ପୁରୀରେ କୂଳ ଖାଇଲା ସମୁଦ୍ର, ଭସାଇ ନେଲା ଦୋକାନ ବଜାର

ପୁରୀ: ପୁରୀରେ କୂଳ ଖାଇଲା ସମୁଦ୍ର । ଭସାଇ ନେଲା ଦୋକାନ ବଜାର । ବଢ଼ୁଥିବା ଜନସଂଖ୍ୟା ଏବେ ସମୁଦ୍ରକୁ ମାଡ଼ି ବସିବାରେ ଲାଗିଛି । ଆଉ ଅନ୍ୟପଟେ ପ୍ରକୃତି ଅଶାନ୍ତ ହୋଇ ଜନବସତି ଧୋଇ ନେଉଛି । ପୁରୀରେ ପ୍ରକୃତିର କୋପ ଓ ମଣିଷର ଯୁଦ୍ଧ ଘନଘଟା ଦେଖିବାକୁ ମିଳିଛି । ଜିଲ୍ଲାର ୧୫.୭୮ କିମି ସ୍ଥଳ ଭାଗ ସମୁଦ୍ର ଗିଳୁଛି । ଉତ୍ତର ଆଣ୍ଡାମାନ ସାଗର ଏବଂ ତାହାର ପାଶ୍ୱବର୍ତ୍ତୀ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ସୃଷ୍ଟି ଲଘୁଚାପ ପ୍ରଭାବରେ ପୁରୀରେ ଚିନ୍ତା ବଢ଼ାଉଛି ନିୟମିତ ସମୁଦ୍ର ଅବକ୍ଷୟ । ସ୍ୱର୍ଗଦ୍ୱାର, ଲାଇଟ୍ ହାଉସ୍, ବଳିଆପଣ୍ଡା, ସିପସରୁବାଲି ପ୍ରଭୃତି ସବୁଠି ଅବକ୍ଷୟ ହେଉଛି ସମୁଦ୍ର କୂଳ । ପୁରୀ ବଳିଆପଣ୍ଡା ଠାରୁ ସିପସରୁବାଲି ପର୍ଯ୍ୟନ୍ତ ପ୍ରାୟ ୧ କିଲୋମିଟର ସମୁଦ୍ର କୂଳ ଖାଉଛି । ସମୁଦ୍ର ଅଶାନ୍ତ ଯୋଗୁଁ ୩ ଫୁଟ ଉଚ୍ଚର ବାଲି ଅତଡ଼ା ଖାଉଛି । ୨ରୁ ୩ ଫୁଟ ଉଚ୍ଚର ଲହଡ଼ି କୂଳରେ ପ୍ରବଳ ବେଗରେ ପିଟି ହେବାରୁ ବାଲି ଅତଡ଼ା ଖସୁଛି । ଲାଇଟ୍ ହାଉସ୍ ପାଶ୍ୱର୍ରୁ ମଙ୍ଗଳା ମୁହାଣ ନିକଟ ବେଳାଭୂମି ମଧ୍ୟରେ ବାଲିବନ୍ତ ଅତଡ଼ା ଖସିବାରେ ଲାଗିଛି । ୩ରୁ ୪ ଫୁଟ ପର୍ଯ୍ୟନ୍ତ ବାଲି ଅତଡ଼ା ଖସିଥିବା ବେଳେ ରାସ୍ତା ଠାରୁ ଆଉ ମାତ୍ର ୨୦୦ ରୁ ୩୦୦ ମିଟର ଦୂରରେ ରହିଛି ସମୁଦ୍ର । ଏଭଳି ସ୍ଥଳେ ଚିନ୍ତା ପ୍ରକଟ କରିଛନ୍ତି ପରିବେଶବିତ୍ ।

  • Related Posts

    ଲୋକଙ୍କୁ ବାନ୍ଧିଲେ, ୬ ଲକ୍ଷ ଟଙ୍କାର ସୁନା ଗହଣା ଲୁଟିନେଲେ

    ସୋର: ରାତିରେ ଘରେ ପଶି ଲୋକଙ୍କୁ ବାନ୍ଧିଲେ, ଘରୁ ନେଇଗଲେ ସୁନା ଗହଣା । ବାଲେଶ୍ୱର ଜିଲ୍ଲା ସୋର ଥାନା ସବିରା ଗାଁର ଜଣେ ବ୍ୟକ୍ତିଙ୍କ ଘରୁ ଲୁଟ୍ ଅଭିଯୋଗ ହୋଇଛି । ଗାଁର କୈଳାଶ ମହାନ୍ତି ତାଙ୍କର ପରିବାରର ଅନ୍ୟ…

    Continue reading
    ପୁଣି ବାତ୍ୟା ଭୟ

    ପୁଣି ବାତ୍ୟା ଭୟ। ଭାରତୀୟ ପାଣିପାଗ ବିଜ୍ଞାନ ସଂସ୍ଥା ଏ ନେଇ ପୂର୍ବାନୁମାନ କରିନଥିଲେ ମଧ୍ୟ ଆମେରିକୀୟ ଏବଂ ୟୁରୋପିୟ ମଡେଲ୍ ବାତ୍ୟା ନେଇ ଆକଳନ କରୁଛନ୍ତି। ଆକଳନ ଅନୁଯାୟୀ ପାଖାପାଖି ୧୨ ଅକ୍ଟୋବର ବେଳକୁ ଉତ୍ତର ଆଣ୍ଡାମାନ ସାଗରରେ ଏକ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ