ପାସପୋର୍ଟର ଆସିଲା ନୂଆ ରାଙ୍କିଂ ; ଜାଣନ୍ତୁ, ଭାରତର ସ୍ଥାନ କେତେ ନମ୍ୱରରେ

ନୂଆଦିଲ୍ଲୀ :ଗ୍ଲୋବାଲ୍ ସିଟିଜେନ୍ ସଲ୍ୟୁସନ୍ସ ଦ୍ୱାରା ପ୍ରକାଶିତ ହୋଇଛି ଗ୍ଲୋବାଲ୍ ପାସପୋର୍ଟ ଇଣ୍ଡେକ୍ସ-୨୦୨୬। ଏଥିରେ ଭାରତ ୧୯୭ଟି ଦେଶ ମଧ୍ୟରୁ ୧୨୫ ତମ ସ୍ଥାନରେ ରହିଛି। ଗତ ବର୍ଷ ତୁଳନାରେ ଭାରତର ରାଙ୍କିଂ ଗୋଟିଏ ସ୍ଥାନ ତଳକୁ ଖସି ଯାଇଛି। ତଥାପି, ଭାରତର ମିଳିତ ସ୍କୋର ୪୫.୧ ହୋଇଛି। ଯାହା ଗତ ପାଞ୍ଚ ବର୍ଷ ମଧ୍ୟରେ ସର୍ବାଧିକ ରହିଛି।ରିପୋର୍ଟ ଅନୁସାରେ, ଭାରତ ୧୨୪ତମ ସ୍ଥାନରେ ଥିବା ନାମିବିଆ ତଳେ ଓ ୧୨୬ତମ ସ୍ଥାନରେ ଥିବା ଅଜରବୈଜାନ ଠାରୁ ଉପରେ ଅଛି। ଏହି ଇଣ୍ଡେକ୍ସ ପାସପୋର୍ଟ ମୂଲ୍ୟାଙ୍କନ ଯାତ୍ରା ସୁବିଧା , ନିବେଶ ଏବଂ ଜୀବନର ଗୁଣବତ୍ତା ଭଳି ତିନୋଟି ପ୍ରମୁଖ ଆଧାର ଉପରେ ପର୍ଯ୍ୟବେଶିତ।

ଟପ୍-୧୦ରେ ୟୁରୋପୀୟ ଦେଶଗୁଡ଼ିକର ପ୍ରାଧାନ୍ୟ ବିସ୍ତାର –

ଗ୍ଲୋବାଲ୍ ପାସପୋର୍ଟ ଇଣ୍ଡେକ୍ସ ୨୦୨୬ରେ ଟପ୍-୧୦ରେ ଥିବା ୧୦ଟି ଦେଶ ମଧ୍ୟରୁ ନଅଟି ୟୁରୋପୀୟ। ସ୍ୱିଡେନ୍ ପ୍ରଥମ ସ୍ଥାନରେ । ଟପ୍- ୧୦ରେ ସିଙ୍ଗାପୁର ହେଉଛି ଏକମାତ୍ର ଅଣ-ୟୁରୋପୀୟ ଦେଶ।

ଗ୍ଲୋବାଲ୍ ପାସପୋର୍ଟ ଇଣ୍ଡେକ୍ସ-୨୦୨୬ରେ ଟପ୍-10 ଦେଶ

୧- ସ୍ୱିଡେନ୍

୨-ସ୍ୱିଜରଲ୍ୟାଣ୍ଡ

୩- ଫିନଲ୍ୟାଣ୍ଡ

୪- ଜର୍ମାନୀ

୫- ନେଦରଲ୍ୟାଣ୍ଡସ୍

୬- ଡେନମାର୍କ

୭- ଆୟର୍ଲାଣ୍ଡ

୮- ୟୁନାଇଟେଡ୍ କିଙ୍ଗଡମ୍

୯- ନରୱେ

୧୦- ସିଙ୍ଗାପୁର

ଭାରତୀୟ ପାସପୋର୍ଟଧାରୀଙ୍କ ପାଇଁ କ’ଣ କୁହାଯାଇଛି?

ରିପୋର୍ଟ ଅନୁସାରେ , ଭାରତୀୟ ପାସପୋର୍ଟଧାରୀଙ୍କୁ ଅନେକ ଦେଶରେ ଭିସା-ଫ୍ରି, ଭିସା-ଅନ୍-ଆରାଇଭାଲ୍ ଏବଂ ଇ-ଭିସା ବ୍ୟବସ୍ଥା ଅଧୀନରେ ଯାତ୍ରାର ସୁବିଧା ମିଳି ପାରିବ। ହେଲେ , ଅନେକ ବିକଶିତ ଦେଶକୁ ଯାତ୍ରା କରିବା ପାଇଁ ପୂର୍ବରୁ ଭିସା ନେବା ଆବଶ୍ୟକ।

ଏହି ମୂଲ୍ୟାଙ୍କନ ୧୪ଟି ସୂଚକାଙ୍କ ଆଧାରରେ କରାଯାଇଛି। ଏଥିରେ ବିଶ୍ୱ ବ୍ୟାଙ୍କ, ବିଶ୍ୱ ଅର୍ଥନୈତିକ ଫୋରମ୍ ଏବଂ Sustainable Development Report ସମେତ ଅନେକ ସଂଗଠନର ତଥ୍ୟ ବ୍ୟବହାର କରାଯାଇଛି।

  • Related Posts

    ମନ୍ଦିରରେ ଦଳାଚକଟା: ୭ ଶ୍ରଦ୍ଧାଳୁଙ୍କ ମୃତ୍ୟୁ

    ବିହାରର ଲକ୍ଷୀସରାଇ ଜିଲ୍ଲାସ୍ଥିତ ଅଶୋକ ଧାମ ମନ୍ଦିରରେ ସୋମବାର ଦଳାଚକଟାରେ ୭ ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ଘଟିଥିବା ବେଳେ ୧୨ରୁ ଅଧିକ ଗୁରୁତର ଆହତ ହୋଇଛନ୍ତି। ପ୍ରାରମ୍ଭିକ ସୂଚନା ଅନୁଯାୟୀ, ଏକ ବିଦ୍ୟୁତ୍ ତାର ଛିଣ୍ଡିଯିବାରୁ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା…

    Continue reading
    ହୋଟେଲରେ ଅଗ୍ନିକାଣ୍ଡ, 7 ମୃତ

    କଲିକତା : ଆଜି ସକାଳୁ ପଶ୍ଚିମବଙ୍ଗ ବୀରଭୂମିର ତାରାପୀଠରେ ଏକ ଘରୋଇ ହୋଟେଲରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଏହି ଘଟଣାରେ 7 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି । ସେମାନଙ୍କୁ ଉଦ୍ଧାର କରାଯାଇ ରାମପୁରହାଟ ମେଡିକାଲ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ