ପୀୟୂଷଙ୍କ ଉପରୁ ହଟିଲା କଟକଣା, ଚଢ଼ିବେ ମଞ୍ଚ

ଭୁବନେଶ୍ବର: ସରୁନି ଯାତ୍ରା ବିବାଦ । ପୀୟୂଷଙ୍କ ଫ୍ୟାନ୍ସଙ୍କ ପାଇଁ ଖୁସି ଖବର । ପୁଣିଥରେ ମଞ୍ଚରେ ଚଢ଼ିବେ ଏହି ଲୋକପ୍ରିୟ ଅଭିନେତା । ଯାତ୍ରା ମଞ୍ଚରେ ଅଭିନୟ କରିପାରିବେ ପୀୟୂଷ ତ୍ରିପାଠୀ । ଅନୁମତି ପ୍ରଦାନ କଲେ ଭୁବନେଶ୍ବର ସିଭିଲ୍ କୋର୍ଟ ଜଜ୍ । ଚୁକ୍ତି ଖିଲାପ ଅଭିଯୋଗରେ ପୀୟୂଷଙ୍କ ମଞ୍ଚ ଚଢ଼ିବା ଉପରେ ରୋକ ଲଗାଯାଇଥିଲା । ଏବେ ତାଙ୍କ ଉପରୁ କଟକଣା ହଟିଛି । ଆଗକୁ ଖଣ୍ଡଗିରି ଯାତ୍ରା ମହାସମର ଆସୁଥିବାବେଳେ ପୀୟୂଷଙ୍କ କ୍ରେଜ୍ ଦେଖିବାକୁ ମିଳିବ । ବର୍ତ୍ତମାନ ସିଂହବାହିନୀରେ ଅଭିନୟ କରୁଛନ୍ତି ପୀୟୂଷ ।
୬ମାସର ବ୍ୟବଧାନ ପରେ ଗତ ୬ ତାରିଖରେ ଯାତ୍ରା ସିଂହବାହିନୀ ପକ୍ଷରୁ ନାଟକ‘ତୁ ମୋ ବଜରଙ୍ଗୀ’ରେ ମଞ୍ଚ ଚଢିଥିଲେ ପୀୟୂଷ । କିନ୍ତୁ ଏହାପରେ ଯାତ୍ରା ସୂର୍ୟ୍ୟ ମନ୍ଦିରର ମାଲିକ କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ଅଭିଯୋଗ କରିଥିଲେ,ପୀୟୂଷଙ୍କ ସହ ଜୁନ୍ ୨୦୨୬ ପର୍ୟ୍ୟନ୍ତ ଚୁକ୍ତି ଥିବା ସତ୍ତ୍ୱେ ସେ ଅନ୍ୟ ଏକ ପାର୍ଟିରେ ଅଭିନୟ କରିଛନ୍ତି । ଏହାକୁ ଆଧାର କରି କୋର୍ଟ ପରବର୍ତ୍ତୀ ଶୁଣାଣି ପର୍ୟ୍ୟନ୍ତ ପୀୟୂଷଙ୍କୁ ଯାତ୍ରା ମଞ୍ଚରେ ଅଭିନୟ ନକରିବାକୁ ନିର୍ଦ୍ଦେଶ ଦେଇଥିଲେ ।ଆଜି ଶୁଣାଣି ପୀୟୂଷଙ୍କ ସପକ୍ଷରେ ଯାଇଥିବାବେଳେ ସେ ପୁଣିଥରେ ଅଭିନୟ ଜାରି ରଖିବେ ।

  • Related Posts

    ଅଗ୍ନି-୪ର ସଫଳ ପରୀକ୍ଷା

    ବାଲେଶ୍ବର/ଧାମରା : ଚାନ୍ଦିପୁରସ୍ଥିତ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂସ୍ଥାନ (ଡିଆର୍‌ଡିଓ) ପକ୍ଷରୁ ଗୁରୁବାର ସନ୍ଧ୍ୟାରେ ମଧ୍ୟମ ଦୂରଗାମୀ କ୍ଷେପଣାସ୍ତ୍ର ଅଗ୍ନି-୪ର ସଫଳ ପରୀକ୍ଷା ହୋଇଛି। ଭଦ୍ରକ ଜିଲା ଧାମରା ନିକଟ ଅବଦୁଲ କଲାମ ଦ୍ବୀପର ଏକୀକୃତ ପରୀକ୍ଷଣ କେନ୍ଦ୍ର (ଆଇଟିଆର)ର…

    Continue reading
    ଲଘୁଚାପ କ୍ଷେତ୍ର: ପୁଣି ଆଣିବ ବଡ଼ ବର୍ଷା

    ଭୁବନେଶ୍ୱର : ଆସନ୍ତା ୮ କିମ୍ବା ୯ ତାରିଖ ବେଳକୁ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହି ଲଘୁଚାପ ରାଜ୍ୟରେ ବଡ଼ ବର୍ଷା ଆଣିପାରେ ବୋଲି ପାଣିପାଗ ବିଶେଷଜ୍ଞ ପୂର୍ବାନୁମାନ କରିଛନ୍ତି। ବର୍ତ୍ତମାନ ପରିସ୍ଥିତିରେ ଆସନ୍ତା…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ