
ଭୁବନେଶ୍ୱର: ଆଗକୁ ଦଶହରା । ତେଣୁ ପୂଜା ପାଇଁ ଆଗୁଆ ଦେବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଦେ୍ର୍ଧଶ ଦେଇଛନ୍ତି । ସେପ୍ଟେମ୍ବର ମାସର ଦରମାକୁ ଆସନ୍ତା ୨୬ ତାରିଖରେ ଦେବା ପାଇଁ ନିଦେ୍ର୍ଧଶନାମା ଜାରି କରାଯାଇଛି ।ଦୁର୍ଗା ପୂଜା ପାଇଁ ରାଜ୍ୟର ସମସ୍ତ ସରକାରୀ କର୍ମଚାରୀଙ୍କୁ ଆଗୁଆ ଦରମା ମିଳିବ । ଏନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସ୍ୱତନ୍ତ୍ର ନିଦେ୍ର୍ଧଶନାମା ଜାରି କରାଯାଇଛି । ଅନ୍ୟପକ୍ଷରେ ଆସନ୍ତା ୨୭ ତାରିଖରୁ ରାଜ୍ୟର ସମସ୍ତ ସରକାରୀ କାର୍ଯ୍ୟାଳୟ ଛୁଟି ରହିବ ।


