ପୁରୁଷ ଏସିଆ କପ୍‌ର ଦୃଶ୍ୟ ମହିଳା ବିଶ୍ୱକପରେ ରିପିଟ୍‌

ନୂଆଦିଲ୍ଲୀ: ଚଳିତ ଆଇସିସି ମହିଳା ବିଶ୍ୱକପରେ ରବିବାର ଶ୍ରୀଲଙ୍କାର କଲମ୍ବୋ ସ୍ଥିତ ଆର. ପ୍ରେମଦାସ ଷ୍ଟାଡିୟମରେ ଭାରତ ଓ ପାକିସ୍ତାନ ମଧ୍ୟରେ ଏକ ଗ୍ରୁପ୍ ପର୍ୟ୍ୟାୟ ମ୍ୟାଚ୍ ଖେଳା ଯାଉଛି। ପାକିସ୍ତାନ ଟସ୍ ଜିତି ଫିଲ୍ଡିଂ ନିଷ୍ପତ୍ତି ନେଇଥିବା ବେଳେ ଭାରତ ବ୍ୟାଟିଂ କରୁଛି। ତେବେ ଟସ୍‌ ପଡ଼ିବା ବେଳେ ଆଜି ସେହି ଦୃଶ୍ୟର ପୁନରାବୃତ୍ତି ହୋଇଥିଲା, ଯାହା ନିକଟରେ ଶେଷ ହୋଇଥିବା ପୁରୁଷ ଏସିଆ କପ୍‌ରେ ଦେଖିବାକୁ ମିଳିଥିଲା।ଟସ୍‌ ପାଇଁ ଭାରତୀୟ ମହିଳା ଦଳର ଅଧିନାୟକ ହରମନପ୍ରୀତ କୌର ଓ ପାକିସ୍ତାନର ଅଧିନାୟକ ଫତିମା ସନା ପୃଥକ ପୃଥକ ଭାବେ ପଡ଼ିଆକୁ ଆସିଥିଲେ। ସେମାନଙ୍କ ମଧ୍ୟରେ କୌଣସି ବାର୍ତ୍ତାଳପ ହୋଇନଥିଲା। ଏମିତିକି ସେମାନେ ପରିସ୍ପରକୁ ଚାହିଁ ନଥିଲେ। ଟସ୍‌ ପଡ଼ିବା ପରେ ଦୁଇ ଅଧିନାୟକଙ୍କ ମଧ୍ୟରେ କରମର୍ଦ୍ଦନ ହୋଇନଥିଲା। ଟସ୍ ପଡ଼ିବା ପରେ ସେମାନେ ବ୍ରୋଡ୍‌କାଷ୍ଟର ମେଲ ଜୋନ୍‌ସଙ୍କ ସହିତ କଥା ହୋଇ ନିଜ ନିଜ ଟିମ୍ ନିକଟକୁ ଚାଲିଯାଇଥିଲେ।

ପାକିସ୍ତାନ ଖେଳାଳିଙ୍କ ସହିତ କରମର୍ଦ୍ଦନ ନକରିବା ଘଟଣା ନିକଟରେ ଶେଷ ହୋଇଥିବା ପୁରୁଷ ଏସିଆ କପ୍‌ରୁ ଆରମ୍ଭ ହୋଇଛି। ପହଲଗାମ ଆକ୍ରମଣ ଓ ଅପରେସନ ସିନ୍ଦୂର ପରେ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଭାରତ ଓ ପାକିସ୍ତାନ ପ୍ରଥମ ଥର ପାଇଁ ଏସିଆ କପ୍‌ରେ ମୁହାଁମୁହିଁ ହୋଇଥିଲେ। ପାକିସ୍ତାନ ସହିତ ମ୍ୟାଚ୍ ନଖେଳିବା ପାଇଁ ଭାରତରେ କିଛି ଲୋକ ବିରୋଧ କରିଥିଲେ। କିନ୍ତୁ ଭାରତୀୟ ଟିମ୍ ପାକିସ୍ତାନ ବିରୋଧରେ ଖେଳିଥିଲା।ପ୍ରଥମ ମ୍ୟାଚ୍‌ରେ ଟସ୍ ପଡ଼ିବା ପରେ ଅଧିନାୟକ ସୂର୍ୟ୍ୟ କୁମାର ଯାଦବ ପାକ୍ ଅଧିନାୟକଙ୍କ ସହିତ କରମର୍ଦ୍ଦନ କରି ନଥିଲେ। ଏହା ସମସ୍ତଙ୍କ ପାଇଁ ଅପ୍ରତ୍ୟାଶିତ ଥିଲା। ସେହିପରି ମ୍ୟାଚ୍ ବେଳେ ଦୁଇ ଦଳର କ୍ରିକେଟରଙ୍କ ମଧ୍ୟରେ କୌଣସି ପ୍ରକାରର କଥାବାର୍ତ୍ତା କିମ୍ବା ଥଟ୍ଟାମଜା ଦେଖିବାକୁ ମିଳିନଥିଲା। ମ୍ୟାଚ୍ ଶେଷ ହେବା ପରେ ପାକିସ୍ତାନ ଖେଳାଳିମାନେ କରମର୍ଦ୍ଦନ ପାଇଁ ଅପେକ୍ଷା କରିଥିଲେ ହେଁ ଭାରତୀୟ ଖେଳାଳି ଓ ସପୋର୍ଟ ଷ୍ଟାଫ୍ ଆସି ନଥିଲେ। ସେମାନେ ଡ୍ରେସିଂ ରୁମ୍‌ରେ ପଶିଯାଇଥିଲେ।

  • Related Posts

    ଏସୀୟ କ୍ରୀଡା ; ହାରିଲା ପାକିସ୍ତାନ; ଟିମ୍ ଇଣ୍ଡିଆ ଜିତିଲା ସ୍ୱର୍ଣ୍ଣ ପଦକ

    ନୂଆଦିଲ୍ଲୀ : ଏସୀୟ କ୍ରୀଡାରେ ଇତିହାସ ରଚିଲା ଭାରତ। କ୍ରିକେଟରେ ସ୍ୱର୍ଣ୍ଣ ପଦକ ଜିତିଲା ଭାରତ। ଫାଇନାଲରେ ପାକିସ୍ତାନକୁ ହରାଇ ସୁନା ଜିତିଲା ଟିମ୍ ଇଣ୍ଡିଆ। ଲଗାତାର ୨ୟ ଥର ପାଇଁ ସ୍ୱର୍ଣ୍ଣ ପଦକ ହାତେଇଲା ଭାରତ। ୧୯ ରନରେ ପାକିସ୍ତାନକୁ…

    Continue reading
    ଲଭଲିନା ରଚିଲେ ଇତିହାସ, ମେରି କମଙ୍କ ପରେ ସ୍ବର୍ଣ୍ଣ ଜିତିଥିବା ଦ୍ବିତୀୟ ଭାରତୀୟ

    ଭାରତୀୟ ବକ୍ସର ଲଭଲିନା ବୋରଗୋହେନ ୨୦୨୬ ଏସୀୟ କ୍ରୀଡ଼ାରେ ଦେଶ ପାଇଁ ସ୍ୱର୍ଣ୍ଣ ପଦକ ଜିତି ଇତିହାସ ରଚିଛନ୍ତି । ମହିଳା ୭୫ କିଲୋଗ୍ରାମ ବର୍ଗର ଫାଇନାଲରେ ଚୀନର ବକ୍ସର ବାଓ ଜିୟିଙ୍କୁ ୫-୦ରେ ପରାସ୍ତ କରିଛନ୍ତି । ପ୍ରଥମ ଦୁଇ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ