଶେଷଜ୍ଞଙ୍କୁ ମଧ୍ୟ ଡାକି ତ୍ରୁଟି ସମ୍ପର୍କରେ ପ୍ରଶ୍ନ କରାଯାଇପାରେ । ଯେଉଁଥିରେ ଓଡ଼ିଶାର ନାମକରା ଶିକ୍ଷାବିତ୍, ଶିକ୍ଷା ବିଶେଷଜ୍ଞମାନେ ରହିଛନ୍ତି । ଦ୍ବିତୀୟ ସଂସ୍ଥା ହେଉଛି ଓଡ଼ିଶା ରାଜ୍ୟ ପାଠ୍ୟପୁସ୍ତକ ପ୍ରଣୟନ ଓ ପ୍ରକାଶନ ସଂସ୍ଥା, ଯେଉଁଠାରେ ନୂତନ ବ‌ହିଗୁଡ଼ିକର ଡିଟିପି ଓ ଡିଜାଇନ୍ କରାଯାଇଛି । ଡିଟିପି ଅପରେଟର୍‌ମାନେ ଠିକ୍ ଭାବେ କାର୍ୟ୍ୟ ତୁଲାଇଛନ୍ତି କି ନାହିଁ? ସଂଯୋଜକମାନେ ସେମାନଙ୍କ ସହ ଆଲୋଚନା କରିଥିଲେ କି ନାହିଁ? ପୁସ୍ତକ ଡିଜାଇନ୍ ସମୟରେ ଏନ୍‌ସିଇଆର୍‌ଟି ବହିରେ ଥିବା ଛବି କେଉଁଭଳି ଭାବେ ଓଡ଼ିଆ ପୁସ୍ତକରେ ରହିଗଲା ସେନେଇ ଅନୁଧ୍ୟାନ କରିବେ । ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ୟ୍ୟକ୍ରମ ପ୍ରାଧିକରଣ ମଧ୍ୟ ତଦନ୍ତ ପରିସରଭୁକ୍ତ ରହିବା । ଓସେପା ମାଧ୍ୟମରେ ଯେହେତୁ ଅର୍ଥ ଆସୁଛି, ଚୂଡ଼ାନ୍ତ ନିରକ୍ଷଣ କରିବା ଦାୟିତ୍ଵ ମଧ୍ୟ ତାହାର ରହିଛି। ତେଣୁ ତଦନ୍ତ କମିଟି ଓସେପା ଅଧିକାରୀମାନଙ୍କୁ ମଧ୍ୟ ପଚରାଉଚରା କରିପାରେ ।

  • Related Posts

    SIR କାମ ଚାପରେ ଜୀବନ ହାରିଲେ ପ୍ରଧାନଶିକ୍ଷକ!

    ବୌଦ୍ଧ: ବୌଦ୍ଧ ଜିଲା ଡିମିରିଖୋଲ ଅଞ୍ଚଳରୁ ଏକ ଦୁଖଃଦ ଘଟଣା ସାମ୍ନାକୁ ଆସିଛି। SIR କାମ ଚାପରେ ଜଣେ ପ୍ରଧାନଶିକ୍ଷକ ଜୀବନ ହାରିଥିବା ଅଭିଯୋଗ ହୋଇଛି। ମୃତକ ହେଲେ ବୌଦ୍ଧ ଡିମିରିଖୋଲ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶୟନ ସାହୁ। ସେ SIR କାମରେ…

    Continue reading
    ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ଅମାପ ସମ୍ପତ୍ତି: ୩୨ ମୂଲ୍ୟବାନ ପ୍ଲଟ, ୨ ଫାର୍ମ ହାଉସ ଠାବ

    ଜୟପୁର : କୋରାପୁଟ କୋଟପାଡ଼ ବ୍ଲକ ସହକାରୀ ନିର୍ବାହୀ ଯନ୍ତ୍ରୀ ସତ୍ୟ ନାରାୟଣ ସେଠୀଙ୍କ ଅମାପ ସମ୍ପତ୍ତି। ମାଳ ମାଳ ପ୍ଲଟ୍, ବିଡା ବିଡ଼ା ଟଙ୍କା, ପୁଳା ପୁଳା ସୁନା ଗହଣା ଏବଂ ଗଣ୍ଡା ଗଣ୍ଡା ହାତୀ ମୂର୍ତ୍ତି। ଘରେ ରେଡ୍…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ