
ଦେବଗଡ଼:ନାଳକୁ ଗାଧେଇବା ପାଇଁ ଯାଇଥିବାବେଳେ ପାଣିରେ ବୁଡି ଜଣେ ଛାତ୍ରଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ବାରକୋଟ ବ୍ଲକର କଣ୍ଢଳ ଗ୍ରାମର ଅକ୍ଷୟ ସାହୁଙ୍କ ପୁଅ ପ୍ରିତମ(୧୪)। ସୂଚନା ଅନୁଯାୟୀ, ପ୍ରିତମ ସୁନାମୁଣ୍ଡାସ୍ଥିତ ପିଏମଶ୍ରୀ ଜବାହାର ନବୋଦୟ ବିଦ୍ୟାଳୟରେ ନବମ ଶ୍ରେଣୀରେ ପାଠ ପଢୁଥିଲେ। ତେବେ ବର୍ତ୍ତମାନ ଗ୍ରୀଷ୍ମ ଛୁଟିଥିବାବେଳେ ପ୍ରିତମ ବାରକୋଟ ବ୍ଲକର ଗୋପପୁର ଗ୍ରାମର ଥିବା ଏକ ଘରୋଇ ହଷ୍ଟେଲରେ ରହି କୋଚିଂ କରୁଥିଲେ। ତେବେ କାଳବୈଶାଖୀ ପ୍ରଭାବରେ ବିଦ୍ୟୁତ ସରାବରାହ ବ୍ୟାହାତ ଥିବାବେଳେ ହଷ୍ଟେଲରେ ପାନୀୟ ଜଳ ସମସ୍ୟା ଦେଖାଦେଇଥିଲା। ଫଳରେ ପ୍ରିତମ ତାଙ୍କ ସାଙ୍ଗ ମାନଙ୍କ ସହ ଗ୍ରାମରେ ଥିବା ନାଳକୁ ଗାଧେଇବା ପାଇଁ ଯାଇଥିଲେ। କିନ୍ତୁ ଅସାବଧାନତାବଶତଃ ପ୍ରିତମ ପାଣିରେ ପଡିଯାଇଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ପ୍ରଥମେ ବାରକୋଟ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ପରେ ଅବସ୍ଥାସଂଙ୍କଟାପନ୍ନ ହେବାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। କିନ୍ତୁ ଡାକ୍ତର ପ୍ରିତମକୁ ମୃତ ଘୋଷଣା କରିଥିଲେ।ଖବରପାଇ ବିଧାୟକ ରୋମାଞ୍ଚ ରଞ୍ଜନ ବିଶ୍ବାଳ,ଜିଲ୍ଲା କଂଗ୍ରେସ ସଭାପତି ସେମ ହେମ୍ରମ ମେଡିକାଲରେ ପଂହଚି ପରିବାର ଲୋକଙ୍କୁ ସମବେଦନା ଜଣାଇଥିଲେ। ସୂଚନାପାଇ ପୁଲିସ ଶବ ଜବତ କରିବା ସହ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।


