ପୁରୀ ଜିଲ୍ଲା ଏନପିଏସ ମାଧ୍ୟମିକ ଶିକ୍ଷକ ସଙ୍ଘର ପୁନର୍ଗଠନ

ପୁରୀ: ରବିବାର କୁଳମଣି ଭବନ ଠାରେ ପୁରୀ ଜିଲ୍ଲା ର ୨୦୦୪ ରୁ ୨୦୨୫ ପର୍ୟ୍ୟନ୍ତ ସମସ୍ତ ବ୍ୟାଚର ଏନପିଏସ ମାଧ୍ୟମିକ ଶିକ୍ଷକ ଶିକ୍ଷୟତ୍ରୀଙ୍କ ମିଳିତ ଉଦ୍ୟମରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ପ୍ରାୟ ୧୦୦ ରୁ ଅଧିକ ଶିକ୍ଷକ ଶିକ୍ଷୟତ୍ରୀ ଯୋଗଦାନ କରିଥିଲେ। ଏହି ବୈଠକରେ ସୁରେନ୍ଦ୍ର କୁମାର ତରାଇ, ପ୍ରଧାନ ଶିକ୍ଷକ (ଗୋପୀନାଥ ପୁର ଉନ୍ନୀତ ଉଚ୍ଚ ବିଦ୍ୟାଳୟ) ମୁଖ୍ୟ ଅତିଥି ତଥା ତାପସ କୁମାର ପ୍ରିୟଦର୍ଶନ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିଲେ। ଚନ୍ଦ୍ର କାନ୍ତ ପଣ୍ଡା ଏହି ବୈଠକକୁ ସୁପରିଚାଳନା କରିଥିଲେ ।

ସର୍ବ ସମ୍ମତିକ୍ରମେ ପୁରୀ ଜିଲ୍ଲାର ଏନ୍. ପି. ଏସ ମାଧ୍ୟମିକ ଶିକ୍ଷକ ସଙ୍ଘର ପୁନର୍ଗଠନ କରାଯାଇଥିଲା। ଚନ୍ଦ୍ରକାନ୍ତ ପଣ୍ଡାଙ୍କୁ ସଭାପତି ରୂପେ ଚୟନ କରାଯାଇ ଥିବା ବେଳେ ଶଶାଙ୍କ ଜେନା, ପ୍ରତାପ କୁମାର ସାହୁ , ଶ୍ୟାମାଲିନା ଦାଶ, କୈଳାସ ସେଠୀ , ଦେବାଷିଶ ପଣ୍ଡା ଓ ଆଶିଷ କୁମାର ସେଠୀଙ୍କୁ ଉପସଭାପତି, ରଞ୍ଜନ ସେଠୀଙ୍କୁ ସାଧାରଣ ସମ୍ପାଦକ, ବିଭୁଦତ୍ତ ପ୍ରଧାନ,ରାଜକିଶୋର ସେନାପତି, ଅଶ୍ରୁମୋଚନ ଦାଶ ଶ୍ରୀକୁମାର ଆଚାର୍ୟ୍ୟ ଓ ଶୁଭେନ୍ଦୁ କୁମାର ଦାଶଙ୍କୁ ସହ ସମ୍ପାଦକ, ସୁଚିତ୍ରା ସ୍ୱାଇଁ,ସୋମନାଥ ରାଉତ ଓ ମିଥୁନ ହରିଚନ୍ଦନଙ୍କୁ କାର୍ୟ୍ୟକାରୀ ସଭାପତି, ସୁଚିସ୍ମିତା ସାହୁଙ୍କୁ କୋଷାଧକ୍ଷ, ଗୌତମ ମହାପାତ୍ର ଓ ଅର୍ଜୁନ ବେହେରାଙ୍କୁ ଉପକୋଷାଧକ୍ଷ, ଅସିତ କୁମାର ଦାଶଙ୍କୁ ମିଡ଼ିଆ ସମ୍ପାଦକ, ପବିତ୍ର କୁମାର ରାଉଳଙ୍କୁ ସହ ମିଡ଼ିଆ ସମ୍ପାଦକ, ସନ୍ତୋଷ କୁମାର କୁଣ୍ଡୁ , ରଜନୀକାନ୍ତ ସାମଲ, ଚିତ୍ତରଂଜନ ସାହୁ, କୁଳମଣି ପାଣିଗ୍ରାହୀ, ଓ ଟି. ତ୍ରିନାଥ ରାଓଙ୍କୁ ସଂଗଠନ ସମ୍ପାଦକ , ମିତାଲୀ ମଧୁସ୍ମିତା ମିଶ୍ର ଓ ସୁଶାନ୍ତ କୁମାର ସାହୁଙ୍କୁ ଲିଗାଲ ଆଡ଼ଭାଇଜର ସମ୍ପାଦକ ଓ ପ୍ରିୟଦର୍ଶନୀ ଜାଲି , ବିଜୟୀନୀ ମିଶ୍ର, ବିଜୟଲକ୍ଷ୍ମୀ ପାତ୍ରଙ୍କୁ ମହିଳା ପ୍ରତିନିଧି ରୂପେ ଚୟନ କରାଯାଇ ଥିଲା। ସୁରେନ୍ଦ୍ର ତରାଇ, ତାପସ କୁମାର ପ୍ରିୟଦର୍ଶନ, ଶଙ୍କର ସୁବୁଦ୍ଧି ଓ ପ୍ରଦୀପ୍ତ କୁମାର ବେହେରା ଙ୍କୁ ସଙ୍ଘ ର ଉପଦେଷ୍ଟା ରୂପେ ଚୟନ କରାଯାଇଥିଲା।

  • Related Posts

    ମୋହନଙ୍କ ବଡ଼ ନିଷ୍ପତ୍ତି : ନବମ ଓ ଦଶମ ପିଲାଙ୍କୁ ମିଳିବ ମାଗଣା ବହି

    ଭୁବନେଶ୍ୱର, ୧୩ ।୧୦ : ରାଜ୍ୟ କ୍ୟାବିନେଟ ନବମ ଓ ଦଶମ ଶ୍ରେଣୀରେ ଅଧ୍ୟୟନରତ ଛାତ୍ରଛାତ୍ରୀଙ୍କୁ ନିଃଶୁଳ୍କ ପାଠ୍ୟପୁସ୍ତକ ପ୍ରଦାନ କରିବେ । ୨୦୨୫-୨୬ରୁ ୨୦୨୯-୩୦ ପର୍ଯ୍ୟନ୍ତ ଏହା ୫ ବର୍ଷ ପାଇଁ କାର୍ଯ୍ୟକାରୀ ହେବ । ଏହାଦ୍ୱାରା ୨୮.୯୦ ଲକ୍ଷ…

    Continue reading
    ମୋହନଙ୍କ ବଡ଼ ନିଷ୍ପତ୍ତି : ବର୍ଷା ଜଳ ନିଷ୍କାସନ ପାଇଁ ୫ ଶହ କୋଟି

    ଦକ୍ଷତା ବିକାଶ ଯୋଜନାକୁ ମଞ୍ଜୁରୀ ମତ୍ସ୍ୟ ସେବା କ୍ୟାଡ଼ର ପଦବୀ ବୃଦ୍ଧି ନୂଆଗଡ଼ ମତ୍ସ୍ୟ ବନ୍ଦର ବିଡ୍‌କୁ ମଞ୍ଜୁରୀ ଭୁବନେଶ୍ୱର, ୧୩ ।୧୦ : ଯୁବକ ଯୁବତୀଙ୍କୁ ଦକ୍ଷ କରିବା ପାଇଁ ମୋହନ ସରକାର ଦକ୍ଷତା ବିକାଶ ଯୋଜନା ଆରମ୍ଭ କରିବେ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ