ପୂର୍ବତନ ବିଧାୟକ ସଦାଶିବ ପ୍ରଧାନୀଙ୍କୁ ଭତରା ସମାଜରୁ ବାସନ୍ଦ

ନବରଙ୍ଗପୁର: ଅଲଗା ଜାତିରେ ଝିଅର ନିର୍ବନ୍ଧ କରିବା ପୂର୍ବତନ ବିଧାୟକ ସଦାଶିବ ପ୍ରଧାନୀଙ୍କୁ ମହଙ୍ଗା ପଡ଼ିଛି । ସମାଜ ନିୟମ ଉଲ୍ଲଂଘନ ଅଭିଯୋଗରେ ଅଖିଳ ଭାରତୀୟ ଭତରା ପରିଷଦ ତାଙ୍କ ପରିବାରକୁ ଜାତିରୁ ବାସନ୍ଦ କରିଛି । ବିଧାୟକଙ୍କ ପରିବାର ସଦସ୍ୟଙ୍କ ଭଲମନ୍ଦରେ ସମାଜ ସାମିଲ ହେବନି ବୋଲି ଜିଲ୍ଲା ସଭାପତି ଜଗନ୍ନାଥ ମାଝୀ କହିଛନ୍ତି ।

ଶ୍ରୀ ପ୍ରଧାନୀଙ୍କ ଝିଅର ବିବାହ ଅନ୍ୟ ଜାତିର ଜଣେ ଯୁବକଙ୍କ ସହ ହେବ । ନିର୍ବନ୍ଧ ପରେ ପ୍ରତିକ୍ରିୟା ପ୍ରକାଶ କରିଛି ଅଖିଳ ଭାରତୀୟ ଭତରା ପରିଷଦ । ଝରିଗାଁ ବ୍ଲକ ଧାମଣାଗୁଡ଼ା ଦନ୍ତେଶ୍ୱରୀ ମନ୍ଦିର ପରିସରରେ ଆଜି ବସିଥିଲା ସମାଜର ବୈଠକ । ଏଥିରେ ଜିଲ୍ଲାର ବିଭିନ୍ନ ବ୍ଲକ ସଭାପତି, ସମ୍ପାଦକ, ସମାଜର ନାଇକ, ପାଇକ ଯୋଗ ଦେଇଥିଲେ । ଜିଲ୍ଲା ସଭାପତି ଶ୍ରୀ ମାଝୀ, ଉପସଭାପତି ରାମଧର ମାଝୀ, ସମ୍ପାଦକ ପ୍ରତାପ ଚନ୍ଦ୍ର ନାୟକ, ଗୋପୀନାଥ ମାଝୀ ପ୍ରମୁଖଙ୍କ ସହ ସମାଜର ସଦସ୍ୟମାନେ ଏହି ନିର୍ବନ୍ଧକୁ ବିରୋଧ କରିଥିଲେ । ଆଲୋଚନା ପରେ ଉପରୋକ୍ତ ନିଷ୍ପତ୍ତି ଶୁଣାଇଥିଲେ ।

ଏ ସମ୍ପର୍କରେ ଶ୍ରୀ ପ୍ରଧାନୀ କହିଛନ୍ତି, ଝିଅର ସାମ୍ବିଧାନିକ ଅଧିକାର ରହିଛି । ବାପା ହୋଇ ସେ ଏହାକୁ କ୍ଷୁଣ୍ଣ କରିପାରିବେନି । ଝିଅ ଓ ଭାବି ଜ୍ୱାଇଁ ଉଚ୍ଚଶିକ୍ଷିତ । ସେମାନେ ଗୋଟିଏ କମ୍ପାନିରେ କାମ କରୁଛନ୍ତି । ଉଭୟ ପରିବାର ସହମତିରେ ବିବାହ ପାଇଁ ନିଷ୍ପତ୍ତି ନିଆଯାଇଛି । ସୂଚନାଥାଉକି, ଅନ୍ୟ ଜାତିରେ ପରିବାର ସଦସ୍ୟଙ୍କ ବିବାହ ଲାଗି ଜିଲ୍ଲାର କେତେକ ନେତା ପୂର୍ବରୁ ଚର୍ଚ୍ଚିତ ଥିଲେ । ସେମାନେ ହେଲେ ପୂର୍ବତନ ବିଧାୟକ ସଦନ ନାୟକ, ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ, ପୂର୍ବତନ ସାଂସଦ ପ୍ରଦୀପ ମାଝୀ, ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷା ମଞ୍ଜୁଳା ମାଝୀ ପ୍ରମୁଖ । ସେମାନଙ୍କୁ ମଧ୍ୟ ଭତରା ସମାଜ ବାସନ୍ଦ କରିଥିଲା । ପରେ ସେମାନେ ସମ୍ପ୍ରଦାୟର ନୀତି, ନିୟମ ଓ ସାମାଜିକ ପ୍ରଥାକୁ ଆପଣାଇ ଜାତିକୁ ଫେରିଥିଲେ ।

  • Related Posts

    ୧.୭୯ ଲକ୍ଷ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ୯୯.୨୬ କୋଟି ଟଙ୍କା ସୁଧ ଫେରସ୍ତ

    ଓଡ଼ିଶାର ବିକାଶରେ ନେତୃତ୍ୱ ନେବେ ନାରୀଶକ୍ତି: ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା • ୧୫,୫୨୬ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଆବର୍ତ୍ତନ ପାଣ୍ଠି, ୩୭୧ ଗ୍ରାମପଞ୍ଚାୟତ ସ୍ତରୀୟ ମହାସଂଘ ଗୋଷ୍ଠୀ ବିନିଯୋଗ ପାଣ୍ଠି ଓ ୬୦୫ ଆଞ୍ଚଳିକ ମହାସଂଘକୁ ନିରାପତ୍ତା ପାଣ୍ଠି ବାବଦକୁ ମୋଟ…

    Continue reading
    ଏସୀୟ କ୍ରୀଡ଼ା ସ୍ୱର୍ଣ୍ଣ ପଦକ ବିଜେତା ଅମିତ ରୋହିଦାସ ଓ ଶୀଳାନନ୍ଦ ଲାକ୍ରାଙ୍କୁ ସ୍ୱାଗତ କଲେ କ୍ରୀଡ଼ା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ

    ଭୁବନେଶ୍ୱର, ୦୬-୧୦-୨୬: ଜାପାନରେ ଆୟୋଜିତ ଏସୀୟ କ୍ରୀଡ଼ା ୨୦୨୬ରେ ସ୍ୱର୍ଣ୍ଣ ପଦକ ଜିତିବା ସହ ଲସ୍ ଆଞ୍ଜେଲସ୍ ଅଲମ୍ପିକ୍ସ (LA28) ପାଇଁ ଯୋଗ୍ୟତା ହାସଲ କରିଥିବା ଭାରତୀୟ ହକି ଟିମ୍‌ର ଓଡ଼ିଶା ତାରକା ଅମିତ ରୋହିଦାସ ଓ ଶୀଳାନନ୍ଦ ଲାକ୍ରା ଭୁବନେଶ୍ୱରରେ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ