
ଦେବଗଡ଼: ଦେବଗଡ଼ ଜ଼ିଲ୍ଲା ତିଲେଇବଣି ବ୍ଲକର ପିଏମଶ୍ରୀ ଅପୂର୍ଵ ଉଚ୍ଚ ବିଦ୍ୟାଳୟ ସୁଗୁଡା ପରିସରରେ ଆଜି ବନ ମହୋତ୍ସବ ସପ୍ତାହ ଅବସରରେ ବୃକ୍ଷରୋପଣ ଓ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ ଦମୟନ୍ତୀ ବେହେରାଙ୍କ ପ୍ରତ୍ୟକ୍ଷ ତତ୍ତ୍ଵବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଦ୍ୟାଳୟ ପଞ୍ଚ ଶିକ୍ଷା ସେତୁ କମିଟିର ସଭାପତି ଧରଣୀଧର ସାହୁ , ସି. ଆର. ସି. ସି. ପ୍ରାଣବନ୍ଧୁ ଘଡେଇ ଅତିଥି ଭାବେ ଯୋଗ ଦେଇ ନିଜର ବକ୍ତବ୍ୟ ରଖିଥିଲେ।ପୂର୍ଵରୁ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର ବିଜେତା ମାନଙ୍କୁ ପୁରସ୍କୃତ କରିଥିଲେ ଖେଳ ଶିକ୍ଷକ ସୂର୍ଯ୍ୟକାନ୍ତ ମହନ୍ତ ତତ୍ତ୍ୱ୍ୱାବଧାନରେ ବିଦ୍ୟାଳୟ ପରିସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ପରବର୍ତ୍ତୀ ସମୟରେ ସମସ୍ତେ ପ୍ଲାକାର୍ଡ ଓ ବ୍ୟାନର ଧରି ସଚେତନତା ରାଲି କରିଥିଲେ।କାର୍ଯ୍ୟକ୍ରମ ପରିଚାଳନାରେ ବିଦ୍ୟାଳୟ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ।




