ପୂର୍ବତନ ଏବଂ ବର୍ତ୍ତମାନର ସାଂସଦମାନଙ୍କ ବିରୁଦ୍ଧରେ ମୋଟ ୨୨ଟି ମାମଲା ରୁଜୁ :ମୁକେଶ ମହାଲିଙ୍ଗ

ଭୁବନେଶ୍ବର: ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ୟ୍ୟଙ୍କ ପ୍ରଶ୍ନର ଉତ୍ତରରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ ଦେଇଥିବା ଲିଖିତ ଉତ୍ତର ଅନୁଯାୟୀ, ପୂର୍ବତନ ଏବଂ ବର୍ତ୍ତମାନର ସାଂସଦମାନଙ୍କ ବିରୁଦ୍ଧରେ ମୋଟ ୨୨ଟି ମାମଲା ରୁଜୁ ହୋଇଛି, ସହିତ ୩୯ଟି ଅପରାଧିକ ମାମଲା ମଧ୍ୟ ରହିଛି।

ବିଧାନସଭାରେ ପ୍ରସନ୍ନ ଆଚାର୍ୟ୍ୟ ଓଡିଶାର କେତେଜଣ ସାଂସଦ ଓ ପୂର୍ବତନ ସାଂସଦ ତଥା ବିଧାୟକ ଓ ପୂର୍ବତନ ବିଧାୟକମାନଙ୍କ ବିରୁଦ୍ଧରେ କେତେ ସଂଖ୍ୟାରେ ଫୌଜଦାରୀ ମାମଲା ରହିଛି ଏବଂ ଏହା କେଉଁ କେଉଁ ପର୍ୟ୍ୟାୟରେ ଅଛି ଏହି ମାମଲାମାନଙ୍କ ମଧ୍ୟରୁ ସମ୍ପୂର୍ଣ୍ଣ ରାଜନୈତିକ ମାମଲା କେତେ ଏବଂ ଏହାର ତ୍ୱରିତ୍ ଫଇସଲା ହେବା ସଂମ୍ପର୍କରେ ରାଜ୍ୟ ସରକାର କି ପଦକ୍ଷେପ ଗ୍ରହଣ କରିଛନ୍ତି ବୋଲି ପ୍ରଶ୍ନ କରିଥିଲେ। ଏହାର ଉତ୍ତରରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ ଏଭଳି ଲିଖିତ ଉତ୍ତର ପ୍ରଦାନ କରିଛନ୍ତି।
ପୂର୍ବତନ ଏବଂ ବର୍ତ୍ତମାନର ବିଧାୟକମାନେ ମୋଟ ୧୧୫ଟି ମାମଲାର ସାମ୍ନା କରୁଛନ୍ତି। ସେମାନଙ୍କ ବିରୁଦ୍ଧରେ ୪୧୮ଟି ଅପରାଧିକ ମାମଲା ପଞ୍ଜିକୃତ ହୋଇଛି।

ଏଥିମଧ୍ୟରୁ ୩୮୪ ଟି ମାମଲା ବର୍ତ୍ତମାନ ବିଚାରାଧୀନ ଅଛି ଏବଂ ୧୪ ଟି ମାମଲାର ବିଚାର ସମାପ୍ତ ହୋଇଛି। ଏହା ସହିତ ୪୩ଟି ମାମଲାର ତଦନ୍ତ ଚାଲିଛି।ଏହି ମାମଲାଗୁଡ଼ିକ ମଧ୍ୟରୁ ୧୯୮ଟି ସମ୍ପୂର୍ଣ୍ଣ ରାଜନୈତିକ ପ୍ରକୃତିର ବୋଲି ଚିହ୍ନଟ କରାଯାଇଛି ବୋଲି ମନ୍ତ୍ରୀ ସୂଚନା ପ୍ରଦାନ କରିଛନ୍ତି।

  • Related Posts

    ନିଯୁକ୍ତି ମେଳା : ୧୩୨୬ ଜଣଙ୍କୁ ନିଯୁକ୍ତି ପତ୍ର ଦେଲେ ମୁଖ୍ୟମନ୍ତ୍ରୀ

    ଭୁବନେଶ୍ୱର: ରାଜ୍ୟର ଯୁବପିଢ଼ିଙ୍କୁ ରୋଜଗାର ସୁଯୋଗ ପ୍ରଦାନ ଓ ସରକାରୀ ସେବାରେ ନିଯୁକ୍ତିକୁ ଗୁରୁତ୍ୱ ଦେଇ ଭୁବନେଶ୍ୱରରେ ରାଜ୍ୟସ୍ତରୀୟ ନିଯୁକ୍ତି ମେଳା ଆୟୋଜିତ ହୋଇଛି। ଏହି ଅବସରରେ ୧୩୨୬ ଜଣ ନବନିଯୁକ୍ତ ପ୍ରାର୍ଥୀଙ୍କୁ ମୁଖ୍ୟମନ୍ତ୍ରୀ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି।ରାଜ୍ୟ ସରକାରଙ୍କ…

    Continue reading
    ଧାନ ବିକ୍ରି ପଞ୍ଜୀକରଣ: ଆସୁଛି ସ୍ୱତନ୍ତ୍ର ଆପ୍

    ଭୁବନେଶ୍ୱର: ଧାନ କିଣା ପଞ୍ଜୀକରଣକୁ ନେଇ ଯୋଗାଣ ମନ୍ତ୍ରୀଙ୍କ ବଡ଼ ସୂଚନା । ଧାନ ବିକ୍ରି ପଞ୍ଜୀକରଣକୁ ଅଧିକ ସହଜ ଓ ସରଳ କରିବା ପାଇଁ ଆସୁଛି ସ୍ୱତନ୍ତ୍ର ଆପ୍ । ମାଲିକ ନ ଆସିଲେ ବି ଭାଗଚାଷୀ କରିପାରିବେ ପଞ୍ଜୀକରଣ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ